ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ

Published By : Prameya | May 27, 2025 9:41 AM

ଲକ୍ଷ୍ନୌ, ୨୭/୦୫: ଚଳିତ  ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯିବ ଶେଷ  ଲିଗ୍‌ ମ୍ୟାଚ୍‌ । ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଏକାନ୍ନା ଷ୍ଟାଡ଼ିୟମ୍‌ରେ  ସାମ୍ନା ସାମ୍ନି ହେବେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ଏହି  ମ୍ୟାଚ୍‌ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ପ୍ରୟାସ କରିବ । ସୁପରଜାଏଣ୍ଟ୍‌ସ ପ୍ଲେ- ଅଫ୍‌ ଦୌଡ଼ରୁ ବାଦ ପଡ଼ିଥିବାରୁ ଏହି ମ୍ୟାଚ ସେଭଳି ଗୁରୁତ୍ୱ ରଖୁନାହିଁ । କେବଳ ସମ୍ମାନ ଫେରିପାଇବା ସହ ଫ୍ୟାନ୍‌ମାନଙ୍କୁ ଖୁସି କରିବା  ପାଇଁ ଦଳ ଏହି ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ ।  

ରୟାଲ ଚ୍ୟାଲେଞ୍ଜର୍ସ ଗତ ୨୩ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାଜିତ  ହୋଇଥିଲା । ଅନେକ ଖେଳାଳିଙ୍କ ପ୍ରଦର୍ଶନରେ ଅବନତି ଦେଖିବାକୁ ମିଳିଥିଲା । ବିରାଟ କୋହଲି  ଓ ଫିଲ ସଲ୍ଟଙ୍କୁ ଛାଡ଼ିଦେଲେ ମଧ୍ୟ କ୍ରମରେ ଅନ୍ୟ କେହି ସଫଳ ହୋଇପାରିନଥିଲେ । ଜୋସ୍‌ ହାଜେଲଉଡଙ୍କ ଅନୁପସ୍ଥିତିରେ ବୋଲିଂ ବାହିନୀ  ମଧ୍ୟ ଲକ୍ଷ୍ୟ ଚ୍ୟୁତ ହୋଇଥିଲା । ଏଥର ସମସ୍ତ ତ୍ରୁଟି ସୁଧାରି ରୟାଲ ଚ୍ୟାଲେଞ୍ଜର୍ସ ଗ୍ରାଉଣ୍ଡକୁ ଓହ୍ଳାଇବ ।  

ସୁପରଜାଏଣ୍ଟ୍‌ସ ପୂର୍ବ ଲିଗ୍‌ ମ୍ୟାଚ୍‌ରେ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସକୁ ହରାଇଥିଲା । ମିଚେଲ ମାର୍ଶ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପରେ  ବୋଲରମାନେ ଟାଇଟନ୍ସ ବ୍ୟାଟରଙ୍କୁ କ୍ରିଜରେ ଜମିବାକୁ ସୁଯୋଗ ଦେଇ ନଥିଲେ । କ୍ରମାନ୍ୱୟରେ  ୪ଟି ମ୍ୟାଚ୍‌ ପରାଜିତ ହୋଇ ପ୍ଲେ-ଅଫ୍‌ରୁ ବାଦ ପଡ଼ିବା ପରେ ସୁପରଜାଏଣ୍ଟସ ଉକ୍ତ ମ୍ୟାଚ୍‌  ଜିତିଥିଲା । ସବୁ ଖେଳାଳି ଫର୍ମକୁ ଫେରିବା  ବେଳକୁ ବିଳମ୍ବ ହୋଇ ସାରିଥିଲା । ଟାଇଟନ୍ସ  ବିପକ୍ଷ ମ୍ୟାଚ୍‌ର ପ୍ରଦର୍ଶନକୁ ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଦୋହରାଇବା ପାଇଁ ଦଳ  ପ୍ରସ୍ତୁତ ରହିଛି । 

ଆଜି ରୟାଲ ଚ୍ୟାଲେଞ୍ଜର୍ସ  ଏକାଦଶରେ ପରିବର୍ତ୍ତନ କରିବ । ଦଳକୁ  ଫେରିଥିବା ଜୋସ ହାଜେଲଉଡ୍‌ ଆସନ୍ତା କାଲି ଲୁଙ୍ଗି  ଏନଗିଡ଼ିଙ୍କ ସ୍ଥାନରେ ଖେଳିବାର ଯଥେଷ୍ଟ ସମ୍ଭାବନା  ରହିଛି । ଠିକ୍‌ ସେହିପରି ଆହତ ଟିମ ଡେଭିଡଙ୍କ  ସ୍ଥାନରେ ଲାଏମ ଲିଭିଙ୍ଗଷ୍ଟୋନ କିମ୍ବା ଟିମ ସାଇଫର୍ଟଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । 

ସୁପରଜାଏଣ୍ଟ୍‌ସ ଦଳରେ ଏକାଧିକ  ପରିବର୍ତ୍ତନ ହେବା ଆଶା କରାଯାଉଛି । ଗୋଟିଏ ମ୍ୟାଚ୍‌ରୁ ନିଲମ୍ବିତ ହୋଇଥିବା ଦିଗବେଶ ରାଠି  ଆଜି ଖେଳିବା ନିଶ୍ଚିତ । ଏହା ବ୍ୟତୀତ ୩  ଯୁବ ଅଲରାଉଣ୍ଡର ଆର୍ସିନ କୁଲକର୍ଣ୍ଣୀ, ରାଜବର୍ଦ୍ଧନ  ହଙ୍ଗରଗେକର ଓ ଯୁବରାଜ ଚୌଧୁରୀଙ୍କ ମଧ୍ୟରୁ  ଜଣଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।  

ଆଜି କୋହଲିଙ୍କ ଉପରେ ନଜର  ରହିବ । ସେ ଆଉ ୨୪ ରନ୍‌ କଲେ ରୟାଲ୍‌  ଚ୍ୟାଲେଞ୍ଜର୍ସ ପକ୍ଷରୁ ୯୦୦୦ ରନ ପୂରଣ  କରିବେ । ଆଉ ଏକ ବିଜୟ ସହ ରୟାଲ୍‌  ଚ୍ୟାଲେଞ୍ଜର୍ସ ରେକର୍ଡ କରିବା ସମ୍ଭାବନା ରହିଛି । ଆଇପିଏଲ୍‌ ଇତିହାସରେ ପ୍ରଥମ ଦଳ ଭାବେ  ରୟାଲ ଚ୍ୟାଲେଞ୍ଜର୍ସ ବାହାର ଗ୍ରାଉଣ୍ଡ୍‌ରେ ସମସ୍ତ ମ୍ୟାଚ୍‌ ଜିତିବାରେ ସଫଳ ହେବ । 

ଏକାନ୍ନା ଷ୍ଟାଡିୟମ୍‌ରେ ଆଜିର ମ୍ୟାଚ୍‌  ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ ବ୍ୟାଟିଂ ପାଇଁ  ଅନୁକୂଳ ଥିଲେ ହେଁ ସାମାନ୍ୟ ମନ୍ଥର ରହିବ ।  ଫଳରେ ସ୍ପିନରମାନେ ପିଚ୍‌ର ଫାଇଦା ଉଠାଇ ପାରିବେ । ଏହି ପିଚ୍‌ରେ ପୂର୍ବରୁ ଏକ ମ୍ୟାଚ୍‌ ଖେଳାଯାଇଥିଲା ଓ ଚେନ୍ନାଇ ସୁପରକିଙ୍ଗ୍‌ସ  ୫ୱିକେଟ୍‌ରେ ସୁପରଜାଏଣ୍ଟ୍‌ସକୁ ପରାସ୍ତ  କରିଥିଲା । ଆଜି ମଧ୍ୟ ଟସ୍‌ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ୱାଦଶ

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ, ବିରାଟ  କୋହଲି, ମୟଙ୍କ ଅଗରୱାଲ୍‌, ରଜତ  ପାତିଦାର (ଅଧିନାୟକ),ଲାଏମ ଲିଭିଙ୍ଗଷ୍ଟୋନ, ଜିତେଶ  ଶର୍ମା, ରୋମାରିଓ ସେଫର୍ଡ, କୃନାଲ୍‌ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋସ ହାଜେଲଉଡ୍‌, ୟଶ ଦୟାଲ, ସୂୟାଶ ଶର୍ମା । 

ସୁପରଜାଏଣ୍ଟ୍‌ସ: ଆଡେନ ମାରକ୍ରମ,  ମିଚେଲ ମାର୍ଶ, ନିକୋଲାସ ପୂରନ, ରିଷଭ  ପନ୍ତ(ଅଧିନାୟକ), ଆୟୂଷ ବାଦୋନି,  ଅବଦୁଲ ସମଦ, ହିମତ ସିଂହ, ଦିଗବେଶ  ରାଠି, ଅଭେଶ ଖାନ, ଆକାଶ ଦୀପ, ୱିଲ ଓ’ରୁର୍କ, ଆକାଶ ସିଂହ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.