ନୂଆଦିଲ୍ଲୀ,୦୮/୦୭: ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ଅସ୍ଥିରତା ମଧ୍ୟରେ ଭାରତରେ ଲିଟର  ପିଛା ପେଟ୍ରୋଲ ୧୦୧ ଟଙ୍କାରେ ବିକ୍ରି ହେଉଛି । ତେବେ  ଅଧିକାଂଶ ରାଷ୍ଟ୍ର ଅତି କମ୍‌ ଦରରେ ଏହାକୁ ବିକ୍ରି କରୁଥିବା  ଏକ ରିପୋର୍ଟରୁ ଜଣାପଡ଼ିଛି । ଭାରତରେ ପେଟ୍ରୋଲ  ଦର ଆମେରିକା ଏବଂ ପାକିସ୍ତାନ ତୁଳନାରେ ୨୧ ଟଙ୍କା  ଅଧିକ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । 

ରିପୋର୍ଟ  ଅନୁସାରେ, ଭାରତରେ ଲିଟର ପିଛା ପେଟ୍ରୋଲ ଦାମ ରହିଛି  ହାରାହାରି ୧୦୧ ଟଙ୍କା । ଆମେରିକାରେ ଏହା ୭୯.୪ ଟଙ୍କା  ଓ ପାକିସ୍ତାନରେ ୮୦.୪ ଟଙ୍କାରେ ବିକ୍ରି ହେଉଛି । ତେବେ  ଚୀନ୍‌ରେ ଲିଟର ପିଛା ୯୪.୫ ଟଙ୍କା ଏବଂ ବାଂଲାଦେଶରେ  ୮୫ ଟଙ୍କାରେ ଏହା ବିକ୍ରି ହେଉଛି । ଭୁଟାନ୍‌ରେ ଏହା ୫୮.୮  ଟଙ୍କା ଥିବାବେଳେ ଲିବ୍ୟା ଏବଂ ଇରାନ୍‌ରେ ଏହା ୨.୫ ଟଙ୍କାରୁ  କମ୍‌ରେ ବିକ୍ରି ହେଉଥିବା ଜଣାପଡ଼ିଛି । ଭାରତରେ ତେଲ  ଉପରେ ମୋଟା ଟିକସ ଲାଗୁଥିବାରୁ ଦର ଅଧିକ ରହିଛି ।