PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦୁବାଇରେ ରହିବା ଭାରତୀୟ ଅତିଧନୀଙ୍କ ପସନ୍ଦ, ବିଳାସପୂର୍ଣ୍ଣ ଜୀବନ ଶୈଳୀ କରୁଛି ଆକୃଷ୍ଟ: ୨୦୨୨ରେ ଖର୍ଚ୍ଚ ୩୫ ହଜାର କୋଟି

>ରିୟଲ ଇଷ୍ଟେଟ ବିକ୍ରିର ୨୦% ଅଂଶ
> ୨୦୨୧ ତୁଳନାରେ ୨ ଗୁଣ ଖର୍ଚ୍ଚ କରିଛନ୍ତି
> ସହାୟକ ହେଉଛି ଗୋଲ୍ଡେନ ଭିଜା

ନୂଆଦିଲ୍ଲୀ,୦୬/୦୨ ଦୁବାଇରେ ରହିବାକୁ ଏବେ ଭାରତୀୟ ମାନେ ବିଶେଷ ଭାବେ ପସନ୍ଦ କରୁଛନ୍ତି । ଦୁବାଇର ବିଜନେସ ବେ ଭାରତୀୟଙ୍କ ନୂଆ ଠିକଣା ପାଲଟିଛି । ବିଳାସପୂର୍ଣ୍ଣ ଜୀବନ ଶୈଳୀ, ବାଣିଜ୍ୟ ସୁବିଧା, ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭଳି ବିଭିନ୍ନ ସୁବିଧାକୁ ନଜରରେ ରଖି ସେଠାରେ ରହିବାକୁ ଭାରତୀୟ ଅତିଧନୀ ମାନେ ପସନ୍ଦ କରୁଥିବା ଏକ ରିପୋର୍ଟରୁ ଜଣାପଡିଛି ।

ବିଶେଷ କରି ବିଜନେସମ୍ୟାନ ଏବଂ ଉଦ୍ୟୋଗୀମାନେ ଏ କ୍ଷେତ୍ରରେ ଆଗୁଆ ରହିଛନ୍ତି । ସେହିଭଳି ପର୍ଯ୍ୟଟନ ହବ୍‌ ଭାବେ ପରିଗଣିତ ଡାଉନଟାଉନ ଦୁବାଇ ମଲ୍‌ ଏବଂ ବୁର୍ଜ ଖଲିଫା ଭଳି ଆକାଶଚୁମ୍ବୀ ଅଟାଳିକା ମଧ୍ୟ ଲୋକଙ୍କୁ ଆକର୍ଷିତ କରୁଛି । ଦୁବାଇରେ ଘର କିଣିବା ଲାଗି ଭାରତୀୟ ମାନେ ୨୦୨୨ରେ ୧୬ ବିଲିୟନ ଦିରହାମ ବା ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ୨୦୨୧ରେ ୯ ବିଲିୟନ୍‌ ଦିରହାମ ଥିଲା । ଅର୍ଥାତ ଗତ ବର୍ଷ ଭାରତୀୟ ମାନେ ଏହି ବାବଦକୁ ୨ ଗୁଣ ଅଧିକ ଖର୍ଚ୍ଚ କରିଛନ୍ତି ।

ସେଠାରେ ଭାରତର ପ୍ରାୟ ୪୦% ଘରକ୍ରେତା ଦିଲ୍ଲୀ ଏନ୍‌ସିଆର୍‌, ଅହମ୍ମଦାବାଦ, ସୁରତ, ହାଇଦ୍ରାବାଦ ଏବଂ ପଞ୍ଜାବ ଭଳି ସ୍ଥାନଗୁଡିକରୁ ରହିଛନ୍ତି । ତେବେ ଅନ୍ୟ ଭାରତୀୟ ମାନେ ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ବେଳେ ଏବେ ଦୁବାଇକୁ ରହିବା ଲାଗି ଚୟନ କରୁଛନ୍ତି । ବିଶ୍ୱର ଯେକୌଣସି ସ୍ଥାନରୁ ଦୁବାଇରୁ ସଂଯୋଗ ସୁବିଧା ମିଳୁଥିବାରୁ ସେଠାରେ ରହିବାକୁ ବରିଷ୍ଠ ନିର୍ବାହୀ ମାନେ ପସନ୍ଦ କରୁଥିବା ଜଣାପଡିଛି ।

ସେହିଭଳି ଭାରତୀୟ ମାନେ ମେଟ୍ରୋ ସହର ଛାଡି ଦୁବାଇରେ ଘର କ୍ରୟ କିମ୍ବା ଉଚ୍ଚ ଭଡା ଦେଇ ଆପାର୍ଟମେଣ୍ଟ ନେଉଛନ୍ତି । କୋଭିଡରେ ଦୁବାଇରେ ରେଣ୍ଟାଲ ବଜାର ୩୦% ଖସିଥିବା ବେଳେ ଏବେ ୨୦୨୫-୧୬ ସ୍ତରକୁ ଫେରିଛି । ଜେଭି ଭେଞ୍ଚର୍ସର ସହ ପ୍ରତିଷ୍ଠାତା ବିଶାଲ ଗୋୟଲ କହିଛନ୍ତି, ହାଇଦ୍ରାବାଦ, ଦୁବାଇ ଏବଂ ଲଣ୍ଡନ ଭଳି ସ୍ଥାନଗୁଡିକୁ ଏଠାରୁ ଯାତ୍ରା କରିବା ସହଜ । ଦୁବାଇ ଏକ ଅନ୍ତର୍ଜାତୀୟ ଫାଇନାନ୍ସ ସେଣ୍ଟର ଭାବେ ଉଭା ହୋଇଛି । ମୋ ଧର୍ମପତ୍ନୀ ଏଠାରେ ଏକ ଫିନଟେକ କମ୍ପାନି ସ୍ଥାପନ କରିବା ସହ ବିଶ୍ୱ ବଜାରରେ ରହିଥିବା ସୁଯୋଗକୁ ମଧ୍ୟ ପରଖିପାରୁଛନ୍ତି ।

ଭାରତୀୟ ମାନେ ଦୁବାଇରେ କିଣୁଥିବା ଘରର ହାରାହାରି ମୂଲ୍ୟ ୩.୬ କୋଟିରୁ ୩.୮ କୋଟି । ସେହିଭଳି ୩ରୁ ୩.୫ ଲକ୍ଷ ଟଙ୍କା ଯାଏ ଭଡା ଦେଇ ଲୋକମାନେ ସେଠାରେ ରହୁଛନ୍ତି । ସେଠାରେ ମୁମ୍ବାଇ ଭଳି ଭଡା ସୂତ୍ରରୁ ଲାଭ ପ୍ରାୟ ୫% ରହୁଛି । ଦୁବାଇ ଲୋକଙ୍କ ଲାଗି ବିଶ୍ୱ ସ୍ତରୀୟ ସାମାଜିକ ଭିତ୍ତିଭୂମି ସୁବିଧା ପ୍ରଦାନ କରୁଛି । ଭାରତୀୟ ମାନେ ସେଠାରେ ବିଶ୍ୱ ସ୍ତରୀୟ ସ୍କୁଲ ମଧ୍ୟ ସ୍ଥାପନ କରୁଛନ୍ତି ।

ଦମାତ ପ୍ରପର୍ଟିଜର ଷ୍ଟ୍ରାଟେଜୀ ନିର୍ଦ୍ଦେଶକ ଅସରତ ଚୌଧୁରି କହିଛନ୍ତି, ୨୦୧୯ ତୁଳନାରେ ଭାରତୀୟଙ୍କ ଠାରୁ କାରବାର ପ୍ରାୟ ୨.୫ ଗୁଣ ବଢ଼ିଛି । ଭାରତୀୟ ମାନେ ଦୁବାଇରେ ବିକ୍ରି ହେଉଥିବା ମୋଟ ପ୍ରପର୍ଟିର ପ୍ରାୟ ୨୦% ଅଂଶ ହାସଲ କରିଛନ୍ତି ।ଭାରତୀୟଙ୍କ ପରେ ରୁଷ, ବ୍ରିଟେନ, ପାକିସ୍ତାନ ଏବଂ ଚାଇନାର ଲୋକମାନେ ମଧ୍ୟ ଦୁବାଇରେ ରହିବାକୁ ଚୟନ କରୁଛନ୍ତି ।ଜଣେ ଶିଳ୍ପ ବିଶେଷଜ୍ଞ କହିଛନ୍ତି, ଦୁବାଇର ରିୟଲ ଇଷ୍ଟେଟ କ୍ଷେତ୍ର ଅଭିବୃଦ୍ଧିରେ ଗୋଲ୍ଡେନ ଭିଜାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସମ୍ବନ୍ଧିତ ଖବର