ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଆମେରିକା ତୁଳନାରେ ଭାରତରେ ପେଟ୍ରୋଲ ୨୧ ଟଙ୍କା ମହଙ୍ଗା

Published By : Prameya | July 8, 2025 2:40 PM

ନୂଆଦିଲ୍ଲୀ,୦୮/୦୭: ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ଅସ୍ଥିରତା ମଧ୍ୟରେ ଭାରତରେ ଲିଟର  ପିଛା ପେଟ୍ରୋଲ ୧୦୧ ଟଙ୍କାରେ ବିକ୍ରି ହେଉଛି । ତେବେ  ଅଧିକାଂଶ ରାଷ୍ଟ୍ର ଅତି କମ୍‌ ଦରରେ ଏହାକୁ ବିକ୍ରି କରୁଥିବା  ଏକ ରିପୋର୍ଟରୁ ଜଣାପଡ଼ିଛି । ଭାରତରେ ପେଟ୍ରୋଲ  ଦର ଆମେରିକା ଏବଂ ପାକିସ୍ତାନ ତୁଳନାରେ ୨୧ ଟଙ୍କା  ଅଧିକ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । 

ରିପୋର୍ଟ  ଅନୁସାରେ, ଭାରତରେ ଲିଟର ପିଛା ପେଟ୍ରୋଲ ଦାମ ରହିଛି  ହାରାହାରି ୧୦୧ ଟଙ୍କା । ଆମେରିକାରେ ଏହା ୭୯.୪ ଟଙ୍କା  ଓ ପାକିସ୍ତାନରେ ୮୦.୪ ଟଙ୍କାରେ ବିକ୍ରି ହେଉଛି । ତେବେ  ଚୀନ୍‌ରେ ଲିଟର ପିଛା ୯୪.୫ ଟଙ୍କା ଏବଂ ବାଂଲାଦେଶରେ  ୮୫ ଟଙ୍କାରେ ଏହା ବିକ୍ରି ହେଉଛି । ଭୁଟାନ୍‌ରେ ଏହା ୫୮.୮  ଟଙ୍କା ଥିବାବେଳେ ଲିବ୍ୟା ଏବଂ ଇରାନ୍‌ରେ ଏହା ୨.୫ ଟଙ୍କାରୁ  କମ୍‌ରେ ବିକ୍ରି ହେଉଥିବା ଜଣାପଡ଼ିଛି । ଭାରତରେ ତେଲ  ଉପରେ ମୋଟା ଟିକସ ଲାଗୁଥିବାରୁ ଦର ଅଧିକ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.