ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୧୬ରେ କେରଳ ନର୍ସଙ୍କୁ ଫାଶୀ ଦେବ ୟେମେନ, ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ

Published By : Rasmita Pradhan | July 9, 2025 1:10 PM

ସନା, ୦୯/୦୭ : ଆସନ୍ତା ୧୬ରେ କେରଳ ନର୍ସଙ୍କୁ ଫାଶୀ ଦେବ ୟେମେନ। ଜଣେ ୟେମେନ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ୟେମେନରେ ଫାଶୀ ଦିଆଯିବ । ୩୭ ବର୍ଷୀୟା ନିମିଷାଙ୍କ ବିରୋଧରେ ୨୦୧୭ରେ ହତ୍ୟା ଅଭିଯୋଗ ଆସିଥିଲା । ସେ ତଲାଲ ଅବ୍‌ଦୋ ମେହଦୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।  

ରିପୋର୍ଟ ଅନୁଯାୟୀ, କେରଳ ପଲକ୍କଡ଼ ଜିଲ୍ଲାର ବାସିନ୍ଦା ନିମିଷା ୨୦୧୧ରେ ୟେମେନ ଯାଇଥିଲେ । ସେଠାରେ ବିଭିନ୍ନ ହସ୍ପିଟାଲରେ କାମ କରିବା ପରେ କ୍ଲିନିକ୍‌ ଖୋଲିବାକୁ ଉଦ୍ୟମ କରିଥିଲେ । ୟେମେନର ନିୟମ ଅନୁସାରେ, ସେଠାରେ ବ୍ୟବସାୟ କଲେ ସ୍ଥାନୀୟ ଲୋକଙ୍କ ଭାଗୀଦାରି ଆବଶ୍ୟକ । ଏହି କାରଣରୁ ନିମିଷା ୟେମେନ ନାଗରିକ ତଲାଲ ଅବ୍‌ଦୋଙ୍କ ସହ ମିଶି କାମ ଆରମ୍ଭ କରିଥିଲେ । କିନ୍ତୁ ଅବ୍‌ଦୋ ତାଙ୍କୁ ହଇରାଣ କରୁଥିବା ଓ ତାଙ୍କ ପାସପୋର୍ଟ ଫେରାଉ ନ ଥିବା ନିମିଷା ଅଭିଯୋଗ କରିଥିଲେ । ଏ ନେଇ ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଅବ୍‌ଦୋ ଗିରଫ ହୋଇଥିଲେ ହେଁ ପରେ ଜେଲ୍‌ରୁ ମୁକୁଳିଥିଲେ। 

ନିମିଷାଙ୍କ ପରିବାର ଲୋକଙ୍କ ଅନୁସାରେ, ପାସପୋର୍ଟ ଫେରି ପାଇବାକୁ ନିମିଷା ଅବ୍‌ଦୋଙ୍କୁ ଅଚେତ ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଓଭରଡୋଜ୍‌ କାରଣରୁ ଅବ୍‌ଦୋଙ୍କ ମୃତ୍ୟୁ ଘଟିଥିଲା । ପରେ ନିମିଷା ତାଙ୍କ ସହଯୋଗୀଙ୍କ ସହ ମିଶି ଅବ୍‌ଦୋଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ଫିଙ୍ଗି ଦେଇଥିଲେ । ନିମିଷା ଭାରତ ପଳାଇ ଆସିବାକୁ ଉଦ୍ୟମ କରୁଥିବାବେଳେ ଗିରଫ ହୋଇଥିଲେ । ୨୦୧୭ରେ ଦୋଷୀ ସାବ୍ୟସ୍ତ ପରେ ୨୦୨୦ରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.