ଦେଶର ପ୍ରଥମ ପ୍ରାଇଭେଟ୍ ଲଞ୍ଚପ୍ୟାଡ୍ ଓ କଣ୍ଟ୍ରୋଲ ସେଣ୍ଟର ପ୍ରସ୍ତୁତ , ଏବେ ଛୁଟିବ ‘ଅଗ୍ନିବାଣ’

ajtak
ଶ୍ରୀହରିକୋଟା – ଏବେ କେବଳ ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ସ୍ପେସ୍ ସେଣ୍ଟରର ସରକାରୀ ରକେଟ୍ ଲଞ୍ଚ ପ୍ୟାଡ୍ରୁ ରକେଟ ଛୁଟିବ ନାହିଁ , ପ୍ରାଇଭେଟ୍ ଲଞ୍ଚ ପ୍ୟାଡ୍ରୁ ମଧ୍ୟ ଲଞ୍ଚ କରାଯିବ। ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ଲଞ୍ଚପ୍ୟାଡ୍ ଓ ମିଶନ କଣ୍ଟ୍ରୋଲ ସେଣ୍ଟରର ଉଦ୍ଘାଟନ ହୋଇ ସାରିଛି। ଖୁବ୍ ଶୀଘ୍ର ଏଠାରୁ ଅଗ୍ନିବାଣ ନାମକ ପ୍ରାଇଭେଟ୍ ରକେଟ୍ ଲଞ୍ଚ କରାଯିବ।

ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ର ପ୍ରମୁଖ ଡ.ଏସ୍.ସୋମନାଥ ଶ୍ରୀହରିକୋଟା ଦ୍ୱୀପରେ ତିଆରି ଦେଶର ପ୍ରଥମ ପ୍ରାଇଭେଟ୍ ଲଞ୍ଚପ୍ୟାଡ୍ ଓ ମିଶନ କଣ୍ଟ୍ରୋଲ ସେଣ୍ଟରର ଉଦ୍ଘାଟନ କରିଛନ୍ତି। ଏହି ଲଞ୍ଚପ୍ୟାଡ୍ ଓ କଣ୍ଟ୍ରୋଲ ସେଣ୍ଟର ପ୍ରାଇଭେଟ୍ ସ୍ପେସ୍ କମ୍ପାନୀ ଅଗ୍ନିକୁଳ କସମସ୍ ତିଆରି କରିଛି। ଏଥିରେ ଅଗ୍ନିକୁଳର ଟିମ୍କୁ ଇସ୍ରୋର ବୈଜ୍ଞାନିକମାନେ ସାହାଯ୍ୟ କରିଛନ୍ତି। ଅଗ୍ନିବାଣ ରକେଟ୍ ଅଗ୍ନିକୁଶ କସମୋସ କମ୍ପାନୀର ରକେଟ୍। ଏହି ଲଞ୍ଚ ପ୍ୟାଡ୍ରୁ ଅଗ୍ନିବାଣର ପ୍ରଥମ ଉଡ଼ାଣ ହେବ ।
ଅଗ୍ନିକୁଳ ଏକ ଷ୍ଟାର୍ଟଅପ୍ ଯାହାକୁ କିଛି ଯୁବବର୍ଗ ମିଶି କରିଛନ୍ତି। ଏଥିରେ ଅନେକ ବରିଷ୍ଠ ଉଦ୍ୟୋଗପତିମାନେ ନିବେଶ କରିଛନ୍ତି । ଯେଉଁଥିରେ ସବୁଠୁ ବଡ଼ ନାଁ ଆନନ୍ଦ ମହିନ୍ଦ୍ରା। ଆନନ୍ଦ ମହିନ୍ଦ୍ରା ଅଗ୍ନିବାଣ ରକେଟ୍ ପାଇଁ ୮୦.୪୩ କୋଟି ଟଙ୍କାର ନିବେଶ କରିଛି। ଏହା ବ୍ୟତୀତ ପାଇ ଭେଞ୍ଚର୍ସ , ସ୍ପେଶାଲ ଇନଭେଷ୍ଟ ଓ ଅର୍ଥ ଭେଞ୍ଚର୍ସ ମଧ୍ୟ ନିବେଶ କରିଛି।
ISRO chairman Dr. Somanath just inaugurated Agnikul Cosmos' launchpad and mission control at Sriharikota today! This is India's first private launchpad. https://t.co/HnnuXg1ons
— ISRO Spaceflight (@ISROSpaceflight) November 28, 2022
ଅଗ୍ନିକୁଳ କସମସ୍ ଆରମ୍ଭ ୨୦୧୭ ମସିହାରେ ହୋଇଥିଲା । ଏହାକୁ ଚେନ୍ନାଇରେ ସ୍ଥାପିତ କରାଯାଇଛି । ଏହାକୁ ଶ୍ରୀନାଥ ରବିଚନ୍ଦ୍ରନ, ମୋଇନ ଏସପିଏମ ଓ ଆଇଆଇଟି ମାଡ୍ରାସର ପ୍ରୋଫେସର ଏସଆର ଚକ୍ରବର୍ତ୍ତୀ ମିଶି ଆରମ୍ଭ କରିଥିଲେ। ଅଗ୍ନିକୁଳ ଏହି ସମୟରେ ଏକ ଛୋଟ ପ୍ରାଇଭେଟ୍ ରକେଟ୍ ଅଗ୍ନିବାଣ ହୋଇ ପାରିଛି। ଏହି ଲଞ୍ଚ ଭାଇକଲ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ସାଟେଲାଇଟ୍ସକୁ ପୃଥିବୀର ନିମ୍ନ ଶ୍ରେଣୀରେ ସ୍ଥାପିତ କରିବାରେ ସକ୍ଷମ । ଏଥିରେ ପ୍ଲଗ୍-ଆଣ୍ଡ-ପ୍ଲେ ଇଞ୍ଜିନ୍ କନଫିଗ୍ୟୁରେସନ ଅଛି ।