PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଭାରତୀୟ ଭାବି ପାକିସ୍ତାନ ପାଇଲଟକୁ ପିଓକେର ଲୋକ ପିଟିପିଟି ମାରିଦେଲେ

source: https://www.bhaskar.com

ନୂଆଦିଲ୍ଲୀ,୨।୩; ଜମ୍ମୁ-କଶ୍ମୀରରେ ଆକ୍ରମଣ କରିବା ପରେ ପାକ୍ ଅଧିକୃତ କଶ୍ମୀରରେ ଏଫ୍-୧୬ ବିମାନର ପାଇଲଟଙ୍କୁ ଭାରତୀୟ ଭାବି ସ୍ଥାନୀୟ ଲୋକେ ପିଟିପିଟି ହତ୍ୟା କରିଦେଇଛନ୍ତି। ଏ ସମ୍ପର୍କରେ ଲଣ୍ଡନରେ ରହୁଥିବା ଆଇନଜୀବି ଖାଲିଦ ଉମର ନିଜର ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିଛି ଗଣମାଧ୍ୟମର ରିପୋର୍ଟରେ ଉମରଙ୍କ ଏହି ସୂଚନାକୁ ସ୍ଥାନ ଦିଆଯାଇଛି। ଏହା ଅନୁସାରେ ଏଫ୍-୧୬କୁ ପାକିସ୍ତାନ ବାୟୁସେନାର ୧୯ ତମ ସ୍କ୍ବାଡନ୍ର ପାଇଲଟ ଶହଜାଜୁଦ୍ଦିନ ଉଡାଉଥିଲେ। କିନ୍ତୁ ଦୁଃଖର କଥା ପିଓକେରେ ଇଜେକ୍ଟ କରିବା ପରେ ପାକିସ୍ତାନୀ ପାଇଲଟ ଜଣକ ଜୀବିତ ଥିଲେ। କିନ୍ତୁ ସେଠାର କିଛି ଳୋକ ତାଙ୍କୁ ଭାରତୀୟ ଭାବି ମାଡ ମାରିଥିଲେ। ପରେ ତାଙ୍କୁ ଯେତେବେଳେ ଜଣାପଡିଥିଲା ପାଇଲଟ ଜଣକ ପାକିସ୍ତାନୀ ତାଙ୍କୁ ପିଓକେର ଲୋକମାନେ ହସ୍ପିଟାଲକୁ ନେଇ ଯାଇଥିଲେ। ତେବେ ପାଇଲଟ ଜଣଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ମୃତ ପାଇଲଟ ଜଣଙ୍କର ବାପା ମଧ୍ୟ ଜଣେ ଏୟାର ମାର୍ଶଲ ଥିଲେ। ଦୁଇ ଏୟାର ମାର୍ଶଲଙ୍କ ପୁଅ(ଅଭିନନ୍ଦନ-ଶାହଜାଜ) ଆକାଶରେ  ଲଢିଥଲେ। କିନ୍ତୁ ଅଭିନନ୍ଦନ ଶତ୍ରୁ ଦେଶରେ ନିଜର ଦମ୍ଭ ଓ ପରାକ୍ରମ ଦେଖାଇ ଫେରିଆସିଥିବା ବେଳେ ଶାହଜାଜ କିନ୍ତୁ ନିଜ ଦେଶର ଲୋକଙ୍କ ହାତରେ ମାଡ ଖାଇ  ମୃତ୍ୟୁବରଣ କରିଥିଲେ।

source:https://abpnews.abplive.in

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଘଟଣା ଦିନ ନିଜେ ପାକିସ୍ତାନ ମଧ୍ୟ ତା’ର ପାଇଲଟକୁ ଭାରତର ବୋଲି ଭାବୁଥିଲା। ପାକ୍ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର କହିଥିଲେ ଆମେ ଦୁଇ ଭାରତୀୟ ବିମାନକୁ ନଷ୍ଟ କରିବା ସହ ଦୁଇଜଣ ପାଇଲଟଙ୍କୁ ଗିରଫ କରିଛୁ। ଜଣେ ପାଇଲଟ(ଅଭିନନ୍ଦନ) ସେନା କଷ୍ଟଡିରେ ଥିବା ବେଳେ ଆଉଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପରିକି ଏଫ୍-୧୬ ଧ୍ବଂସ ହେବାର କଥାକୁ ମଧ୍ୟ ପାକିସ୍ତାନ ଖଣ୍ଡନ କରିଥିଳା। ଫେବୃଆରୀ ୨୮ରେ ଏହାର ଧ୍ବଂସାବଶେଷ ଫଟୋ ଦେଖିବାକୁ ମିଳିବା ପରେ ପାକିସ୍ତାନର ମିଛ ଧରାପଡିଥିଲା।

ସମ୍ବନ୍ଧିତ ଖବର