PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଟ୍ରେନରେ ଯାତ୍ରା କରିବା ସମୟରେ ଫୋପାଡି ଦେଉଛନ୍ତି କି ଖାଲି ପାଣି ବୋତଲ ? ଏଥିପାଇଁ ରେଳ ବିଭାଗ ଦେଉଛି ଏତେ ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ ୨୪/୦୭ : ସାଧାରଣତଃ ଲୋକେ ଟ୍ରେନରେ ଯାତ୍ରା କରୁଥିବାବେଳେ ପାଣି ବୋତଲକୁ ବ୍ୟବହାର କରିବା ପରେ ଟ୍ରେନ୍‌  ଭିତରେ କିମ୍ବା ଟ୍ରେନ୍‌ ​‌ଶୌଚାଳୟରେ  ପକାଇଦେଇଥାନ୍ତି । କିନ୍ତୁ ଏବେ ଟ୍ରେନ ଓ ଷ୍ଟେସନକୁ ବୋତଲ୍ ମୁକ୍ତ ରଖିବା ପାଇଁ ରେଳ ବିଭାଗ ନୂଆ ପଦକ୍ଷପ ନେଇଛି । ଟ୍ରେନକୁ ସଫା ରଖିବା ପାଇଁ ରେଳ ବିଭାଗ  ପ୍ଳାଷ୍ଟି୍କ ବୋତଲ  ସଂଗ୍ରହ କରିବା  ପରେ ସେଥିରୁ ଟି-ସର୍ଟ ଓ ଟୋପି ଆଦି ତିଆରି କରୁଥିବା ମେସିନ୍‌ ସ୍ଥାପନ କରିବାକୁ ଯାଉଛି। ସେଥିପାଇଁ ମୁମ୍ବାଇର ଏକ କମ୍ପାନୀ ସହ ଚୁକ୍ତି  କରାଯାଇଥିବା ମଧ୍ଯ  ରେଳବିଭାଗର ଜଣେ ବରିଷ୍ଠ ଅଧିକାରୀ  ସୂଚନା ଦେଇଛନ୍ତି। ବୋର୍ଡ ଅଧିନରେ ଆସୁଥିବା ଚାରିଟି ଷ୍ଟେସନରେ ପ୍ଳାଷ୍ଟିକ କ୍ରସର୍‌ ମେସିନ୍ ସ୍ଥାପନ କରିବାକୁ ଯାଉଛି ବିଭାଗ ।

ଯାତ୍ରୀମାନେ ଖାଲି ବୋତଳ ଗୁଡିକୁ ପ୍ଳାଷ୍ଟିକ୍‌ କ୍ରସର ମେସିନ୍‌ରେ ପକାଇପାରିବେ । ଏହା ସହ ବୋତଲ ପକାଇବା ପରେ ମେସିନରୁ ୫ ଟଙ୍କା ସ୍ୱତଃ ବାହାରି ଆସିବ ଯାହାକୁ ହାସଲ କରିପାରିବେ ।   ପ୍ରାଥମିକ ପର୍ଯ୍ୟାୟରେ ମଧ୍ୟ ପ୍ରଦେଶର ପାଟଣା ଜଂକ୍ସନ୍‌ରେ, ରାଜେନ୍ଦ୍ର ନଗର ଷ୍ଟେସନ୍‌, ପାଟଣା ସାହେବ ଷ୍ଟେସନ୍‌ ଓ ଦାନପୂରୁ ଷ୍ଟେସନ୍‌ରେ ପ୍ଲାଷ୍ଟିକ ଷ୍ଟୋର୍‌ ମେସିନ୍ ସ୍ଥାପନ କରିଛି । ପରେ ଏହି ପ୍ଲାଷ୍ଟିକ୍‌କୁ ସଂଗ୍ରହ କରି ଟି-ସାର୍ଟ ଓ ଟୋପି ତିଆରି କରାଯିବ।

ଷ୍ଟେସନ୍ ମାନଙ୍କୁ ପ୍ଲାଷ୍ଟିକ ବୋତଲଠାରୁ ମୁକ୍ତ ରଖିବା ପାଇଁ ପୂର୍ବ-ମଧ୍ୟ ରେଳ ବିଭାଗ,  ମୁମ୍ବାଇର ଏକ କମ୍ପାନୀ ସହ ଚୁକ୍ତି ହୋଇଥିବା ସୂଚନା ଦେଇଛନ୍ତି ପୂର୍ବମଧ୍ୟ ରେଳ ଜନ ସମ୍ପକ ଅଧିକାରୀ । ପ୍ଲାଷ୍ଟିକ କ୍ରସର ମେସିନ୍‌ ଦ୍ବାରା ବୋତଲଗୁଡିକୁ ସଂଗ୍ରହ କରି ସେଥିରେ ଟି-ସାର୍ଟ ଓ ଟୋପି  ତିଆରି କରାଯିବ । ପରେ ଏଗୁଡିକୁ ବଜାରରେ ବିକ୍ରି କରାଯିବା ପାଇଁ ବ୍ୟବସ୍ଥା ମଧ୍ଯ କରାଯିବ । ଏହା ଫଳରେ ରେଳ ଷ୍ଟେସନ ବୋତଲ ମୁକ୍ତ ହେବା ସହ ପରିଷ୍କାର ମଧ୍ଯ ରହିବ ।  

ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ରୋକା ଯିବ କିପରି ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ପ୍ଲାଷ୍ଟିକରେ ଟି-ସାର୍ଟ ଓ ଟୋପିର ପ୍ରର୍ଦଶନୀ କରାଯାଇଥିଲା । ଏହାକୁ ସମସ୍ତେ ବହୁତ ପସନ୍ଦ କରିଥିଲେ । ଖାଲି ଟୋପି କିମ୍ବା ସାର୍ଟ ନୁହେଁ ବରଂ ଏହି ପ୍ଲାଷ୍ଟିକ୍ ବୋତଲରୁ ଥାଳି ,ଚପଲ ଓ ପେନ୍ ଏବଂ ଅନେକ ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରାଯାଇପାରିବେ । ଏହାକୁ ବିକ୍ରି କରି ରେଳ ବିଭାଗ ପରିଚାଳନାରେ ଉନ୍ନତି କରିବା ସହ ଯାତ୍ରୀମାନଙ୍କ ଆବଶ୍ୟକତାକୁ ମଧ୍ଯ ପୂରଣ କରିବା ପାଇଁ ପଦକ୍ଷେପ ନେବ ।