ନୂଆଦିଲ୍ଲୀ, ୯/୩ : ଟି-୨୦ ବିଶ୍ବକପ ୨୦୨୬ର ଫାଇନାଲ ମୁକାବିଲା ଶେଷ ହୋଇଛି । ଭାରତ ବିଶ୍ବ ଚାମ୍ପିୟନ ହୋଇଥିବା ଦଳ ଅନେକ ରେକର୍ଡ ଅର୍ଜନ କରିଛି । ଚଳିତ ଟି-୨୦ ବିଶ୍ବକପରେ ଛକା-ଚୌକାର ବର୍ଷା ହୋଇଥିଲା । ଯେଉଁଥିରେ ଭାରତ ଅନେକ ରେକର୍ଡର ଅଧିକାରୀ ହୋଇଛି । ସର୍ବାଧିକ ଛକା ମାରିଥିବା ଦଳଙ୍କ ମଧ୍ୟରେ ଭାରତ ରେକର୍ଡ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୭୮୦ଟି ଛକା ମରାଯାଇଥିବାବେଳେ ଏଥିରୁ କେବଳ ୧୦୬ଟି ହେଉଛି ଭାରତ । ଗୋଟିଏ ଟି-୨୦ ବିଶ୍ବକପରେ ଏତେ ଛକା ପୂର୍ବରୁ କେଉଁ ଦଳ ମଧ୍ୟ ହାସଲ କରିପାରନାହାନ୍ତି ।

ଭାରତ ନିଜ ନାମରେ ଛକା ମାରିଥିବାର ରେକର୍ଡ କରିଥିବାବେଳେ ସଞ୍ଜୁ ନିଜ ନାମରେ ଚଳିତ ବିଶ୍ବକପରେ ସର୍ବାଧିକ ଛକା ମାରିଥିବାର ରେକର୍ଡ କରିଛନ୍ତି । ୫ ମ୍ୟାଚରେ ସଞ୍ଜୁ ସାମସନ ୨୪ଟି ଛକା ମାରିଛନ୍ତି । ଏହାସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲରେ ଗୋଟିଏ ଟି-୨୦ ବିଶ୍ବକପରେ ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ଛକା ହୋଇଥିଲା । ଏହି ମ୍ୟାଚରେ ଉଭୟ ଦଳ ମିଶି ୪୦ ଛକା ମାରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୨୦ ଦଳ ଭାଗ ନେଇଥିବାବେଳେ ସମୁଦାୟ ରନ୍ ୧୭,୫୮୨ ରନ୍ ହୋଇଛି ।

ସଞ୍ଜୁ ସାମସନ ସର୍ବାଧିକ ଛକା ମାରି ରେକର୍ଡ କରିଥିବାବେଳେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ଛକା ଖାଇଥିବା ବୋଲର ହୋଇଛନ୍ତି । ସେ ୨୦ଟି ଛକା ଖାଇଛନ୍ତି । ତାଙ୍କ ନାମରେ ଏକ ଅଲୋଡ଼ା ରେକର୍ଡ ଲେଖାଯାଇଛି । ଯାହାକି କୌଣସି ବୋଲର କେବେ ଭାବିବେ ନାହିଁ ।

ସେପଟେ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଶତକ କରିଛନ୍ତି ବ୍ୟାଟ୍ସମ୍ୟାନ । ପୂର୍ବରୁ ଗୋଟିଏ ଟି-୨୦ ବିଶ୍ବକପରେ ୨ରୁ ଅଧିକ ଶତକ ବ୍ୟାଟ୍ସମ୍ୟାନ ମାରିନଥିଲେ । ମାତ୍ର ଚଳିତ ବିଶ୍ବକପରେ ୭ଟି ଶତକ ହାସଲ କରିଛନ୍ତି ବ୍ୟାଟ୍ସମ୍ୟାନ । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି । ବହୁ ବଡ଼ ବଡ଼ ଦଳମାନଙ୍କୁ ଛୋଟ ଛୋଟ ଦଳମାନେ ଅଡ଼ୁଆରେ ପକାଇଛନ୍ତି । ଅଷ୍ଟେ୍ରଲିଆ ଭଳି ଦଳକୁ ଜିମ୍ବାଓ୍ବେ ହରାଇଥିଲା । ଆଉ ଏହି ଶକ୍ତିଶାଳି ଦଳ ସୁପର-୮ରୁ ବାଦ ପଡ଼ିଥିଲା ।

ଏହାସହ ପଢ଼ନ୍ତୁ : କାନ୍ଦି କାନ୍ଦି କ୍ଷମା ମାଗିଲେ ସୁନିଦ୍ଧି ଚୌହ୍ବାନ, ଭାଇରାଲ ହେଉଛି ଭିଡିଓ