ଭୁବନେଶ୍ୱର, ୧୦/୦୩: ଦୀର୍ଘ ଦିନ ପରେ ଓଡ଼ିଆ ଜାଭେଲିନ ଥ୍ରୋୟର କିଶୋର କୁମାର ଜେନା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ୭ ଓ ୮ ତାରିଖ ଦୁଇ ଦିନ ଧରି ପଟିଆଲାରେ ପଞ୍ଚମ ଇଣ୍ଡିଆନ ଓପନ ଥ୍ରୋ ଚାମ୍ପିଅନସିପ୍ ଆୟୋଜିତ ହୋଇଥିଲା । କିଶୋର ଏଥିରେ ଭାଗ ନେଇ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଆହତ ଯୋଗୁ କିଶୋର ବେଶ କିଛି ମାସ ବିଭିନ୍ନ ପ୍ରତିଯୋଗିତାରୁ ଦୂରେଇ ରହିଥିଲେ । ସେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନିଜର ପଞ୍ଚମ ପ୍ରୟାସରେ ୭୪.୭୫ ମିଟର ଥ୍ରୋ କରି ତୃତୀୟ ସ୍ଥାନ ହାସଲ କରିଥିଲେ । ସେ ପ୍ରଥମରେ ୬୫.୩୯ ମିଟର ଏବଂ ଦ୍ୱିତୀୟ ଥ୍ରୋରେ ୭୩.୪୫ ମିଟର ଫିଙ୍ଗି ଥିଲେ । ପରବର୍ତ୍ତୀ ୨ଟି ପ୍ରୟାସ ବିଫଳ ଯାଇଥିଲା । ଭାରତୀୟ ସେନାର ଶିବମ ଲୋହାକାରେ (୮୧.୦୮ ମିଟର) ପ୍ରଥମ ଏବଂ ଏସ୍ଏସସିବିର ଆନନ୍ଦ ସିଂ (୭୬.୯୪ ମିଟର) ଦ୍ୱିତୀୟ ସ୍ଥାନରେ ରହି ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ହାସଲ କରିଥିଲେ ।
ଅଧିକ ପଢ଼ନ୍ତୁ :- ଟିମ ଇଣ୍ଡିଆ ଏବଂ ସଞ୍ଜୁଙ୍କ ନାଁରେ ନୂଆ କିର୍ତ୍ତୀମାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଟି-୨୦ ବିଶ୍ବକପର ଅନେକ ରେକର୍ଡ ସମ୍ପର୍କରେ...
ସେହିପରି ଓମକାର ପ୍ରସାଦ ନନ୍ଦ ହାମର ଥ୍ରୋରେ (୧୭.୮୫ ମିଟର) ସ୍ୱର୍ଣ୍ଣ, ମହିଳାରେ ଅଙ୍କିତା ମହାପାତ୍ର (୪୫.୪୯ ମିଟର) ରୌପ୍ୟ ଏବଂ ଦିବ୍ୟା ସାଣ୍ଡିଲ୍ୟ ରୌପ୍ୟ ପଦକ ଜିତିଛନ୍ତି ।