ଭାରତକୁ ଝଟକା,ଆଘାତ ଯୋଗୁଁ ୩ ସପ୍ତାହ ଖେଳି ପାରିବେନି ଶିଖର ଧଓ୍ବନ

ନୂଆଦିଲ୍ଲୀ,୧୧।୫: ବିଶ୍ବକପରେ ନିଜର ଦ୍ବିତୀୟ ମ୍ୟାଚରେ ଭାରତୀୟ ଓପନର ଶିଖର ଧଓ୍ବନ ୯ ଜୁନରେ ଅଷ୍ଟେ୍ରଲିଆ ବିରୋଧରେ ଶତକ ଲଗାଇଥିଲେ। ଏହି ସମୟରେ ତାଙ୍କୁ ଅଙ୍ଗୁଳିରେ ଆଘାତ ଲାଗିଥିଲା। ଏହାପରେ ମଧ୍ୟ ସେ ଖେଳିବା ଜାରି ରଖି ଶତକ କରିଥିଲେ। ତାଙ୍କ ଠାରୁ ଖେଳପ୍ରେମୀରଙ୍କ ବହୁତ କିଛି ଆଶା ରହିଥିଲା। କିନ୍ତୁ ଆଜି ତାଙ୍କ ଆଙ୍ଗୁଠିର ସ୍କାନିଂ କରାଯାଇଥିବା ବେଳେ ଜଣାପଡିଛି ଯେ, ଏହା ଫ୍ରାକଚର ହୋଇଯାଇଛି। ତେଣୁ ଆଗାମୀ ମ୍ୟାଚ୍ ଆଉ ସେ ଖେଳି ପାରିବେନି ବୋଲି ଖବର ମିଳିଛି। ଧଓ୍ବନଙ୍କୁ ଆହୁରି ୩ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେନି। ୧୩ରେ ନ୍ୟୁଜିଲାଣ୍ଡ ଓ ୧୬ରେ ପାକିସ୍ତାନ ସହିତ ହେବାକୁ ଥିବା ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏହି ଝଟକା ଲାଗିଛି।
ଉଲ୍ଲେଖନୀୟ ଯେ, ଗତ ରବିବାର ଅଷ୍ଟେ୍ରଲିଆ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଜିତାଇବାରେ ମୁଖ୍ୟ ନାୟକ ସାଜିଥିବା ଧଓ୍ବନ ଦ୍ରୁତ ବୋଲର ନାଥନ କୁଲ୍ଟର ନାଇଲଙ୍କ ବଲରେ ତାଙ୍କୁ ଆଘାତ ଲାଗିଥିଲା। କିନ୍ତୁ ଏବେ କଷ୍ଟପରେ ମଧ୍ୟ ଧବନ ନିଜର ବ୍ୟାଟିଂ ଜାରି ରଖିଥିଲେ। ୧୦୯ ବଲରେ ୧୧୭ ରନ ହାସଲ କରିଥିଲେ। ସୁତ୍ରରୁ ମିଳିଥିବା ଖବର ଅନୁସାରେ ଧଓ୍ବନ ଏହି ଆଘାତକୁ ଗୁରୁତ୍ବ ଦେଇନଥିଲେ, କିନ୍ତୁ ଯେତେବେଳେ ଆଙ୍ଗୁଳି ଫୁଲି ଯାଇଥିଲା ଏହାକୁ ସ୍କାନ କରାଯାଇଥିଲା ଓ ଏବେ ଫ୍ରାକଚର ହୋଇଥିବାର ଜଣାପଡିଛି।