ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମେଡ୍ ଇନ୍ ମିଶନ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରର କଥା ଯଦି କହିବା ତ ପୂର୍ବ ତୁଳନାରେ ଏହା ଐତିହାସିକ ମାଇଲଷ୍ଟୋନରେ ପହଞ୍ଚିଛି। ଏହି ମଧ୍ୟରେ ରାଜନାଥ ସିଂହ ଶନିବାର କହିଛନ୍ତି , ୨୦୨୬ ମସିହାରେ ଭାରତର ଡିଫେନ୍ସ ପ୍ରଡକ୍ସନ ୧ ଲକ୍ଷ ୭୮ ହଜାର କୋଟି ଟଙ୍କାରୁ ଅତିକ୍ରମ କରି ସାରିଛି। ଏହା ପ୍ରାୟ ୮-୯ ବର୍ଷ ପୂର୍ବେ ପାଖାପାଖି ୪୬,୦୦୦କୋଟି ଟଙ୍କା ଥିଲା।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆହୁରି କହିଛନ୍ତି, ଅପରେସନ ସିନ୍ଦୂର ପରେ , ମେଡ୍ ଇନ୍ ଇଣ୍ଡିଆ ଡିଫେନ୍ସ ପ୍ଲାଟଫର୍ମ୍ସ ଉପରେ ଭରସା ମଜବୁତ ହେଲା। ସେଠାରେ ପ୍ରତିରକ୍ଷା ରପ୍ତାନୀ (ଡିଫେନ୍ସ ଏକ୍ସପୋର୍ଟ)ର ମାମଲାରେ ଭାରତ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ୨୦୧୩-୧୪ ମସିହାରେ ଯେଉଁ ରପ୍ତାନୀ କେବଳ ୬୮୬ କୋଟି ଟଙ୍କା ଥିଲା , ତାହା ଏବେ ୫୭ ଗୁଣ ବୃଦ୍ଧି ପାଇ ୩୮,୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ରାଜନାଥ ସିଂହ ଅନୁମାନ କରିଛନ୍ତି ଯେ, ଏହି ସଂଖ୍ୟା ଖୁବ୍ ଶୀଘ୍ର ୪୦,୦୦୦ କୋଟି ଟଙ୍କାର ପାଖାପାଖି ପହଞ୍ଚି ଯିବ।

ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁତାବିକ, ମେଡ୍-ଇନ୍-ଇଣ୍ଡିଆ ପ୍ରତିରକ୍ଷା ଉପକରଣ ଉପରେ ବିଶ୍ୱର ଏହି ଭରସା ଅପରେସନ ସିନ୍ଦୂର ପରେ ଆହୁରି ଅଧିକ ଦୃଢ ହୋଇଛି। ମେ ମାସ ୨୦୨୫ରେ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ଜବାବରେ ଭାରତୀୟ ସେନା ଏକ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ (ଅପରେସନ ସିନ୍ଦୂର) କରି ଥିଲା। ଉକ୍ତ ଅପରେସନରେ ଭାରତରେ ନିର୍ମିତ ଅନେକ ସ୍ୱଦେଶୀ ପ୍ରତିରକ୍ଷା ପ୍ରଣାଳୀ ଓ ଅସ୍ତ୍ରଶସ୍ତ୍ର ଗୁଡ଼ିକର ପ୍ରମୁଖ ଭୂମିକା ଥିଲା, ଯିଏକି ବିଶ୍ୱ ସ୍ତରରେ ଭାରତୀୟ ପ୍ରତିରକ୍ଷା ଟେକନିକର ଶକ୍ତିକୁ ସ୍ୱୀକାର କରାଇ ଥିଲା।

ଆଜିକା ସମୟରେ ଖୁବ୍ ଜୋରରେ ବଢୁ ଥିବା କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବିଷୟରେ ମଧ୍ୟ ନିଜର ମତ ରଖିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ସେ ସତର୍କ କରାଇ ଦେଇ ଥିଲେ ଯେ AI ତଥ୍ୟ ବିଶ୍ଳେଷଣ କରି ପାରିବ, କିନ୍ତୁ ଏହା ଲୋକଙ୍କ ସ୍ପନ୍ଦନ ଏବଂ ମାନବ ଭାବନାକୁ ବୁଝିପାରିବ ନାହିଁ। ସାମ୍ବାଦିକତାରେ ଏହାର ବଢ଼ୁଥିବା ପ୍ରଭାବ ବିଷୟରେ ସେ କହିଥିଲେ -AI ନିଶ୍ଚିତ ଭାବରେ ଖବରକୁ ଦ୍ରୁତ ଏବଂ ସଠିକ୍ କରିପାରିବ, କିନ୍ତୁ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ମାନବୀୟ ସହାନୁଭୂତି ଏବଂ ଭାବନାତ୍ମକ ବୁଝାମଣାର ଅଧିକ ଆବଶ୍ୟକ ରହିବ।

ଆହୁରି ମଧ୍ୟ ପଢନ୍ତୁ :ଭାରତ ପାଖରେ ରହିଛି ବିଶ୍ୱର ଚତୁର୍ଥ ବୃହତ ରିଫାଇନିଂ କ୍ଷମତା : ପ୍ରଧାନମନ୍ତ୍ରୀ ମୋଦି