PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଆସିଲା ସୌର ଚୁଲା ‘ସୂର୍ଯ୍ୟ ନୂତନ’: ରାତିରେ ମଧ୍ୟ କରିପାରିବେ ରୋଷେଇ, ଚାଲିବ ୧୦ ବର୍ଷ…

ଭୁବନେଶ୍ୱର ୫/୭: ଭାରତର ପ୍ରମୁଖ ତେଲ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଏକ ସୌର ଚୁଲା ପ୍ରସ୍ତୁତ କରିଛି । ଏହା ସୌର ଶକ୍ତିରେ ଚାଲିବ ଏବଂ ଘର ଭିତରେ ରଖି ଏହାକୁ ବ୍ୟବହାର କରିହେବ । ଏଥିପାଇଁ କୌଣସି ବିଜୁଳି ବା ଇନ୍ଧନର ଆବଶ୍ୟକତା ପଡିବନି । ଏହାର ନାଁ ଦିଆଯାଇଛି ‘ସୂର୍ଯ୍ୟ ନୂତନ’ । ଏହି ଚୁଲାକୁ କିଣିବା ପାଇଁ ପ୍ରାୟ ୧୫ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ଚୁଲା ସୌର କୁକରଠୁ ଅଲଗା କାରଣ ଏହାକୁ ଖରାରେ ରଖିବା ଦରକାର ପଡିବନି । ଛାତ ଉପରେ ଲାଗିଥିବା ସୌର ପ୍ୟାନେଲ୍ ମାଧ୍ୟମରେ ମଧ୍ୟ ଏହା ଚାଲିପାରିବ ।

ଏହି ଚୁଲାରେ ୪ ଜଣିଆ ସଦସ୍ୟ ବିଶିଷ୍ଟ ପରିବାର ପାଇଁ ୩ ଟାଇମ୍ ରୋଷେଇ ଅତି ସହଜରେ କରିହେବ । ଏହାକୁ କେବଳ ଥରେ ଚାର୍ଜ କରିବାକୁ ହେବ ଏବଂ ରୋଷେଇ କରିହେବ । ସୂର୍ଯ୍ୟ ନୂତନକୁ ଏକ ତାରରେ କନେକ୍ଟ କରିବାକୁ ହେବ ଯାହା ବାହାରେ କିମ୍ବା ଛାତ ଉପରେ ଲାଗିଥିବା ସୋଲାର ପ୍ଲେଟ୍ ସହ ଯୋଡିହୋଇଥିବ । ସୋଲାର ପ୍ଲେଟରୁ ଏନର୍ଜି ସୃଷ୍ଟିହେବ ଯାହା ପାଇପ୍ ବା କେବଲ ଜରିଆରେ ସୌର ଚୁଲା ପର୍ଯ୍ୟନ୍ତ ଆସିବ । ଏହି ଚୁଲା ସୋଲାର ପ୍ୟାନେଲରୁ ଏନର୍ଜି ଷ୍ଟୋର କରିବ ଏବଂ ବିନା କୌଣସି ଖର୍ଚ୍ଚରେ ରାତିରେ ମଧ୍ୟ ରୋଷେଇ କରିହେବ ।