ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ 6E 6017 ବିମାନଟି ଉଡ଼ାଣ ପୂର୍ବରୁ ହଠାତ୍ ଧୂଆଁ ଭର୍ତ୍ତି ହୋଇଯିବାରୁ ଯାତ୍ରୀ ମାନେ ଆତଙ୍କିତ ହୋଇପଡ଼ିଥିଲେ। ପରିସ୍ଥିତିର ମୁକାବିଲା କରି, କ୍ରୁ ତୁରନ୍ତ ଜରୁରୀକାଳୀନ ପ୍ରୋଟୋକଲ୍ କାର୍ଯ୍ୟକାରୀ କରି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାରକୁ ସ୍ଥାନାନ୍ତର କରିଥିଲେ। ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ ନାହାଁନ୍ତି ।

ଉଡ଼ାଣ ସମୟରେ ଧୂଆଁ…

କ୍ୟାବିନରେ ଧୂଆଁ ଦେଖାଯିବା ପରେ,ଏକ ସମ୍ଭାବ୍ୟ ବଡ଼ ବିପର୍ଯ୍ୟୟକୁ ଏଡାଇ ଦେବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜରୁରୀକାଳୀନ ସ୍ଥାନାନ୍ତର ଆରମ୍ଭ କରାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଟର୍ମିନାଲକୁ ସ୍ଥାନାନ୍ତର କରାଯାଇଥିଲା। ଧୂଆଁର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି। ବିମାନ କମ୍ପାନୀ ଏବଂ ସମ୍ପୃକ୍ତ ସଂସ୍ଥା ଗୁଡ଼ିକ ଏହି ଘଟଣାର ତଦନ୍ତ କରୁଛନ୍ତି।

DGCA ନିର୍ଦ୍ଦେଶାବଳୀ ଜାରି କରିଛି…

ଆଫ୍ରିକାର କିଛି ଅଂଶରେ ଇବୋଲା ପ୍ରକୋପକୁ ଦୃଷ୍ଟିରେ ରଖି, ଭାରତରେ ସତର୍କତା ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ବିମାନ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି, ଯେଉଁଥିରେ ସେମାନଙ୍କୁ ଅନେକ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। DGCAଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯାତ୍ରୀ ମାନେ ଉଡ଼ାଣ ସମୟରେ ଇବୋଲା ସମ୍ବନ୍ଧୀୟ ସଚେତନତା ଘୋଷଣା କରିବାକୁ ପଡିବ।

ଏହା ସହ ପଢନ୍ତୁ : ଗଭୀର ସମୁଦ୍ରର ୩୭୦ ଫୁଟ ପାଣି ଭିତରେ ଦୌଡିବ ଟ୍ରେନ୍, ଚୀନ୍ ତିଆରି କରୁଛି ବିଶ୍ବର ଏହି ବିରଳ ରେଳବାଇ ରାସ୍ତା…