ଭୁବନେଶ୍ବର,୨୩।୧୨ : ବୈଧ ପଦୂଷଣ ପ୍ରମାଣପତ୍ର ନ ଥିଲେ ଇନ୍ଧନ ମନା ପ୍ରସଙ୍ଗରେ କୌଣସି ଗୁଜବର ଶିକାର ହୋଇ ବିବ୍ରତ ନ ହେବାକୁ ଜନସାଧରଣଙ୍କୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହା କେବଳ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ପଦକ୍ଷେପ ବୋଲି ସୂଚନା ଦିଆଯାଇଛି।

ଇ-ଚାଲାଣ ବକେୟା ଥିଲେ ପ୍ରଦୂଷଣ ଯାଞ୍ଚରେ ଯେଉଁ ପ୍ରତିବନ୍ଧକକୁ ନେଇ ସ୍ପଷ୍ଟ କରାଯାଉଛି ଯେ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ଅନୁଯାୟୀ ୯୦ ଦିନରୁ ଅଧିକ ଦିନ ଧରି ବକେୟା ଥିବା ଇ-ଚାଲାଣ ପାଇଁ ଏହା ଲାଗୁ ହୋଇଥାଏ। ୯୦ ଦିନରୁ କମ ଦିନ ବକେୟା ଥିବା ଚାଲାଣ ପାଇଁ ବୈଧ ପ୍ରଦୂଷଣ ପତ୍ର ପାଇବାରେ କୌଣସି ପ୍ରତିବନ୍ଧକ ନାହିଁ। ଏହା ସହ ଇ-ଚାଲାଣରେ ଓଟିଏସ ଯୋଜନାରେ ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ବକେୟା ଥିବା ଇ-ଚାଲାଣ ପୈଠକରେ ରିହାତି ମଧ୍ୟ ପ୍ରଦାନ କରାଯାଉଛି।ଅନଲାଇନରେ ଇ-ଚାଲାଣ ପୈଠ ପାଇଁ https://echallan.parivahan.gov.in ୱେବସାଇଟ ରହିଛି।
​​​​​​​

​​​​​​​

ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପ୍ରଦୂଷଣ ନିୟମ ଉଲ୍ଲଘଂନ ଓ ପୂର୍ବରୁ କୌଣସି ଚାଲାଣ ବକେୟା ନ ଥିଲେ ଚାଲାଣ ଜାରିର ୭ ଦିନ ମଧ୍ୟରେ ପ୍ରଦୂଷଣ ଯାଞ୍ଚ କରି ଚାଲାଣ ଓ ବୈଧ ସାର୍ଟିଫିକେଟ ସହ ରାଜ୍ୟ ପରିବହନ ପ୍ରାଧିକରଣ ଏକ ଦରଖାସ୍ତ ଦାଖଲ କଲେ ନିୟମ ଅନୁସାରେ ବିଚାର କରାଯିବ ବୋଲି ସୂଚନା ଦିଆଯାଇଛି।

ପ୍ରଦୂଷଣ ଯାଞ୍ଚ ସର୍ବଦା ପରିବହନ ବିଭାଗ ଦ୍ବାରା ସ୍ବୀକୃତିପ୍ରାପ୍ତ କେନ୍ଦ୍ରରେ କରନ୍ତୁ । ସ୍ବୀକୃତିପ୍ରାପ୍ତ କେନ୍ଦ୍ରର  https://puc.parivahan.gov.in/puc/views/ PUCCenterList. xhtm ରେ ଉପଲବ୍ଧ ରହିଛି । mParivahan ଆପ୍ଲିକେସନରେ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଯାଞ୍ଚ କରିନିଅନ୍ତୁ । ଏହାସହ ଯାଞ୍ଚ କେନ୍ଦ୍ର ଦ୍ବାରା ପ୍ରଦୂଷଣ ପ୍ରମାଣପତ୍ର ବୈଧତା ଥିବା ଷ୍ଟିକର୍ ଗାଡ଼ିରେ ଲଗାଇବାକୁ କୁହନ୍ତୁ । ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ରରେ ସର୍ବଦା ନିଜର ମୋବାଇଲ ନମ୍ବର ଅପଡେଟ୍ ରହିବା ଆବଶ୍ୟକ। ଅନଲାଇନରେ https://vahan.parivahan.gov.in ୱେବସାଇଟରେ ଏହା କରାଯାଇପାରିବ ବୋଲି ସୂଚନା ଦିଆଯାଇଛି।