ନୂଆଦିଲ୍ଲୀ - ଜାକର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନରେ ରଖାଯାଇଥିବା ଭୋଜନ ବେଳର ଘଟଣା। ଏହି ସମୟରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ, ଏମିତି କଥା କହିଲେ, ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ବସିଥିବା ସବୁ ଲୋକଙ୍କୁ ହସିବାକୁ ବାଧ୍ୟ କରି ଥିଲା। ପିଏମ ମୋଦିଙ୍କ ପାଖରେ ବସିଥିବା ସୁବିୟାଣ୍ଟୋ ମଜାଳିଆ ଢଙ୍ଗରେ କହିଥିଲେ , ସେ ବହୁତ କୃତଜ୍ଞ ଯେ, ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଉପରେ କୌଣସି କପି ରାଇଟ୍ ନାହିଁ , ଏଥିପାଇଁ ସେ ମୁକ୍ତ ଭାବରେ ତାଙ୍କର କପି କରି ପାରୁଛନ୍ତି।

ରାଷ୍ଟ୍ରପତି ସୁବିଆଣ୍ଟୋ ଖୋଲା ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି କହିଛନ୍ତି ଯେ, ସେ ପିଏମ ମୋଦିଙ୍କ ସାମନାରେ ସ୍ୱୀକାର କରୁଛନ୍ତି ଯେ, ସେ ତାଙ୍କ କ୍ୟାରିୟରକୁ ଅନୁସରଣ କରନ୍ତି। ତାଙ୍କର ଅନେକ ଯୋଜନାକୁ ନକଲ କରନ୍ତି। ସେ ଆହୁରି କହିଛନ୍ତି ଯେ, ଭାରତ ଓ ଇଣ୍ଡୋନେସିଆ ଦୁଇ ଦେଶର ସାମ୍ନାରେ ବିକାଶର ଚ୍ୟାଲେଞ୍ଜ ଗୁଡ଼ିକ ସମାନ। ଯେଉଁ ଯୋଜନାଗୁଡ଼ିକ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଲାଭ ଦେଇଛି ,ତାହା ଇଣ୍ଡୋନେସିଆର ଲୋକମାନଙ୍କୁ ମଧ୍ୟ ଲାଭାନ୍ୱିତ କରି ପାରିବ। ଏହି ଯୋଜନାଗୁଡ଼ିକ ତାଙ୍କ ଦେଶରେ ମଧ୍ୟ ବହୁତ ସଫଳ ସାବ୍ୟସ୍ତ ହେଉଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଜାକର୍ତ୍ତା ଗସ୍ତ ସମୟରେ, ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ପ୍ରାୟ ଏକ ଡଜନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ ଆଶା କରାଯାଉଛି ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ଘୋଷଣା ଶିକ୍ଷା କ୍ଷେତ୍ରରେ ହୋଇଛି। ଏଥିରେ ସ୍ଥିର କରାଯାଇଛି ଯେ, IIM ବେଙ୍ଗାଲୁରୁ ଇଣ୍ଡୋନେସିଆର ପୂର୍ବ ଜାଭାର ସିଂଘାସାରୀରେ ନିଜର ଏକ ବିଦେଶୀ କ୍ୟାମ୍ପସ୍ ଖୋଲିବ। ଏହା ସ୍ପେଶାଲ ଇକୋନମିକ ଜୋନର ଏରିଆ। ଏହା ପୂର୍ବରୁ IIM ଅହମ୍ମଦାବାଦ ପ୍ରଥମ ଏମିତି ସଂସ୍ଥା ଥିଲା, ଯିଏକି ଗତ ବର୍ଷ ଦୁବାଇରେ ଏକ ବିଦେଶୀ କ୍ୟାମ୍ପସ୍ ଖୋଲି ଥିଲା।

ଶିକ୍ଷା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଏକ ବଡ଼ ଚୁକ୍ତିନାମା ହୋଇଛି। ଏହି ଅନୁଯାୟୀ, ଭାରତ ଓ ଇଣ୍ଡୋନେସିଆର ଔଷଧ ୟୁନିଟ୍ ମିଳିତ ହୋଇଛନ୍ତି। ଏଥିରେ ଦୁଇ ଦେଶ ମେଡିକାଲ ପ୍ରଡକ୍ଟର ନିୟମ ଓ ବିଶ୍ୱ ମାନଦଣ୍ଡ ଉପରେ ସୂଚନା ଆଦାନପ୍ରଦାନ କରିବାକୁ ସକ୍ଷମ ହେବେ। ଏଥିରେ ଇଣ୍ଡୋନେସିଆ ବଜାରରେ ଭାରତୀୟ ମେଡିକାଲ ପ୍ରଡକ୍ଟ ଓ ଔଷଧ ଲୋକଙ୍କ ପାଖରେ ସହଜରେ ଉପଲବ୍ଧ ହୋଇପାରିବ।

ଏହା ସହ ମଧ୍ୟ ପଢନ୍ତୁ - Chinese Army: ଅରୁଣାଚଳ ପ୍ରଦେଶରେ ଚୀନ ସୈନିକଙ୍କ ଉପସ୍ଥିତିର ସତ୍ୟତା କଣ ,ଜାଣନ୍ତୁ

ସୋମବାର ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତ୍ରି-ରାଷ୍ଟ୍ରୀୟ ଗସ୍ତ, ଯେଉଁଥିରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ। ପ୍ରଥମ ପର୍ଯ୍ୟାୟ ଜାକର୍ତ୍ତାରେ ଜାକର୍ତ୍ତାରେ ପହଞ୍ଚିଲେ। ଯେଉଁଥିରେ ତାଙ୍କୁ ଏକ ଭବ୍ୟ ସ୍ୱାଗତ କରାଯାଇ ଥିଲା। ବାଣିଜ୍ୟ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ସାମୁଦ୍ରିକ ସୁରକ୍ଷା ଭଳି ପ୍ରମୁଖ କ୍ଷେତ୍ରରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମାଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ବନ୍ଧୁତାର ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇ ଯାଇଛି।