ନୂଆଦିଲ୍ଲୀ,୦୬/୧୨: ୟାକୁ ହିଁ ବୋଧହୁଏ କୁହନ୍ତି ଭାଗ୍ୟର ଖେଳ। ଗୋଟିଏ ଫଟୋ ଏବଂ ଫଟୋର ଜବାବରେ ଭାରତୀୟ ଯୁବକଙ୍କର ଯେ, ଏମିତି ଭାବେ ଭାଗ୍ୟ ବଦଳିଯିବ, ସେକଥା କିଏ ବା ଜାଣିଥିଲା। ଫଟୋରେ ଜଣେ ସୁନ୍ଦରୀ ଯୁବତୀ ବସିଛନ୍ତି ଏବଂ ତାଙ୍କ ପାଖରେ ଜଣେ ଭାରତୀୟ ଯୁବକ ବସିଛନ୍ତି। ତାଙ୍କ ମୁହଁକୁ ଦେଖିଲେ ଲାଗୁଛି, ସତେ ଯେମିତି ସେ ଅସ୍ତବ୍ୟସ୍ତ, ବ୍ୟଥିତ ଏବଂ ନିରୁତ୍ସାହିତ ଅଛନ୍ତି।
ଫଟୋଟି ହେଉଛି, ଜର୍ମାନୀର ଏକ ମେଟ୍ରୋ ଟ୍ରେନ୍ ଭିତରର। ଭାରତୀୟ ଯୁବକଙ୍କ ପାଖରେ ବସିଥିବା ଯୁବତୀ ଜଣକ ହେଉଛନ୍ତି, ଚର୍ଚ୍ଚିତ ସିରିଜ୍ 'ଗେମ୍ସ ଅଫ୍ ଥ୍ରୋନ୍'ର ହିରୋଇନ ମେସି ଓ୍ବିଲିୟମ୍ସ। କିନ୍ତୁ ଏକଥା ତାଙ୍କ ପାଖରେ ବସିଥିବା ଯୁବକଙ୍କୁ ଜଣାନଥିଲା। କିଛି ସମୟ ମଧ୍ୟରେ, ଏହି ଫଟୋଟି ସମଗ୍ର ଜର୍ମାନୀରେ ଭାଇରାଲ ହୋଇଥିଲା। ପ୍ରସିଦ୍ଧ ଜର୍ମାନ ପତ୍ରିକା "ଡେର୍ ସ୍ପିଗେଲ୍" ଚିତ୍ରରେ ଦେଖାଯାଉଥିବା ଭାରତୀୟ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲା। ଶେଷରେ, ଏହି ଖୋଜାଖୋଜି ପ୍ରକ୍ରିୟା ମ୍ୟୁନିଚ୍ରେ ଶେଷ ହୋଇଥିଲା।
ସାମ୍ବାଦିକ ତାଙ୍କୁ ପଚାରିଲେ: "ତୁମେ କ'ଣ ଜାଣିଛ ଯେ ତୁମ ପାଖରେ ବସିଥିବା ଗୋରା ଝିଅଟି ହେଉଛନ୍ତି, ମେସି ଓ୍ବିଲିୟମ୍ସ, ପ୍ରସିଦ୍ଧ ସିରିଜ ଗେମ୍ସ ଅଫ୍ ଥ୍ରୋନ୍ର ନାୟିକା? ତାଙ୍କର ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କ ସହିତ ସେଲଫି ନେବାକୁ ସ୍ୱପ୍ନ ଦେଖନ୍ତି, କିନ୍ତୁ ତୁମେ କିନ୍ତୁ ତାଙ୍କ ପାଖରେ ବସିଛ କିନ୍ତୁ କିଛି ବି ପ୍ରତିକ୍ରିୟା ଦେଲନାହଁ। କାହିଁକି?"
ଯୁବକ ଜଣକ ଶାନ୍ତ ଭାବରେ ଉତ୍ତର ଦେଲେ: "ଯେତେବେଳେ ଆପଣଙ୍କ ପାଖରେ ଘର ନଥିବ, ତୁମର ପକେଟରେ ଗୋଟିଏ ବି ୟୁରୋ ନଥିବ, ଏବଂ ତୁମେ ପ୍ରତିଦିନ ଟ୍ରେନରେ 'ଅବୈଧ' ଭାବେ ଯାତ୍ରା କରୁଥିବ, ସେତେବେଳେ ତୁମ ପାଖରେ କିଏ ବସିଛି ତାହା ତୁମକୁ ଫରକ ପଡ଼ିବନି।"
ଘଟଣାଟି ବହୁତ ଭାଇରାଲ ହୋଇଥିଲା। ପରେ ଭାରତୀୟ ଯୁବକଙ୍କ ସଚ୍ଚୋଟତା ଏବଂ ପରିସ୍ଥିତିରେ ପ୍ରଭାବିତ ହୋଇ, ଜର୍ମାନୀ ପତ୍ରିକା ତାଙ୍କୁ ମାସିକ ୮୦୦ ୟୁରୋ ଦରମା ସହିତ ପୋଷ୍ଟମ୍ୟାନ୍ ଭାବରେ ଚାକିରି ପ୍ରଦାନ କଲା। ଏହି ଚାକିରି ଚୁକ୍ତିନାମା ଯୋଗୁଁ, ସେ ତୁରନ୍ତ କୌଣସି ଅସୁବିଧା ବିନା ତାଙ୍କୁ ଏକ ବ୍ୟବସ୍ଥିତ ବାସସ୍ଥାନ ପାଇଁ ଅନୁମତି ମିଳିଥିଲା।