PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ବୈଜ୍ଞାନିକ ପ୍ରସ୍ତୁତ କଲେ ବ୍ଲାକ୍ ଗୋଲ୍ଡ, ସମୁଦ୍ରପାଣିକୁ ପିଇବାଯୋଗ୍ଯ ବନାଇବାରେ ସାହାଯ୍ଯ କରିବ

ମୁମ୍ବାଇ ୧୭/୭: ଟାଟା ଇନଷ୍ଟିଚ୍ଯୁଟ୍ସ  ଅଫ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ(ଟିଆଇଏଫଆର)ର ବୈଜ୍ଞାନିକମାନେ ସୁନାରୁ ନିର୍ମାଣ କରିଛନ୍ତି ବ୍ଲାକ୍ ଗୋଲ୍ଡ ନାମକ ଏକ ମେଟେରିୟାଲ୍ । ଏହା ସୌର ଶକ୍ତିକୁ ବୁଷ୍ଟ କରିବା ସହିତ ସମୁଦ୍ର ପାଣିକୁ ପିଇବା ଯୋଗ୍ଯ କରିବାରେ ସହାୟକ ହେବ । ବୈଜ୍ଞାନିକମାନେ ପ୍ରୟୋଗ ପାଇଁ ସିଲିକାକୁ ବ୍ୟବହାର କରିଛନ୍ତି । ଏହାର କିଛି ଅଂଶରେ ବ୍ଲାକ୍ ଗୋଲ୍ଡକୁ ପେଣ୍ଟ କରାଯାଇଛି । କିଛି ସମୟ ସୂର୍ୟ୍ୟ କିରଣରେ ରହିବା ପରେ ବ୍ଲାକ୍ ଗୋଲ୍ଡ କୋଟେଡ୍ ସିଲିକାର ଉପରିଭାଗର ତାପମାତ୍ରା ୩୮ ଡିଗ୍ରୀ ପର୍ଯ୍ଯନ୍ତ ବଢିଗଲା ।

ବ୍ଲାକ୍ ଗୋଲ୍ଡ କାରଣରୁ ପେଣ୍ଟ କରାଯାଇଥିବା ଅଂଶର ତାପମାତ୍ରା ୬୭ରୁ ୮୮ ଡିଗ୍ରୀ ପର୍ଯ୍ଯନ୍ତ ପହଞ୍ଚି ଯାଇଥିଲା । ତାପମାତ୍ରାରେ ଏହି ବୃଦ୍ଧି ହିଁ ସୌର ଶକ୍ତିକୁ ବୁଷ୍ଟ କରିବାରେ ସହାୟକ ହେବ । ଏହିଭଳି ବ୍ଲାକ୍ ଗୋଲ୍ଡର ବ୍ଯବହାର ନାନୋ ହିଟର ରୂପେ ବ୍ୟବହାର କରାଯାଇଛି । ଏହା ପାଣିକୁ ବାଷ୍ପୀଭୂତ ହେବାରେ ସାହାଯ୍ଯ କରିବ । କେବଳ ସେତିକି ନୁହେଁ ଏହା ସମୁଦ୍ର ପାଣିକୁ ପିଇବା ଯୋଗ୍ଯ ବନାଇବ ଏବଂ ଏହା ଲାବରେ ପରୀକ୍ଷା କରି ପ୍ରମାଣ ମଧ୍ଯ ହୋଇସାରିଛି ।

ବୈଶିଷ୍ଟ୍ୟ
ବ୍ଲାକ୍ ଗୋଲ୍ଡ ମେଟରିୟାଲର ଖାସ୍ ବୈଶିଷ୍ଟ୍ଯ ହେଉଛି ଏହା କାର୍ବନ ଡାଇ ଅକ୍ସାଇଡ୍ ଶୋଷି ନିଏ । କିନ୍ତୁ ଏହି ଗୁଣ ସୁନାରେ ଦେଖାଯାଇନଥାଏ । ବ୍ଲାକ୍ ଗୋଲ୍ଡ ନଜର ଆସୁଥିବା ପ୍ରକାଶ ସହିତ ସୂର୍ଯ୍ଯଙ୍କ ରେଡିଏସନକୁ ମଧ୍ଯ ଅବଜର୍ଭ କରିଥାଏ ।