ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଭାରତର ୫ଟି ସୁନ୍ଦର ରେଲଓ୍ବେ ଷ୍ଟେସନ୍, ଏଥିରେ ରହିଛି ଓଡ଼ିଶାର ନାଁ

ଭାରତରେ ରହୁଥିବା ମଣିଷଙ୍କଠାରୁ ଆରମ୍ଭ କରି କୋଠାବାଡ଼ି, ଗଛଲତାର ସୈାନ୍ଦର୍ଯ୍ୟତାକୁ ଯେତେ ପ୍ରଶଂସା କଲେ ବି ତାହା କମ ପଡ଼ିବ। ଆଜି ଆମେ ଭାରତ ଭିତରେ ଥିବା କିଛି ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ଭାବିବେ ଏହା ଭାରତ ନା ୟୁରୋପର କୈାଣସି ସ୍ଥାନ। ମୁଖ୍ୟତଃ ଭାରତର ସୁନ୍ଦର ଏବଂ ସାନଦାର ଏହି ୫ଟି ରେଲଓ୍ବେ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ।

ପ୍ରଥମେ ଏହା ଜାଣନ୍ତୁ କି, ଭାରତର ରେଳ ନେଟଓ୍ବାର୍କ ହେଉଛି ଦୁନିଆଁର ୪ନମ୍ବର ତଥା ସବୁଠୁ ବଡ଼ ରେଳ ନେଟଓ୍ବାର୍କ। ଏହା ଗାଁ ଗାଁ ସହର ସହର ରେଳ ଲାଇନ ସହିତ ଯୋଡି ହୋଇ ରହିଛି। ଯେଉଁଟା ନ ଯୋଡ଼ି ହୋଇଛି ତାହା ଏବେ ଯୋଡ଼ି ହେଉଛି। ମାତ୍ର ଏସବୁଠାରୁ ମୁଖ୍ୟ ହେଉଛି କି ରେଳ ଷ୍ଟେସନ୍। ଭାରତରେ ଏମିତି ୫ ସୁନ୍ଦର ରେଳ ଷ୍ଟେସନ ଅଛି ଯାହା ଦୁନିଆଁର ସବୁଠୁ ସୁନ୍ଦର।

{"id":10259,"width":747,"height":461}

ଲକ୍ଷ୍ନୋର ଚାରବାଗ ରେଲଓ୍ବେ ଷ୍ଟେସନ: ଲକ୍ଷ୍ନୋର ଚାରବାଗ୍ ରେଲଓ୍ବେ ଷ୍ଟେସନ ଏହା ଦେଖିବାକୁ ବହୁତ ସୁନ୍ଦର। ଏହି ଚାରବାଗର ଅର୍ଥ ଚାରୋଟି ବଗିଚା।ଇଂଗ୍ରେଜ ସମୟରେ ଏକ ଭବ୍ୟ କୋଠରୀ ରହିଛି ଯାହାକି ବାହାରୁ ଯେତିକି ବଡ଼ ଭିତରୁ ଯେତିକି ହିଁ ସୁନ୍ଦର। ଏହାର ବାସ୍ତୁକଳାରେ ଆପଣଙ୍କୁ ମୁଙ୍ଗଲିଆ, ରାଜପୁତ ଏବଂ ଅବଧି ସଂସ୍କୃତିର ଝଲକ ଦେଖିବାକୁ ମିଳିବ।

{"id":10260,"width":739,"height":484}

ବନାରସ ରେଲଓ୍ବେ ଷ୍ଟେସନ୍: ମହାଦେବ ନଗରୀ ହେଉଛି ବନାରସ। ୧୮୬୨ମସିହାରେ ପ୍ରଥମ ଥର ଟ୍ରେନ ଚାଲିଥିଲା । ତାହାବି ହାଓ୍ବଡ଼ାରୁ। ବନାରସର ରେଳଓ୍ବେ ଷ୍ଟେସନ ପବିତ୍ର ଗଙ୍ଗା ନଦୀ କୂଳ ଦେଇ ତିଆରି କରାଯାଇଛି। ଯଦି ଏହି ରେଲଓ୍ବେ ଷ୍ଟେସନକୁ ବାହାରରୁ ଦେଖିବେ ତ ଭବ୍ୟ ମନ୍ଦିର ଭଳି ଦେଖାଯିବ। ଷ୍ଟେସନର କୋଠରୀ ଉପରେ ବଡ଼ ଚକ୍ର ତିଆରି କରାଯାଇଛି। ଏହି ଚକ୍ରରେ ସୁବବେଳେ ରଙ୍ଗୀନ ଆଲୁଅ ଜଳୁଥାଏ।

{"id":10261,"width":737,"height":512}

ଘୁମ୍ ରେଳଓ୍ବେ ଷ୍ଟେସନ୍: ଏହା ଭାରତର ସବୁଠୁ ଉଚ୍ଚତମ ରେଲଓ୍ବେ ଷ୍ଟେସନ୍। ଏହା ଦେଖିବାକୁ ଯେତିକି ଉଚ୍ଚା ସେତିକି ସୁନ୍ଦର ମଧ୍ୟ। ଘୁମ୍ ରେଳଓ୍ବେ ଷ୍ଟେସନ୍ ଦାର୍ଜିଲିଙ୍ଗ୍ରୁ ୧୨ କିମି ଦୂରରେ ରହିଛି। ଏଠାରେ ଏକ ଟୟ ଟ୍ରେନ ମଧ୍ୟ ଚାଲୁଛି। ଯାହା ଦର୍ଶକଙ୍କୁ ହିମାଳୟ ଦର୍ଶନ କରାଏ। ଏହି ଟ୍ରେନ ବହୁତ ଖାସ୍ ଅଟେ।

{"id":10262,"width":734,"height":429}

ହାଓ୍ବଡ଼ା ରେଲଓ୍ବେ ଷ୍ଟେସନ୍: ଏହା ଭାରତର ସବୁଠୁ ପୁରୁଣା ରେଲଓ୍ବେ ଷ୍ଟେସନ୍। ଇଂଗ୍ରେଜମାନେ ଏହି ରେଲଓ୍ବେ ଷ୍ଟେସନ୍କୁ ୧୮୫୪ ମସିହାରେ ତିଆରି କରିଥିଲେ। ହୁଙ୍ଗୁଳି ନଦୀ କୂଳରେ ତିଆରି କରାଯାଇଥିବା ଏହି ରେଲଓ୍ବେ ଷ୍ଟେସନ କୋଲକତାରୁ ହାଓ୍ବଡ଼ା ପୋଲର ମାଧ୍ୟମ ସହିତ ଯୋଡ଼ି  ହୋଇ ରହିଛି। ପୁରା ଭାରତରେ ଏହି ରେଲଓ୍ବେ ଷ୍ଟେସନରେ ସବୁଠୁ ଅଧିକ ରେଳଗାଡ଼ିର ଡବା ରଖିବାର କ୍ଷମତା ରହିଛି।

{"id":10264,"width":734,"height":368}

କଟକ ରେଲଓ୍ବେ ଷ୍ଟେସନ୍: ଦୁର୍ଗ ଭାବେ ତିଆରି ହୋଇଥିବା ଏହି କଟକ ରେଲଓ୍ବେ ଷ୍ଟେସନ୍  ଦେଖିବାକୁ ସତରେ ବହୁତ ସୁନ୍ଦର। ଯେଉଁ ଦୁର୍ଗଠାରୁ ପ୍ରଭାବିତ ହୋଇ ଏହି ରେଲଓ୍ବେ ଷ୍ଟେସନକୁ ତିଆରି କରାଯାଇଛି ସେହି ଦୁର୍ଗର ନାଁ ହେଉଛି ବାରବାଟି ଦୁର୍ଗ। ଏହା ୧୪ତମ ଶତୀବ୍ଦୀରେ ପୂର୍ବ ଗଙ୍ଗା ସାମ୍ରାଜ୍ୟ ଦ୍ବାରା କଳିଙ୍ଗରେ ତିଆରି କରାଯାଇଥିଲା। ସେବେଠାରୁ ଏହି ଗଡ଼ ଓଡ଼ିଶାର ଗର୍ବ।  କଟକ ରେଲଓ୍ବେ ଷ୍ଟେସନ୍: ଦୁର୍ଗ ଭାବେ ତିଆରି ହୋଇଥିବା ଏହି କଟକ ରେଲଓ୍ବେ ଷ୍ଟେସନ୍  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.