ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା

Published By : Prameya | April 12, 2025 11:32 AM

ହାଇଦ୍ରାବାଦ,୧୨/୦୪: ଶନିବାର ରାତ୍ରି ମ୍ୟାଚ୍‌ରେ ସନରାଇଜର୍ସ  ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍‌ରେ  ପଞ୍ଜାବ କିଙ୍ଗ୍‌ସକୁ ଭେଟିବାକୁ ଯାଉଛି । ୪ଟି ମ୍ୟାଚ ହାରି ସାରିଥିବା ଘରୋଇ ସନରାଇଜର୍ସ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ମାତ୍ର ପଞ୍ଜାବ କିଙ୍ଗ୍‌ସ ବିଜୟ ଜାରି ରଖିବାକୁ ପ୍ରସ୍ତୁତ । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଉପଲ ଷ୍ଟାଡ଼ିୟମ୍‌ର ବ୍ୟାଟିଂ ଅନୁକୂଳ ପିଚ୍‌ରେ ଚୌକା ଓ ଛକା ବର୍ଷାକୁ  ମଧ୍ୟ ଅଟକାଇବା କଷ୍ଟକର ହେବ । 

ଗତ ବର୍ଷ ରନର୍ସ ଅପ୍‌ ହୋଇଥିବା ସନରାଇଜର୍ସ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇବା ପରେ କ୍ରମାନ୍ୱୟରେ  ୪ଟି ମ୍ୟାଚ୍‌ ହାରି ସାରିଛି । ଦଳର କୌଣସି ରଣନୀତି କାମ ଦେଉ ନାହିଁ ।  ଗତ ସଜିନର ଆତଙ୍କ ଖେଳାଇଥିବା ଦୁଇ ଦୁର୍ଦ୍ଦର୍ଷ ଓପନର ଟ୍ରେଭିସ୍‌ ହେଡ୍‌ ଓ ଅଭିଷେକ ଶର୍ମା ମଧ୍ୟ ଫେଲ ମାରୁଛନ୍ତି । ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ ରହିଥିବା ସନରାଇଜର୍ସ ଆଉ ବିଳମ୍ବ ନକରି ବିଜୟ ଧାରାକୁ ଫେରିବାକୁ ଚାହୁଁଛି । ମାତ୍ର ଏହା ପୂର୍ବରୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ପଡ଼ିବ । ପ୍ରଥମତଃ ୩୦୦ ରନ୍‌ ପାର କରିବାର ଯୋଜନାକୁ ଭୁଲି ଅଲ୍‌ରାଉଣ୍ଡ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ବ୍ୟାଟରମାନେ ଛକା ମାରିବା ଛାଡ଼ି  କ୍ରିଜରେ ଜମିବାକୁ ପ୍ରାଥମିକତା ଦେବେ । ଠିକ୍‌ ସେହିପରି ବୋଲିଂ ବିଭାଗରେ ସନ୍ତୁଳନ ବଜାୟ ରଖିବାକୁ ହେବ । 

ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ୪ଟି ମ୍ୟଚ୍‌ ଖେଳି  ପଞ୍ଜାବ କିଙ୍ଗ୍‌ସ ୩ଟି ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଆଜର ମ୍ୟାଚ୍‌ ଜିତିଲେ ଦ୍ୱିତୀୟ କିମ୍ବା  ତୃତୀୟ ସ୍ଥାନକୁ ଉନ୍ନୀତ ହୋଇପାରିବ ।  

ଆଜି ସମସ୍ତଙ୍କ ନଜର  ପ୍ରିୟାଂଶ ଆର୍ଯ୍ୟଙ୍କ ଉପରେ ରହିବ । ପଞ୍ଜାବ କିଙ୍ଗ୍‌ସର ଏହି ଯୁବ ଓପନର ଗତ ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ଶତକ ଅର୍ଜନ କରି ରାତା  ରାତି ଷ୍ଟାର୍‌ ହୋଇଯାଇଛନ୍ତି । ଆଇପିଏଲ୍‌  ଇତିହାସରେ ଦ୍ୱିତୀୟ ଘରୋଇ ଖେଳାଳି  ଭାବେ ସେ ଶତକ ଅର୍ଜନ କରିଛନ୍ତି ।  

ସନରାଇଜର୍ସ ଅଧିନାୟକ ପ୍ୟାଟ୍‌ କମିନ୍ସ ଓ ପଞ୍ଜାବ କିଙ୍ଗସ ଅଧିନାୟକ ଶ୍ରେୟାସ ଆୟରଙ୍କ ମଧ୍ୟରେ ଏକ  ଲଢେଇ ଦେଖିବାକୁ ମିଳିବ । କମିନ୍ସ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସ୍‌ ବୋଲର ।  ୟର ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି ।  ତଥାପି ତାଙ୍କୁ ଧୈର୍ଯ୍ୟର ସହ କିଛି ସମୟ ପାଇଁ କ୍ରିଜରେ ଜମିବାକୁ ହେବ । ସନରାଇଜର୍ସର ଦୁଇ ଓପନରଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ  ନିର୍ଭର କରିବ । ଉଭୟ  ଫର୍ମକୁ ଫେରି ଏକ ଉପଯୋଗୀ  ଓପନିଂ ଭାଗିଦାରୀ ଗଢି ପାରିଲେ ସନରାଇଜର୍ସ ବିଜୟୀ ହୋଇପାରିବ । 

ଉପଲ ଷ୍ଟାଡ଼ିୟମ ପିଚ୍‌ ବ୍ୟାଟିଂ  ପାଇଁ ବେଶ୍‌ ଅନୁକୂଳ । ତେଣୁ ବିଶାଳ  ସ୍କୋର ସଂଗୃହୀତ ହେବାର ଯଥେଷ୍ଟ  ସମ୍ଭାବନା ରହିଛି । ରାତ୍ରିରେ ମ୍ୟାଚ୍‌  ଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

-:ସମ୍ଭାବ୍ୟ ଦ୍ବାଦଶ:-

ପଞ୍ଜାବ କିଙ୍ଗ୍‌ସ: ପ୍ରଭସିମରନ  ସିଂହ, ପ୍ରିୟାଂଶ ଆର୍ଯ୍ୟ, ଶ୍ରେୟାସ  ଆୟର(ଅଧିନାୟକ), ଗ୍ଲେନ  ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟଇନିସ୍‌, ଶଶାଙ୍କ  ସିଂହ, ସୂର‌୍ୟାଂଶ ସେଡଗେ, ମାର୍କୋ  ଜାନସେନ, ଲୋକି ଫର୍ଗୁସନ, ଅର୍ଶଦୀପ  ସିଂହ, ୟୁଝବେନ୍ଦ୍ର ଚହଲ, ବିଜୟ  କୁମାର ବୈଶାଖ/ନେହାଲ ୱଧେରା । 

ସନରାଇଜର୍ସ: ଟ୍ରେଭିସ୍‌ ହେଡ୍‌, ଅଭିଷେକ ଶର୍ମା, ଇଶାନ କିଷନ, ନୀତିଶ କୁମାର ରେଡ୍ଡୀ, ହେନରିକ କ୍ଲାସେନ, ଅନିକେତ ବର୍ମା, କାମିଣ୍ଡୁ ମେଣ୍ଡିସ, ପ୍ୟାଟ୍‌ କମିନ୍ସ(ଅଧିନାୟକ), ଜୀସନ ଅନସାରୀ, ଜୟଦେବ ଉନାକାତ/ହର୍ଷଲ ପଟେଲ, ମହମ୍ମଦ ସାମି, ରାହୁଲ ଚହର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.