PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ସୂଚନା ଓ ଲୋକସମ୍ପର୍କ ବିଭାଗ କ୍ରିକେଟ୍‌ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୫/୦୫: ଇସ୍ପାତ ଓ ଖଣି ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ବିଭାଗୀୟ ସଚିବାଳୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ସୂଚନା ଓ ଲୋକସମ୍ପର୍କ ବିଭାଗ କ୍ରିକେଟ୍‌ ଦଳ ରନର୍ସ ଅପ୍‌ ହୋଇଥିବାବେଳେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚାମ୍ପିଅନ୍‌ ହୋଇଛି । ବୁଧବାର ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଭାରେ ରନର୍ସ ଅପ୍‌ ଦଳର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ୍‌ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କ୍ରମାନ୍ୱୟରେ ତୃତୀୟ ଥର ଫାଇନାଲ୍‌ରେ ପହଞ୍ଚିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଦଳର ଖେଳାଳିମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ଦଳ କ୍ୱାର୍ଟରରେ ଗୃହ ବିଭାଗକୁ ଏବଂ ସେମିରେ ଅର୍ଥ ବିଭାଗକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା । ଦଳର ଉଦୀୟମାନ ଖେଳାଳି ଆଲୋକ କୁମାର ମହାରଣା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଟୁର୍ଣ୍ଣାମେଣ୍ଟରେ ମୋଟ ୪୦ଟି ଦଳ ଭାଗ ନେଇଥିବାବେଳେ ୭୫ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ।

ଅମିତ ମହାପାତ୍ରଙ୍କ ନେତୃତ୍ୱରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦଳ ଭାଗ ନେଇଥିଲା । ଦଳରେ ଶୁଭ୍ରଜିତ ମଲ୍ଲିକ, ଆଲୋକ ମହାରଣା, ଶିବାନନ୍ଦ ବେହେରା, ନିହାର ରଞ୍ଜନ ଘଡ଼େଇ, ଅଜୟ ନିଆଳ, ତ୍ରିଲୋଚନ ବାରିକ, ସୌରଭ ପ୍ରଧାନ, ରଘୁନାଥ ପରିଡ଼ା, ସୁକାନ୍ତ ସାହୁ, ଗଣେଶ ଭୋଇ ଉଚ୍ଚକୋଟୀର ପ୍ରଦର୍ଶନ କରି ବିଭାଗ ପାଇଁ ଗୌରବ ଆଣିଥିବାରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । କାର୍ଯ୍ୟକ୍ରମକୁ ମୌସୁମୀ ଦାଶ ସଂଯୋଜନା କରିଥିଲେ ।

ସମ୍ବନ୍ଧିତ ଖବର