ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆମେଚର ବକ୍ସିଂ ଛାଡ଼ି ପେସାଦାର ବକ୍ସିଂକୁ ଆପଣେଇଲେ ନିଶାନ୍ତ, ୨୫ ତାରିଖରେ ଲାସ୍‌ ଭେଗାସରେ ପଦାର୍ପଣ ଫାଇଟ୍

Published By : Prameya | January 12, 2025 1:32 PM

ନୂଆଦିଲ୍ଲୀ,୧୨/୦୧:  ଅଲିମ୍ପିଆନ୍‌ ତଥା ବିଶ୍ୱ ଚାମ୍ପିଅନସିପ୍‌  ପଦକ ବିଜେତା ଭାରତର ନିଶାନ୍ତ ଦେବ ଆମେଚର ବକ୍ସିଂ ଛାଡ଼ି ପେସାଦାର ବକ୍ସିଂରେ କ୍ୟାରିୟର କରିବାକୁ ମନସ୍ଥ କରିଛନ୍ତି । ସେ ଇଡି ହର୍ନଙ୍କ  ମ୍ୟାଚ୍‌ରୁମ୍‌ ବକ୍ସିଂ ସହ ଚୁକ୍ତି ସ୍ୱାକ୍ଷର  କରିଛନ୍ତି । ଆସନ୍ତା ୨୫ ତାରିଖରେ ଲାସ୍‌ ଭେଗାସ ଠାରେ ନିଶାନ୍ତ ପଦାର୍ପଣ  ଫାଇଟ୍‌ କରିବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ  ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଚୂଡ଼ାନ୍ତ ହୋଇନାହିଁ ।  ନିଶାନ୍ତ ଏବେ ପୂର୍ବତନ ପେସାଦାର  ବକ୍ସର ରୋନାଲ୍ଡ ସିମ୍ସଙ୍କଠୁ ପ୍ରଶିକ୍ଷଣ  ନେଉଛନ୍ତି । ଗତ ପ୍ୟାରିସ୍‌ ଅଲିମ୍ପିକ୍ସରେ  ସେ କ୍ୱାର୍ଟର ଫାଇନାଲ୍‌ରେ ମେକ୍ସିକୋର  ମାର୍କୋ ଭର୍ଡିଙ୍କ ନିକଟରୁ ହାରି ପଦକ  ସ୍ୱପ୍ନ ଧୂଳିସାତ୍‌ କରିଥିଲେ । 

ନିଶାନ୍ତ କହିଛନ୍ତି, ମ୍ୟାଚ୍‌ରୁମ୍‌  ବକ୍ସିଂରେ ଯୋଗଦେଇ ବହୁତ ଖୁସି  ଅଛି । ପେସାଦାର ବକ୍ସିଂରେ କ୍ୟାରିୟର  କରିବାକୁ ଚାହୁଁଛି । ଭାରତର ପ୍ରଥମ  ପେସାଦାର ବକ୍ସିଂ ବିଶ୍ୱ ଚାମ୍ପିଅନ୍‌  ହେବା ମୋର ଲକ୍ଷ୍ୟ । ଏବେ ପଦାର୍ପଣ  ଫାଇଟ୍‌ ପାଇଁ ପ୍ରଶିକ୍ଷକ ରୋନାଲ୍ଡଙ୍କ  ଅଧିନରେ କଠିନ ପରିଶ୍ରମ କରୁଛି ।’  

ସୂଚନାଯୋଗ୍ୟ, ଭାରତର ଏକାଧିକ  ବକ୍ସର ପେସାଦାର ବକ୍ସିଂରେ ସକ୍ରିୟ  ରହିଛନ୍ତି । ଅଲିମ୍ପିକ ପଦକ ବିଜେତା ବିଜେନ୍ଦର ସିଂହ ଇତିମଧ୍ୟରେ ୧୪ଟି  ଫାଇଟ୍‌ କରି ୧୩ଟି ଜିତିଥିବାବେଳେ  ଗୋଟିଏରେ ପରାଜିତ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.