ରାସନ କାର୍ଡ: ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଫେରାଇବା ପାଇଁ ନୋଟିସ୍

ନୂଆଦିଲ୍ଲୀ ୧୯/୫: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରି । ୟୁପି, ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ସରକାରଙ୍କ ତରଫରୁ ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ ଅଭିଯାନ ଚଲାଯାଉଛି । ଗତ ଦିନମାନଙ୍କରେ ସରକାରଙ୍କ ତରଫରୁ ଏମିତି ଲୋକଙ୍କୁ ଚେତାବନୀ ଦେଇ ରାସନ କାର୍ଡ ସରେଣ୍ଡର କରିବା ପାଇଁ କୁହାଯାଇଥିଲା ।
ୟୁପିର ସମସ୍ତ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଅଯୋଗ୍ୟ ହିତାଧିକାରୀଙ୍କୁ ମେ ୩୦ ସୁଦ୍ଧା ରାସନ କାର୍ଡ ସରେଣ୍ଡର କରିବାର ଚେତାବନୀ ଦେଇଥିଲେ । ସେହିଭଳି କିଷାନ ସମ୍ମାନ ନିଧିର ଫାଇଦା ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଧନରାଶି ଫେରସ୍ତ କରିବା ପାଇଁ କୁହାଯାଇଥିଲା । ଏହି ଅଭିଯାନ ପରେ ବରେଲି, ଲଲିତପୁର, ଜାଲୌନ, ଲକ୍ଷ୍ମୀମପୁର, ଗାଜିୟାବାଦ ଏବଂ ବରେଲି ଆଦି ଜିଲ୍ଲାରେ ପ୍ରତିଦିନ ହଜାର ହଜାର ଅଯୋଗ୍ୟ ହିତାଧିକାରୀ ପହଞ୍ଚି ନିଜ ନିଜ ରାସନ କାର୍ଡ ସରେଣ୍ଡର କରୁଛନ୍ତି ।
କିଛି ଜିଲ୍ଲାରେ ଜିଲ୍ଲା ପ୍ରଶାସନ କିଷାନ ସମ୍ମାନ ନିଧି ଏବଂ ରାସନ କାର୍ଡର ଅଯୋଗ୍ୟ ହିତାଧିକାରୀଙ୍କୁ ରିକଭରୀ ନୋଟିସ୍ ପଠାଇଛନ୍ତି । ନୋଟିସ୍ ମିଳିବା ପରେ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ୟୁପିର ହାପୁଡର ଗଢ ତହସିଲରେ ଅନେକ ଅଯୋଗ୍ୟ ହିତାଧିକାରୀ ଏବଂ ରାସନ କାର୍ଡଧାରୀଙ୍କୁ କାର୍ଯ୍ୟାଳୟ ଉପକୃଷି ନିର୍ଦ୍ଦେଶକ, ହାପୁଡ ତରଫରୁ ନୋଟିସ୍ ପଠାଯାଇଛି । ନୋଟିସରେ ଅଯୋଗ୍ୟ ହିତାଧିକାରୀଙ୍କୁ ସମ୍ମାନନିଧିର ଧନରାଶି ଫେରସ୍ତ ଜମା କରିବାର ଆଦେଶ ଦିଆଯାଇଛି ।
ଅଯୋଗ୍ୟ ହିତାଧିକାରୀ ଭାବେ ସେହିମାନଙ୍କୁ ସାମିଲ କରାଯାଇଛି ଯେଉଁମାନେ ଇନକମ୍ ଟ୍ୟାକ୍ସ ଦିଅନ୍ତି ବା ସରକାରୀ ଚାକିରୀ କରିଛନ୍ତି । ସେହି ଅଯୋଗ୍ୟ ହିତାଧିକାରୀଙ୍କୁ କୁହାଯାଇଛି କି ଏପର୍ଯ୍ୟନ୍ତ ମିଳିଥିବା କିଷାନ ସମ୍ମାନ ନିଧିର ଧନରାଶିକୁ ପୁଣି ସରକାରଙ୍କ ଖାତାରେ ଜମା କରିଦିଅନ୍ତୁ । ଏହା ସହିତ ରସିଦକୁ ଉପକୃଷି ନିର୍ଦ୍ଦେଶକ କାର୍ଯ୍ୟାଳୟ ହାପୁଡରେ ଜମା କରାନ୍ତୁ । ଏମିତି ନକଲେ ରାଶି ଆଦାୟ ପାଇଁ ଆଦେଶ ଜାରି କରାଯିବ । ପ୍ରଶାସନ ତରଫରୁ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡଧାରୀଙ୍କୁ ମଧ୍ୟ ନୋଟିସ୍ ପଠାଯାଇଛି ।