PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଶୁକ୍ରବାରଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌, ଅଭ୍ୟାସରେ ବ୍ୟସ୍ତ ଟିମ୍‌ ଇଣ୍ଡିଆ

ଲଣ୍ଡନ,୩୦/୦୬: ଆସନ୍ତା ଶୁକ୍ରବାରଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଆରମ୍ଭ ହେବ । ଇତି ମଧ୍ୟରେ ଭାରତୀୟ ଦଳ ସାଉଥମ୍ପଟନରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛି । ଦଳରେ ଆହତ ସମସ୍ୟା ନଥିଲେ ହେଁ ଅଧିନାୟକ ରୋହିତ ଶର୍ମା କରୋନାରୁ ମୁକ୍ତି ପାଇ ନାହାନ୍ତି । ତାଙ୍କ ଖେଳିବା ନେଇ ଆଶଙ୍କା ରହିଥିଲେ ହେଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନଥିବା କୋଚ୍‌ ରାହୁଲ ଦ୍ରାବିଡ ସ୍ପଷ୍ଟ କରିଦେଇଛନ୍ତି । ଏପଟେ ଆବଶ୍ୟକ ପଡ଼ିଲେ ନେତୃତ୍ୱ ନେବା ପାଇଁ ଯଶପ୍ରୀତ ବୁମରାଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଚୟନ କମିଟି ଅଧ୍ୟକ୍ଷ ଚେତନ ଶର୍ମା ଇତି ମଧ୍ୟରେ ଲଣ୍ଡନ ଯାତ୍ରା କରିଛନ୍ତି ।

�ରୋହିତଙ୍କ ଦ୍ୱିତୀୟ ରିପୋର୍ଟ ପଜିଟିଭ କରୋନା ସଂକ୍ରମିତ ହୋଇ ଗତ ୫ଦିନ ହେଲା ଆଇସୋଲେସନରେ ରହିଥିବା ରୋହିତଙ୍କ ଆରଟି-ପିସିଆର ରିପୋର୍ଟ ମଧ୍ୟ ପଜିଟିଭ ବାହାରିଛି । ୨୪ ତାରିଖରେ ର‌୍ୟାପିଡ ଆଣ୍ଡିଜେନ ଟେଷ୍ଟରେ ପଜିଟିଭ ବାହରିବା ଦିନଠୁ ଆଇସୋଲେସନରେ ରହିଥିଲେ । ବୁଧବାର ସକାଳେ ତାଙ୍କ ଆରଟି-ପିସିଆର ରିପୋର୍ଟ ବାହାରିଥିଲା । ରୋହିତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନତି ହୋଇନାହିଁ । ତେଣୁ ଟେଷ୍ଟ ପୂର୍ବରୁ ଆଉ ୨ଥର ଆରଟି-ପିସିଆର ଟେଷ୍ଟ କରାଯିବ । ଉଭୟ ରିପୋର୍ଟ ମିଳିବା ପରେ ରୋହିତଙ୍କ ଖେଳିବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଅଭ୍ୟାସ ପରେ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କହିଛନ୍ତି, ରୋହିତ ଏପର୍ଯ୍ୟନ୍ତ ଟେଷ୍ଟ ଦୌଡରୁ ବାଦ ପଡ଼ି ନାହାନ୍ତି । ଆମ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଟେଷ୍ଟ ଆରମ୍ଭ ହେବାକୁ ୩୬ ଘଣ୍ଟା ବାକି ରହିଛି । ପରବର୍ତ୍ତୀ ୨ଟି ଟେଷ୍ଟ ରିପୋର୍ଟ ପରେ ଆମେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ।

�ନେତୃତ୍ୱ ଦୌଡ଼ରେ ବୁମରା କରୋନା ଯୋଗୁ ରୋହିତ ବାଦ ପଡ଼ିଲେ ଯଶପ୍ରୀତ ବୁମରା ନେତୃତ୍ୱ ନେବେ । ଦଳର ବୈଠକ ଅବସରରେ ବୁମରାଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଥିବା ଜଣାପଡ଼ିଛି । ପୂର୍ବରୁ ଲୋକେଶ ରାହୁଲଙ୍କୁ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଥିଲା । ହେଲେ ଆହତ ସମସ୍ୟା ଯୋଗୁ ସେ ଦଳରୁ ବାଦ ପଡ଼ିଥିଲେ । ତାଙ୍କ ସ୍ଥାନରେ ଅନ୍ୟ କାହାକୁ ଉପଅଧିନାୟକ ଚୟନ କରାଯାଇ ନଥିଲା । ବର୍ତ୍ତମାନ ବୁମରା ପ୍ରମୁଖ ଦାବିଦାର ରହିଛନ୍ତି । ଏହା ସମ୍ଭବ ହେଲେ କପିଳ ଦେବଙ୍କ ପରେ ସେ ଏକମାତ୍ର ପେସ୍‌ ବୋଲର ଭାବେ ଟେଷ୍ଟ ଦଳର ନେତୃତ୍ୱ ନେବେ । ରୋହିତଙ୍କ ବ୍ୟାକ୍‌ଅପ୍‌ ଓପନର ଭାବେ ମୟଙ୍କ ଅଗ୍ରୱାଲ ଦଳରେ ଯୋଗ ଦେଇ ସାରିଛନ୍ତି । ଫିଟ୍‌ ଘୋଷିତ ହେଲେ ରୋହିତ ଖେଳିବା ନିଶ୍ଚିତ । ନଚେତ ଶୁଭମନ ଗିଲ୍‌ଙ୍କ ସହ ଅଗ୍ରୱାଲ ଓପନ୍‌ କରିବେ । ଶ୍ରେୟାସ ଆୟରଙ୍କ ମଧ୍ୟ କ୍ରମରେ ଖେଳାଇ ଚେତେଶ୍ୱର ପୂଜାରାଙ୍କୁ ଓପନ୍‌ କରିବାକୁ ମଧ୍ୟ ସୁଯୋଗ ମିଳିପାରେ ।

�‘ଫିଲ୍ଡିଂ ଡ୍ରିଲ୍‌’ ରୁ ‘ନେଟ୍‌ସ’ ଏଜବାଷ୍ଟନରେ ଆଜି ଭାରତୀୟ ଦଳ ଜୋରଦାର ଅଭ୍ୟାସ କରିଥିଲା । ୱାର୍ମ ଅପ୍‌ ପରେ ଭାରତୀୟ ଦଳ ଫିଲ୍ଡିଂ ଅଭ୍ୟାସ କରିଥିଲା । ଗ୍ରାଉଣ୍ଡ ଫିଲ୍ଡିଂ ସମେତ ସ୍ଲିପ୍‌ କ୍ୟାଚ୍‌କୁ ଅଭ୍ୟାସ ଶିବିରରେ ପ୍ରାଥମିକତା ଦିଆଯାଇଥିଲା । ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଆଜି ଶିବିର ପରିଚାଳନା କରିଥିଲେ । ଦୀର୍ଘ ସମୟ ଧରି ଫିଲ୍ଡିଂ ଅଭ୍ୟାସ ପରେ ଦଳର ପ୍ରମୁଖ ବ୍ୟାଟରମାନେ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ ।

ସମ୍ବନ୍ଧିତ ଖବର