ନୂଆଦିଲ୍ଲୀ,୧୭/୧୧: ଅକ୍ଟୋବର ୧୯ ତାରିଖରେ ହଲିଫାକ୍ସ ଆଞ୍ଚଳିକ ପୋଲିସ ମୁମଫୋର୍ଡ ରୋଡରେ ଥିବା ୱାଲମାର୍ଟରେ ଘଟିଥିବା ଏକ ମୃତ୍ୟୁ ଖବର ଉପରେ ରାତି ୯.୩୦ ସମୟରେ ପ୍ରତିକ୍ରିୟା ରଖିଥିଲା। ମୃତକ ଜଣକ ଜଣେ ୧୯ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ମହିଳା ଗୁରୁସିମ୍ରାନ୍ କୌର ବୋଲି ପୁଲିସ ସୂତ୍ରରୁ ଖବର ମିଳିଥିଲା। ଯୁବତୀ ଜଣକ ଗତ ଦୁଇ ବର୍ଷ ଧରି ସୁପରମାର୍କେଟରେ ତାଙ୍କ ମା'ଙ୍କ ସହ କାମ କରୁଥିଲେ। ସେ ତିନି ବର୍ଷ ପୂର୍ବେ କାନାଡା ଫେରିଥିଲେ। ଗୋ ଫଣ୍ଡ୍‌ ମି ଅନୁଯାୟୀ, ୱାଲମାର୍ଟ ବ୍ୟାକେରୀର ୱାଲ-ଇନ୍ ଓଭେନ୍‌ରୁ କୌରଙ୍କ ମୃତଦେହର ଅଂଶବିଶେଷକୁ ତାଙ୍କ ମାଆ ନିଜ ହାତରେ ବାହାର କରୁଥିଲେ, ଯାହାକି ଅତ୍ୟନ୍ତ ହୃଦୟ ବିଦାରକ ଥିଲା। 

ତମାମ ଘଟଣାଣାକୁ ନେଇ ଅନୁସନ୍ଧାନ ମଧ୍ୟରେ ସିଟିଭି ନ୍ୟୁଜ୍ ଗତ ସପ୍ତାହରେ ଏହି ମାମଲାରେ ଆଉ ଏକ ସଦ୍ୟ ରିପୋର୍ଟ ଜାରି କରିଥିଲା। ମିଡିଆ ଆଉଟଲେଟ୍ ସେୟାର କରିଥିଲା ଯେ, ୱାଲମାର୍ଟ ଏହାର ହାଲିଫ୍ୟାକ୍ସ ଷ୍ଟୋରରୁ ଏକ ବଡ଼ ବେକେରୀ ଓଭେନ୍‌କୁ ହଟାଇବ। କାନାଡାର ସୁପରଷ୍ଟୋର ଶାଖାର ମୁଖପାତ୍ର କହିଛନ୍ତି ଯେ ଏହି ବଡ଼ ଓଭେନ୍‌ଟିକୁ ଆଉ ବ୍ୟବହାର କରାଯିବ ନାହିଁ। ଏଥିସହ, ସୁପରମାର୍କେଟ ପକ୍ଷରୁ ସ୍ବୀକାର କରାଯାଇଛି ଯେ, ଏହି ଦୁର୍ଘଟଣାରେ କୌରଙ୍କ ଜୀବନ ଯିବା ପୂର୍ବରୁ ଅର୍ଥାତ୍‌ ଦୁର୍ଘଟଣା ଘଟିବା ପୂର୍ବରୁ ତାଙ୍କୁ ରକ୍ଷା କରାଯାଇପାରିଥାଆନ୍ତା। ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଏବଂ କଷ୍ଟସାଧ୍ୟ ପରିସ୍ଥିତି ବୋଲି ଅମାଣ୍ଡା ମୋସ୍ ଏକ ଇମେଲରେ ନିଉ ଆଉଟଲେଟକୁ କହିଛନ୍ତି। 

କାନାଡାରେ ଭାରତୀୟ ବଂଶୋଦ୍ଭବ ଯୁବତୀଙ୍କ ମୃତ୍ୟୁ ପରଠାରୁ ମାମଫୋର୍ଡ ରୋଡ ଶାଖା ବନ୍ଦ ରହିଛି। କହିରଖୁଛୁ ଯେ, ନୋଭା ସ୍କୋଟିଆର ଶ୍ରମ ବିଭାଗ ୱାଲମାର୍ଟ ଷ୍ଟୋର୍‌ରେ ଷ୍ଟପ୍-ୱାର୍କ ଅର୍ଡର ଉଠାଇବାର ଏକ ସପ୍ତାହରୁ ଅଧିକ ସମୟ ପରେ କୌରଙ୍କ ମୃତଦେହ ଓଭେନ୍‌ରୁ ମିଳିଥଲା। ତେବେ ସରକାରୀ ସୂତ୍ରରୁ ପ୍ରକାଶ ଯେ ଷ୍ଟୋରଟି ସମସ୍ତ ସୁରକ୍ଷା ମାନକ ପାଳନ କରିଛି ବୋଲି ନିଶ୍ଚିତ ହେବା ପରେ ଅକ୍ଟୋବର ଶେଷରେ ଏହି ସରକାରୀ ରହିତାଦେଶକୁ ପ୍ରତ୍ୟାହାର କରାଯାଇଥିଲା। ତେବେ ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବ ଯୁବତୀଙ୍କ ମୃତ୍ୟୁ ପରେ ପୁଣି ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଷ୍ଟୋର ବନ୍ଦ ରହିବ।