PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଭାରତ ଜିଡିପି ୩.୫ ଲକ୍ଷ କୋଟି ଡଲାର ପାର, ଆମେରିକୀୟ ରେଟିଂ ଏଜେନ୍ସି ମୁଡିସର ରିପୋର୍ଟ

ନୂଆଦିଲ୍ଲୀ, ୨୪।୫: ୨୦୨୨ରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୩.୫ ଲକ୍ଷ କୋଟି ଡଲାର ପାର୍‌ କରିଛି । ଆମେରିକୀୟ ରେଟିଂ ଏଜେନ୍ସି ମୁଡିସ୍‌ ଏହା ପ୍ରକାଶ କରିଛି । ତେବେ ଆସନ୍ତା କିଛି ବର୍ଷ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଜି-୨୦ ଅର୍ଥନୀତିର ମାନ୍ୟତା ବଜାୟ ରଖିବ ବୋଲି ଏହା ପ୍ରକାଶ କରିଛି । ମୁଡିସ୍‌ ଏହା ମଧ୍ୟ କହିଛି ଯେ, ସଂସ୍କାର ଏବଂ ନୀତିଗତ ବାଧକଗୁଡ଼ିକ ଦେଶରେ ନିବେଶକୁ ପ୍ରଭାବିତ କରିପାରେ । ଲାଇସେନ୍ସ ହାସଲ ଏବଂ ବ୍ୟବସାୟ ଆରମ୍ଭ କରିବା ଲାଗି ମଞ୍ଜୁରି ପ୍ରକ୍ରିୟାକୁ ଅତ୍ୟଧିକ ଅମଲାତନ୍ତ୍ର ମନ୍ଥର କରିପାରେ । ଭାରତରେ ନିଷ୍ପତ୍ତି ନେବାବେଳେ ଅମଲାତନ୍ତ୍ରର ପ୍ରଧାନ ଭୂମିକା ରହିଆସିଛି । ଏହା ଅର୍ଥନୀତି ପାଇଁ ବିପରୀତ ଫଳାଫଳ ଦେଇପାରେ । ଏଫ୍‌ଡିଆଇ ପାଇଁ ଭାରତ ଅନୁକୂଳ ସ୍ଥଳ ରହି ଆସିଥିବାବେଳେ ଅତ୍ୟଧିକ ଅମଲାତନ୍ତ୍ର ଯୋଗୁ ଏହା ଆକର୍ଷଣ ହରାଇପାରେ ବୋଲି ମୁଡିସ୍‌ ପ୍ରକାଶ କରିଛି । ଭାରତ ଇଣ୍ଡୋନେସିଆ ଏବଂ ଭିଏତ୍‌ନାମ ଭଳି ଅନ୍ୟ ବିକାଶମୁଖୀ ରାଷ୍ଟ୍ରଗୁଡିକ ସହ ପ୍ରତିଯୋଗିତା କରୁଥିବାବେଳେ ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଏହାକୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ମୁଡିସ୍‌ ପ୍ରକାଶ କରିଛି ।

ଏହା ଆହୁରି କହିଛି ଯେ, ବୃହତ୍‌ ସଂଖ୍ୟକ ଯୁବ ଏବଂ ଶିକ୍ଷିତ କାର୍ଯ୍ୟବଳ ଏକକ ପରିବାର ତଥା ସହରୀକରଣକୁ ତ୍ୱରାନ୍ୱିତ କରୁଛି । ଫଳରେ ଆଗକୁ ଦେଶରେ ଗୃହ, ସିମେଣ୍ଟ ଏବଂ ନୂଆ ଗାଡ଼ି ଚାହିଦା ବଡ଼ ମାତ୍ରାରେ ବୃଦ୍ଧି ପାଇବ  । ସରକାର ଭିତ୍ତିଭୂମି ବ୍ୟୟ ବଢ଼ାଉଥିବାବେଳେ ଏହା ଇସ୍ପାତ ଏବଂ ସିମେଣ୍ଟ ଚାହିଦା ବୃଦ୍ଧି କରିବ । ଭାରତର ନେଟ୍‌-ଜିରୋ ପ୍ରତିଶ୍ରୁତି ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ବୃଦ୍ଧି କରିବ ବୋଲି ମୁଡିସ୍‌ ପ୍ରକାଶ କରିଛି । ଚଳିତ ଦଶନ୍ଧିର ଅବଶିଷ୍ଟ ସମୟରେ ବିନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଚାହିଦା ବାର୍ଷିକ ୩ରୁ୧୨% ବଢ଼ିବ । ୨୦୩୦ ସୁଦ୍ଧା ଭାରତର କ୍ଷମତା ଚୀନ୍‌ଠାରୁ ଯଥେଷ୍ଟ ଭଲ ରହିବ ବୋଲି ଏହା ନିଜ ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛି ।