PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ମହିଳା ଯାତ୍ରୀଙ୍କ ଶାରିରୀକ ଅସୁସ୍ଥତା ପାଇଁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ, ଡାକ୍ତରଖାନାରେ ହେଲା ମୃତ୍ୟୁ…

ନୂଆଦିଲ୍ଲୀ: ମଙ୍ଗଳବାର ଇଣ୍ଡିଗୋର ଜେଡା-ଦିଲ୍ଲୀ ବିମାନ ଯୋଧପୁରରେ ଜରୁରୀକାଳୀନ ଅବତରଣ କରିଥିଲା । ଜଣେ ଯାତ୍ରୀଙ୍କ ଅସୁସ୍ଥତା ପାଇଁ ଜରୁରୀକାଳୀନ ଅବତରଣ ହୋଇଥିଲା । ତେବେ ପରେ ଯାତ୍ରୀ ଜଣକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ୬୧ ବର୍ଷୀୟ ମହିଳା ଯାତ୍ରୀଙ୍କ ପରିଚୟ ମିତ୍ର ବାନୋ ବୋଲି ଜଣା ପଡିଛି । ବିମାନରେ ଶାରିରୀକ ଅସୁସ୍ଥତା ପାଇଁ ତାଙ୍କୁ ଯୋଧପୁରର ଗୋୟଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।  

ମିତ୍ର ବାନୋ ଜାମ୍ମୁ କାଶ୍ମୀରର ବାସିନ୍ଦା ଥିଲେ । ଇଣ୍ଡିଗୋର ବିବୃତ୍ତି ଅନୁଯାୟୀ, ବିମାନରେ ଥିବା ଜଣେ ଡାକ୍ତର ଯାତ୍ରୀଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇବାରେ ସାହାଯ୍ୟ କରିଥିଲେ । ବାନୋଙ୍କ ପୁଅ ମୁଜାଫର ତାଙ୍କ ସହିତ ଥିଲେ । ବିମାନଟି ସକାଳ ୧୧ ଟାରେ ଯୋଧପୁରରେ ପହଞ୍ଚିଥିଲା ​​। ମୃତ ମହିଳାଙ୍କ ପୁଅ ଏକ ଜାତୀୟ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି ଯେ ତାଙ୍କ ମା ପୂର୍ବରୁ କୌଣସି ରୋଗରେ ପୀଡିତ ନଥିଲେ । ସାଉଦି ଆରବ ଗସ୍ତ ସମୟରେ ତାଙ୍କର ଭଲ ସମୟ କଟିଥିଲା ଏବଂ ଏହା ମଧ୍ୟରେ କିଛି ଘଟିବ ବୋଲି ସେ ଜାଣି ନଥିଲେ ।

ସେ କହିଛନ୍ତି ଯେ ଉଡ଼ାଣ ସମୟରେ ମାଙ୍କୁ ପ୍ରବଳ ଯନ୍ତ୍ରଣା ହୋଇଥିଲା, ଯେଉଁଥିପାଇଁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଖବର ଅନୁଯାୟୀ, ମହିଳାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର