ବେଙ୍ଗାଲୁରୁ,୧୦/୦୪ : ଆଇପିଏଲ୍‌ର ୨୪ତମ ଲିଗ୍‌ ମୁକାବିଲାରେ ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାସାମ୍ନି ହେବେ । ଆର୍‌ସିବିର ଘରୋଇ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ ନିଜ ନିଜ ପୂର୍ବ ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ଅଛନ୍ତି । ଫଳରେ ଆଜିି ଏକ ସଂଘର୍ଷପୂର୍ଣ୍ଣ ଲଢ଼େଇ ଦେଖିବାକୁ ମିଳିବ । 

କ୍ୟାପିଟାଲ୍ସ ୩ଟି ମ୍ୟାଚ୍‌ ଖେଳି ଅପରାଜେୟ ରହିଛି । ଦଳ ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଆର୍‌ସିବି  ୪ଟି ମ୍ୟାଚ୍‌ ଖେଳି ୩ଟି ଜିତିଛି । ଗତ ୨ତାରିଖରେ ଦଳ ତା’ର ପ୍ରଥମ ଘରୋଇ ମ୍ୟାଚ୍‌  ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳି ପରାଜିତ ହୋଇଥିଲା । ଆଇପିଏଲ୍‌ରେ ଉଭୟ ଦଳ ୩୧ଥର ପରସ୍ପରକୁ ଭେଟିଛନ୍ତି । ଆର୍‌ସିବି ୧୯ଟି  ଓ କ୍ୟାପିଟାଲ୍ସ ୧୧ଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଥିଲା । 

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜି ଆର୍‌ସିବି ବ୍ୟାଟର ଓ କ୍ୟାପିଟାଲ୍ସ ସ୍ପିନରଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିବ । ବିରାଟ କୋହଲି, ଦେବଦତ୍ତ ପାଡିକଲ, ରଜତ ପାତିଦାର, ଟିମ୍‌ ଡେଭିଡ୍‌, ଜିତେଶ ଶର୍ମା  ଫର୍ମରେ ଅଛନ୍ତି । ଏହି ୪ବ୍ୟାଟର କ୍ୟାପିଟାଲ୍ସ ବୋଲରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବେ । ମାତ୍ର ଆର୍‌ସିବି ବ୍ୟାଟରଙ୍କୁ ବାନ୍ଧି ରଖିବାର ଯଥେଷ୍ଟ  କ୍ଷମତା କ୍ୟାପିଟାଲ୍ସ ବୋଲରଙ୍କ ନିକଟରେ  ରହିଛି । ସ୍ପିନର କୁଲଦୀପ ଯାଦବ ୬ଟି ୱିକେଟ୍‌  ନେଇ ସାରିଛନ୍ତି । ଅଧିନାୟକ ଅକ୍ଷର ପଟେଲ  ଓ ବିପ୍ରଜ ନିଗମ ମଧ୍ୟ ଭଲ ଲୟରେ ରହିଛନ୍ତି । 

ଦୁଇ ଅଷ୍ଟ୍ରେଲୀୟ ପେସ୍‌ ବୋଲର ଜୋଶ  ହାଜେଲଉଡ୍‌ ଓ ମିଚେଲ ଷ୍ଟାର୍କ ମଧ୍ୟ ସାମ୍ନାସାମ୍ନି  ହେବେ । କ୍ୟାପିଟାଲ୍ସ ଦଳ ସଦସ୍ୟ ଥିବା ଷ୍ଟାର୍କ ଘାତକ ସାଜିପାରନ୍ତି । ଆହତ ହେବା ଯୋଗୁ ପୂର୍ବ  ମ୍ୟାଚ୍‌ ଖେଳିନଥିବା ଆର୍‌ସିବିର ଷ୍ଟାର୍‌ ବ୍ୟାଟର  ଫାଫ୍‌ ଡୁ’ପ୍ଲେସି ଏକାଦଶକୁ ଫେରିବା ସମ୍ଭାବନା ରହିଛି । ଆଜି କ୍ୟାପିଟାଲ୍ସ ବ୍ୟାଟର  କେଏଲ୍‌ ରାହୁଲ, ଆଶୁତୋଷ ଶର୍ମା ଏବଂ ଟ୍ରିଷ୍ଟନ  ଷ୍ଟବ୍ସଙ୍କ ଉପରେ ନଜର ରହିବ । 

ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚ୍‌ ବ୍ୟାଟିଂ ପାଇଁ  ଅନୁକୂଳ । ଛୋଟ ବାଉଣ୍ଡାରୀ ଯୋଗୁଁ ଏଠାରେ  ବିଶାଳ ସ୍କୋର ହୋଇଥାଏ । ଆଜି ମଧ୍ୟ ବଡ଼ ସ୍କୋର ହେବା ଆଶା କରାଯାଉଛି ।

-: ସମ୍ଭାବ୍ୟ ଦ୍ବାଦଶ:-

ଆର୍‌ସିବି: ବିରାଟ କୋହଲି, ଫିଲ୍‌ ସଲ୍ଟ,  ଦେବଦତ୍ତ ପାଡିକଲ, ରଜତ ପାତିଦାର  (ଅଧିନାୟକ), ଲାଏମ ଲିଭିଙ୍ଗଷ୍ଟୋନ,  ଜିତେଶ ଶର୍ମା, ଟିମ୍‌ ଡେଭିଡ୍‌, କୃନାଲ୍‌  ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋସ  ହାଜେଲଉଡ୍‌, ୟଶ୍‌ ଦୟାଲ, ସୂୟାଶ  ଶର୍ମା/ସ୍ୱପ୍ନିଲ ସିଂହ/ରସିଖ ସଲାମ । 

କ୍ୟାପିଟାଲ୍ସ: ଫାଫ୍‌ ଡୁପ୍ଲେସି/ସମୀର  ରିଜଭୀ, ଜେକ ଫ୍ରେଜର ମ୍ୟାକ୍‌ଗର୍କ,  ଅଭିଷେକ ପୋରେଲ, କେଏଲ୍‌ ରାହୁଲ,  ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ (ଅଧିନାୟକ),  ବିପ୍ରଜ ନିଗମ, ମିଚେଲ ଷ୍ଟାର୍କ, କୁଲଦୀପ  ଯାଦବ, ମୁକେଶ କୁମାର, ମୋହିତ ଶର୍ମା/ ଟି. ନଟରାଜନ, ଆଶୁତୋଷ ଶର୍ମା ।

IPL-2025: ଲଗାତାର ଚତୁର୍ଥ ବିଜୟ ହାସଲ କଲା ଗୁଜୁରାଟ; ୫୮ ରନରେ ହାରିଲା ରାଜସ୍ଥାନ