ପ୍ରମୂଖ ଖବର
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

IPL 2025: ଆଜି ନାଇଟ ରାଇଡର୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଇଡେନ୍‌ ଗାର୍ଡେନ୍ସରେ ହେବ ଆୟର ରାଜୁତି

Published By : Prameya | April 26, 2025 8:41 AM

କୋଲକାତା,୨୬/୦୪: ଚଳିତ ଆଇପିଏଲ୍‌ର  ୪୪ତମ ଲିଗ୍‌ ମୁକାବିଲାରେ ଡିଫେଣ୍ଡି ଚାମ୍ପିଅନ୍‌ କୋଲକାତା ନାଇଟ ରାଇଡର୍ସ ଘରୋଇ ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ପଞ୍ଜାବ କିଙ୍ଗ୍‌ସ ଏହି ମ୍ୟାଚ୍‌ ଜିତି ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ  ଉଠିବାକୁ ପ୍ରୟାସ କରିବ। ନାଇଟ୍‌ ରାଇଡର୍ସ ପାଇଁ ଏହି  ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ପ୍ଲେ- ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଏଣିକି ପ୍ରତ୍ୟେକ  ମ୍ୟାଚ୍‌ ଜିତିବାକୁ ପଡ଼ିବ । ତେଣୁ ଆଜି ନାଇଟ  ରାଇଡର୍ସ ସବୁ ଶକ୍ତି ଲଗାଇ ଜିତିବାକୁ ପ୍ରୟାସ କରିବ । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । 

ପଞ୍ଜାବ କିଙ୍ଗ୍‌ସ ୧୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ  ରହିଛି । ଶେଷ ୬ଟି ମ୍ୟାଚ୍‌ରୁ ଅତି କମ୍‌ରେ ୩ଟି  ମ୍ୟାଚ୍‌ ଜିତିଲେ ଦଳ ସହଜରେ ପ୍ଲେ-ଅଫ୍‌ରେ  ପ୍ରବେଶ କରିପାରିବ। ନାଇଟ୍‌ ରାଇଡର୍ସ ୮ଟି ମ୍ୟାଚ୍‌  ଖେଳି ମାତ୍ର ୩ଟି ବିଜୟ ସହ ୬ ପଏଣ୍ଟ ଅର୍ଜନ  କରିଛି ଓ ସପ୍ତମ ସ୍ଥାନରେ ରହିଛି । ପ୍ଲେ-ଅଫ୍‌ରେ  ପ୍ରବେଶ କରିବାକୁ ହେଲେ ନାଇଟ୍‌ ରାଇଡର୍ସକୁ  ଅତି କମ୍‌ରେ ୫ଟି ମ୍ୟାଚ ଜିତିବାକୁ ପଡ଼ିବ ।  

ଉଭୟ ଦଳ ମଧ୍ୟରେ ୧୦ଦିନ ତଳେ  ଖେଳାଯାଇଥିବା ମ୍ୟାଚ୍‌କୁ ଦର୍ଶକ ଏପର୍ଯ୍ୟନ୍ତ ଭୁଲି  ନାହାନ୍ତି । ଗତ ୧୫ ତାରିଖରେ ପ୍ରଥମ ଭେଟ ହୋଇଥିଲା ଓ ପଞ୍ଜାବ କିଙ୍ଗ୍‌ସ ଉକ୍ତ ମ୍ୟାଚ୍‌ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍‌ସ ମାତ୍ର ୧୧୧  ରନ କରିଥିଲା । ଜବାବରେ ନାଇଟ ରାଇଡର୍ସ  ମାତ୍ର ୯୫ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା । 

ଇଡେନ ଗାର୍ଡେନ୍ସରେ ଉପସ୍ଥିତ ଦର୍ଶକଙ୍କ ନଜର  ରହିବ ଶ୍ରେୟାସ ଆୟରଙ୍କ ଉପରେ । ଆୟର ଗତ  ବର୍ଷ ନାଇଟ୍‌ ରାଇଡର୍ସର ନେତୃତ୍ୱ ନେଇଥିଲେ । ତାଙ୍କ  ଅଧିନରେ ଦଳ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା ।  ମାତ୍ର ସବୁ ପ୍ରଶଂସା ନେଇଥିଲେ ମୁଖ୍ୟ କୋଚ  ଗୌତମ ଗମ୍ଭୀର। ଏଥର ମେଗା ନିଲାମ ପୂର୍ବରୁ  ନାଇଟ ରାଇଡର୍ସ ଆୟରଙ୍କୁ ରିଟେନ କରିନଥିଲା ।  ଏଥର ସେ ପଞ୍ଜାବ କିଙ୍ଗ୍‌ସର ନେତୃତ୍ୱ ନେଉଛନ୍ତି ଓ ଚମତ୍କାର ଫର୍ମରେ ରହିଛନ୍ତି । ୨୦୦ରୁ ଊଦ୍ଧ୍ୱର୍ ଷ୍ଟ୍ରାଇକ  ରେଟ୍‌ରେ ସେ ରନ୍‌ ସଂଗ୍ରହ କରୁଛନ୍ତି । ଆଜି ଇଡେନ ଗାର୍ଡେନ୍ସ ଦର୍ଶକଙ୍କ ଠାରୁ ଆୟରଙ୍କୁ  ଭରପୁର ସମର୍ଥନ ମିଳିବା ଆଶା କରାଯାଉଛି ।  

ପୂର୍ବ ରେକର୍ଡକୁ ଦେଖିଲେ ନାଇଟ୍‌ ରାଇଡର୍ସର ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ ୩୪ଥର ଭେଟିଛନ୍ତି । ଏଥିରୁ ନାଇଟ ରାଇଡର୍ସ ୨୧ଟି  ମ୍ୟାଚ୍‌ ଜିତିଛି । ପଞ୍ଜାବ କିଙ୍ଗ୍‌ସ ଜିତିଛି ୧୩ଟି ମ୍ୟାଚ୍‌ । କିନ୍ତୁ ଚଳିତ ବର୍ଷର ପ୍ରଦର୍ଶନ, ଘରୋଇ ଗ୍ରାଉଣ୍ଡ୍‌ ଓ ସମର୍ଥନ ପଞ୍ଜାବ କିଙ୍ଗ୍‌ସକୁ ବିଜୟ ଦାବିଦାର କରିଛି । ଗତ ସିଜନରେ ଉଭୟ ଦଳ ଇଡେନ ଗାର୍ଡେନ୍ସରେ ସାମ୍ନା ସାମ୍ନି ହୋଇଥିଲେ ଓ ପଞ୍ଜାବ କିଙ୍ଗ୍‌ସ ଉକ୍ତ ମ୍ୟାଚ୍‌ ଜିତିଥିଲା । 

ପଞ୍ଜାବ କିଙ୍ଗ୍‌ସ ପ୍ରଦର୍ଶନରେ ସେଭଳି କୌଣସି ତ୍ରୁଟି ଦେଖିବାକୁ ମିଳିନାହିଁ । ଗତ କିଛି ମ୍ୟାଚ୍‌ରେ ଆୟରଙ୍କ ବ୍ୟାଟ୍‌ରୁ ରନ ବାହାରି ନାହିଁ । ମାତ୍ର ନିଜ ପ୍ରିୟ ଗ୍ରାଉଣ୍ଡରେ ତାଙ୍କ ବ୍ୟାଟ୍‌ ପୁଣିଥରେ କଥା କହିବ  ବୋଲି ଆଶା କରାଯାଉଛି । ନାଇଟ ରାଇଡର୍ସକୁ ଅନେକ  ତ୍ରୁଟି ସୁଧାରିବାକୁ ପଡ଼ିବ । ସମ୍ପୂର୍ଣ୍ଣ ବ୍ୟାଟିଂ ବିଭାଗ  ସନ୍ତୁଳନ ହରାଇଛି । କେବଳ ଅଜିଙ୍କ୍ୟ ରାହାଣେଙ୍କୁ  ଛାଡ଼ିଦେଲେ ଅନ୍ୟ କେହି ଫର୍ମରେ ନାହାନ୍ତି। ବିଶେଷ କରି ମଧ୍ୟ କ୍ରମ ବ୍ୟାଟରଙ୍କ ବିଫଳତା ଯୋଗୁଁ ନାଇଟ ରାଇଡର୍ସର ପରାଜୟ ଧାରା ଜାରି ରହିଛି । ବ୍ୟାଟିଂରେ ଉନ୍ନତି ଆଣି ପାରିଲେ ବିଜୟ ସମ୍ଭବ ହୋଇପାରିବ । 

ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା  ସମ୍ଭାବନା ନାହିଁ । ପଞ୍ଜାବ କିଙ୍ଗ୍‌ସ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିସାରିଛି । ନାଇଟ୍‌ ରାଇଡର୍ସ ନିକଟରେ ଯଥେଷ୍ଟ ବିକଳ୍ପ ନାହିଁ । ତେଣୁ ଫର୍ମ ହରାଇଥିବା ଖେଳାଳିଙ୍କ ଉପରେ ଦଳକୁ ଭରସା କରିବାକୁ ପଡ଼ିବ । 

ଇଡେନ ଗାର୍ଡେନ୍ସର ପିଚ୍‌କୁ ନେଇ ଏଥର ପୂର୍ବାନୁମାନ କରି ହେଉନାହିଁ । ପିଚ୍‌ ସ୍ପିନରଙ୍କୁ ସହାୟତା  କରୁଛି, ତାହ ପୁଣି ପ୍ରଥମ ଭାଗରେ । ଦ୍ୱିତୀୟ ଭାଗରେ  କାକର ଯୋଗୁଁ ଟର୍ଣ୍ଣ ମିଳୁ ନାହିଁ । ତେଣୁ ଟସ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।

ସମ୍ଭାବ୍ୟ ଦ୍ବାଦଶ

ପଞ୍ଜାବ କିଙ୍ଗ୍‌ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ  ସିଂହ, ଶ୍ରେୟାସ ଆୟର (ଅଧିନାୟକ), ନେହାଲ  ୱଧେରା, ଶଶାଙ୍କ ସିଂହ, ଗ୍ଲେନ ମ୍ୟାକ୍ସୱେଲ୍‌, ମାର୍କସ  ଷ୍ଟଇନିସ୍‌, ଅଜମତୁଲ୍ଲା ଓମାରଜାଇ/ଆରନ ହାର୍ଡି,  ମାର୍କୋ ଜାନସେନ, ୟୁଝବେନ୍ଦ୍ର ଚହଲ, ଅର୍ଶଦୀପ  ସିଂହ, ୟଶ ଠାକୁର । 

ନାଇଟ୍‌ ରାଇଡର୍ସ: କ୍ୱିଣ୍ଟନ ଡି କକ୍‌/ରହମନୁଲ୍ଲା  ଗୁରବାଜ, ସୁନୀଲ ନାରାଏନ, ଅଜିଙ୍କ୍ୟ ରାହାଣେ  (ଅଧିନାୟକ), ଅଙ୍ଗକ୍ରୀଶ ରଘୁବଂଶୀ, ଭେଙ୍କଟେଶ  ଆୟର, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ  ସିଂହ, ମୋଇନ ଅଲି, ହର୍ଷିତ ରାଣା, ବୈଭବ  ଆରୋରା, ବରୁଣ ଚକ୍ରବର୍ତ୍ତୀ।

IPL-2025: ଚେନ୍ନାଇକୁ ୫ ୱିକେଟରେ ହରାଇଲା ହାଇଦ୍ରାବାଦ; ସିଏସକେ ପାଇଁ ଆଗକୁ କଷ୍ଟକର ହେବ ପ୍ଲେ ଅଫ୍ ରାସ୍ତା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.