ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭାରତୀୟଙ୍କୁ ନାସାରେ ଇଣ୍ଟର୍ନସିପ୍‌ର ସୁଯୋଗ, ଏମିତି କରିପାରିବେ ଆବେଦନ…

Published By : Swapna Ray | April 6, 2025 5:20 PM

ନୂଆଦିଲ୍ଲୀ, ୬।୪: ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ମହାକାଶ ସଂସ୍ଥା ନାସା । ଯେଉଁଠାରେ ପ୍ରତ୍ୟେକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଛାତ୍ର କାମ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଏଠି ପ୍ରଶ୍ନ ଉଠେ କି ଭାରତୀୟ ଛାତ୍ରମାନେ ମଧ୍ୟ ନାସାରେ ଇଣ୍ଟର୍ନସିପ୍ କରିପାରିବେ କି ? ନାସାରେ ଇଣ୍ଟର୍ନସିପ୍ ପାଇବା ଏକ ବଡ଼ ସୁଯୋଗ ହୋଇପାରେ । ନାସାରେ ଇଣ୍ଟର୍ନସିପ୍ କରିବାର ସୁଯୋଗ ଅଛି, କିନ୍ତୁ ଏହା ମୁଖ୍ୟତଃ ଆମେରିକୀୟ ନାଗରିକ କିମ୍ବା ଗ୍ରୀନ୍ କାର୍ଡ ଧାରକଙ୍କ ପାଇଁ ଉପଲବ୍ଧ । ଯଦି ଆପଣ ଜଣେ ଆମେରିକୀୟ ନାଗରିକ କିମ୍ବା ଆପଣଙ୍କର ସ୍ଥାୟୀ ନାଗରିକତା (ଗ୍ରୀନ କାର୍ଡ) ଅଛି, ତେବେ ଆପଣ ନାସାର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ ।

ଯଦି ଆପଣ ଜଣେ ଭାରତୀୟ ନାଗରିକ ଆଉ ଆପଣ ନାସାରେ ଇଣ୍ଟର୍ନସିପ୍ କରିବାକୁ ଚାହୁଁଛନ୍ତି, ତେବେ ଆବେଦନ କରିବାର କୌଣସି ସିଧାସଳଖ ଉପାୟ ନାହିଁ । ଏଥିପାଇଁ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଛି ଯାହା ମାଧ୍ୟମରେ ଭାରତୀୟ ଛାତ୍ରମାନେ ନାସାରେ ଇଣ୍ଟର୍ନସିପ୍ ମଧ୍ୟ କରିପାରିବେ । ଯଦି ଆପଣଙ୍କର ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ପ୍ରଖର ଜ୍ଞାନ ଅଛି ତେବେ ଆପଣ ଆପଣଙ୍କର ନାସାରେ କ୍ୟାରିଅର ଆରମ୍ଭ କରିବାର ସୁଯୋଗ ପାଇବେ ।

ନାସା ଏବଂ ଇସ୍ରୋ ମଧ୍ୟରେ ଅନେକ ଗବେଷଣା କାର୍ଯ୍ୟକ୍ରମ ଅଛି, ଯାହା ଅଧୀନରେ କିଛି ଭାରତୀୟ ଛାତ୍ର ବିଶେଷ ସୁଯୋଗ ପାଇପାରିବେ । ଇସ୍ରୋ କିମ୍ବା ଭାରତ ସରକାରଙ୍କ ଦ୍ୱାରା ଘୋଷିତ ଛାତ୍ରବୃତ୍ତି ଏବଂ ଆନ୍ତର୍ଜାତୀୟ ଗବେଷଣା କାର୍ଯ୍ୟକ୍ରମ ଉପରେ ନଜର ରଖନ୍ତୁ । ନାସାର ଇଣ୍ଟର୍ନସିପ୍ ମୁଖ୍ୟତଃ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଛାତ୍ରମାନଙ୍କ ପାଇଁ । ଯଦି ଆପଣ ଏହି କ୍ଷେତ୍ରଗୁଡ଼ିକରେ ପଢ଼ୁଛନ୍ତି, ତେବେ ଆପଣଙ୍କ ପାଇଁ ସମ୍ଭାବନା ଥାଇପାରେ । କମ୍ପ୍ୟୁଟର ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଅନ୍ତରୀକ୍ଷ, ଇଲେକ୍ଟ୍ରୋନିକ୍ସ, ଗଣିତ ଇତ୍ୟାଦି କ୍ଷେତ୍ରର ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଦିଆଯାଏ । ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ ଗବେଷଣା କାର୍ଯ୍ୟକୁ ସୁଦୃଢ଼ କରନ୍ତୁ, ଯାହା ଦ୍ଵାରା ଆପଣ ଏକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ ।

କିପରି କରିବେ ଆବେଦନ ?

ଯଦି ଆପଣ ଯୋଗ୍ୟ ଏବଂ ନାସାରେ ଇଣ୍ଟର୍ନସିପ୍ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ କିଛି ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ । ଇଣ୍ଟର୍ନସିପ୍ ବିଭାଗ ଦେଖିବା ପାଇଁ ନାସାର ୱେବସାଇଟ୍ ନାସାର ୱେବସାଇଟ୍ nasa.gov/careers/pathways ରେ ଭିଜିଟ୍ କରି ଇଣ୍ଟର୍ଣ୍ଣସିପ୍ ସେକ୍ସନ ଦେଖନ୍ତୁ । ଏହାପରେ ଅନଲାଇନ୍ ଫର୍ମ ଭରିବା ସହ ନିଜ ରିଜ୍ୟୁମ୍ ଓ କଭର ଲେଟର ଅପଲୋଡ କରନ୍ତୁ । nasa.gov/learning-resources/internship-programs ୱେବସାଇଟ୍‌ରେ ତଥ୍ୟ ହାସଲ କରିପାରିବେ । ତେବେ ଇଣ୍ଟର୍ଣ୍ଣସିପ୍ ପାଇଁ ଆବେଦନ କରିବାର ଶେଷ ତାରିଖ ମେ ୧୬ ରହିଛି । ଆବେଦନକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ କିମ୍ୱା ପ୍ରମାଣପତ୍ରଧାରୀ ହୋଇଥିବା ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.