ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଟାରିଫ ମଧ୍ୟରେ ଆଉ ଏକ ଝଟକା ଦେବେ ଟ୍ରମ୍ପ ସରକାର , ୟୁଏସ୍‌ରେ ୩ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

Published By : Prameya | April 8, 2025 5:06 PM

ନୂଆଦିଲ୍ଲୀ : ଆମେରିକାରୁ ଏମିତି ଖବର ସାମ୍ନାକୁ ଆସିଛି, ଯାହାକି ପାଖାପାଖି ୩ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଉଲ୍ଲେଖନୀୟ ୟେ, ୟୁଏସରେ ଏକ ନୂଆ ବିଲ୍‌ ଆଗତ କରାଯାଇଛି , ଯେଉଁଥିରେ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀଙ୍କ ପାଇଁ ଅପସନାଲ ପ୍ରାକ୍ଟିକାଲ ଟ୍ରେନିଂ (ଓପିଟି) ଅପସନକୁ ବନ୍ଦ କରିବାର ପ୍ରସ୍ତାବ ଅଛି। ଏହି ସୁବିଧା ବର୍ତ୍ତମାନରେ STEM ( ସାଇନ୍ସ, ଟେକ୍ନୋଲଜି , ଇଂଜନିୟରିଂ ଓ ମ୍ୟାଥମେଟିକ୍ସ)ର ଛାତ୍ରଛାତ୍ରୀଙ୍କୁ ମିଳିଥାଏ , ଯେଉଁଥିରେ ସେ ନିଜର ପାଠପଢା ପୂରା ହେବା ପରେ ଆମେରିକାରେ ୩ ବର୍ଷ ଯାଏ ରହି କାମ କରି ପାରିବେ। ଯଦି ଏହି ବିଧେୟକ ପାସ୍‌ ହୋଇଯାଏ ତ, ଛାତ୍ରଛାତ୍ରୀଙ୍କୁ ପାଠପଢା ଶେଷ କରିବାର ତୁରନ୍ତ ପରେ ଦେଶ ଛାଡ଼ିବାକୁ ହେବ, ଯେପର୍ଯ୍ୟନ୍ତ ସେମାନେ ଏଚ୍‌-୧ବି ଭିସା ହାସଲ କରି ନାହାନ୍ତି। ଏହି ନିଷ୍ପତ୍ତି ଏମିତି ସମୟରେ ନିଆ ଯାଉଛି , ଯେବେ ଟ୍ରମ୍ପ ସରକାରଙ୍କର ଟାରିଫ୍‌ ନୀତି ଗୁଡ଼ିକ ଯୋଗୁଁ ଅନେକ ଦେଶକୁ କଡ଼ା ଝଟକା ଲାଗିଛି। 

ଇଣ୍ଡିଆନ୍‌ ଷ୍ଟୁଡେଣ୍ଟସ ଆମେରିକାରେ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀଙ୍କର ସବୁଠୁ ଅଧିକ ଜନସଂଖ୍ୟାର ଅଂଶ ବିଶେଷ। ଓପେନ ଡୋର୍ସ ରିପୋର୍ଟ ଅନୁସାରେ ,୨୦୨୩-୨୪ ରେ ୟୁଏସ୍‌ରେ ୧୧ ଲକ୍ଷ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩.୩୧ ଲକ୍ଷ ଭାରତୀୟ ଥିଲେ। ଏହି ଛାତ୍ରଛାତ୍ରୀ ମୁଖ୍ୟ ରୂପେ STEM କୋର୍ସେସ୍‌ରେ ପାଠ ପଢିଥାନ୍ତି ଏବଂ ଓପିଟି ମାଧ୍ୟମରେ  ପ୍ରଫେସନାଲ ଅନୁଭବ ହାସଲ କରିଥାନ୍ତି। ଏଥିରେ ଏଚ୍-୧ ବି ଭିସା ପାଇବା ପାଇଁ ତାଙ୍କର ଯୋଗ୍ୟତା ଦୃଢ ହୋଇ ଯାଏ । ଏବେ ନୂଆ ପରିବର୍ତ୍ତନରେ ତାଙ୍କର କ୍ୟାରିୟର ପ୍ଲାନ୍‌ ଉପରେ ଗଭୀର ପ୍ରଭାବ ପଡ଼ିପାରେ। କୁହାଯାଉଛି କି , ଏହି ପଦକ୍ଷେପ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକ କଡ଼ା ଇମିଗ୍ରେସନ ପଲିସିର ଅଂଶ । ସେ ନିର୍ବାଚନ ଅଭିଯାନରେ ମାସ୍‌ ଡିପୋର୍ଟେସନ ଓ ଭିସା ନିୟମକୁ କଡ଼ା କରିବାର ଦାବି କରିଥିଲା। 

ନୂଆ ପ୍ରସ୍ତାବରେ କେବଳ ଭାରତୀୟ ଛାତ୍ରଛାତ୍ରୀ ନୁହେଁ , ବରଂ ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ସୂଚନାକାରୀଙ୍କ କହିବାନୁସାରେ , ଏଥିରେ ଅନେକ ଛାତ୍ରଛାତ୍ରୀ ଏବେ କାନାଡା ଓ ୟୁରୋପ ଭଳି ବୈକଳ୍ପିକ ଦେଶ ଆଡ଼କୁ ମୁହାଁଇ ପାରନ୍ତି,ଯେଉଁଠି ୨୦୨୫-୨୬ ପାଇଁ ଭାରତୀୟ ଆବେଦନ ଗୁଡ଼ିକରେ ୨୦ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳୁଛି। ଏହି ଖବରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତା ଖେଳି ଯାଇଛି। ଅନେକ ଛାତ୍ରଛାତ୍ରୀ ଏବେ ଖୁବ୍‌ ଶୀଘ୍ର ଏଚ-୧ ବି ଭିସା ପାଇଁ ଆବେଦନ କରିବାକୁ ଚେଷ୍ଟା କରୁଛନ୍ତି , କିନ୍ତୁ ତାଙ୍କର ଲଟେରୀ ପ୍ରକ୍ରିୟା ଓ ସୀମିତ କୋଟା ଏହାକୁ ମୁସ୍କିଲ କରିଥାଏ। ଯଦି ଓପିଟି ବନ୍ଦ ହୋଇ ଯାଏ ତ , ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଆମେରିକାରେ ପାଠପଢା ଓ କ୍ୟାରିୟରର ସ୍ୱପ୍ନ ଅଧୁରା ରହିପାରେ। ଏହିସ୍ଥିତି ଭାରତ-ଆମେରିକାର ଏଜୁକେସନାଲ ଓ ଇକୋନୋମିକ ରିଲେସନ ଉପରେ ମଧ୍ୟ ପ୍ରଶ୍ନ ଉଠାଇ ପାରେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.