ମାଲକାନଗିରି,୬/୮ (ଆପ୍ର ); ପୁଲିସର ଭୁଲ ତଦନ୍ତ ପାଇଁ ଅନ୍ୟାୟରେ ଜେଲଦଣ୍ଡ ଭୋଗିଲେ ଜଣେ ନିରୀହ ଆଦିବାସୀ ବ୍ୟକ୍ତି। ସାମାଜିକ କର୍ମୀଙ୍କ ଉଦ୍ୟମ ଓ ଅଦାଲତର ନିର୍ଦ୍ଦେଶ କ୍ରମେ ତିନିମାସ ପରେ ଜେଲରୁ ନିର୍ଦ୍ଦୋଷରେ ଖଲାସ ହେଲେ। ଏହା ପରେ ଵି ପୁଣି ଗିରଫ ପାଇଁ ଉଦ୍ୟମ କରୁଛି ପୁଲିସ ବୋଲି ଆଦିବାସୀ ନେତା ତଥା ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦା ଗଣମାଧ୍ୟମକୁ ଜଣାଇବା ସହିତ ଥାନା ଅଧିକାରୀଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥ୍ଲି ଥାନା ଅଞ୍ଚଳରେ।
ସୂଚନା ଅନୁଯାଇ ଏକ ଓ୍ବାରେଣ୍ଟ ବଳରେ ମାଥିଲି ଥାନା ପୋଲିସ ଅସଲି ଅପରାଧୀ ମାଥିଲି ଥାନା ମେକା ପଞ୍ଚାୟତ କୁପୁଲିଗୁଡ଼ା ଗ୍ରାମର ବଳରାମ ପୂଜାରୀ (୪୫)ଙ୍କୁ ନପାଇ ଅନ୍ୟାୟ ଭାବେ ସମାନ ନାମ ଧାରୀ ବଲରାମ ପୂଜାରୀ, ଗ୍ରାମ କୁପୁଲି ଗୁଡା, ପଞ୍ଚାୟତ ପାଙ୍ଗମ,ଥାନା ମାଥ୍ଲି ଙ୍କୁ ଯାମିନୀ ବିହୀନ ପରୱାନାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗିରଫ ସମୟରେ ଉକ୍ତ ମୋକଦ୍ଦମାରେ ସମ୍ପୃକ୍ତି ନ ଥାଇ ପରିବାର ଲୋକେ ଗ୍ରାମବାସୀଙ୍କ ବାରଣ ସ୍ୱତେ ଅନ୍ୟାୟ ଭବରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଯାହା ଫଳରେ ତାଙ୍କୁ ଦୀର୍ଘ ତିନି ମାସ ଜେଲରେ ରହିବାକୁ ପଡ଼ିଥିଲା।
ଏ ସମ୍ପର୍କରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ମାଥିଲି ପୋଲିସର ବେଆଇନ ଗିରଫ ଓ ଦୀର୍ଘ ତିନି ମାସ ଜେଲରେ ବିନା ଦୋଷରେ ରହିବା ନେଇ ଆବେଦନ କରିଥିଲେ । ୨୫/୭/୨୫ରେ ଏହାର ତଦନ୍ତ କରି ବଳରାମଙ୍କୁ ଜେଲରୁ ଖଲାସ କରା ଯାଇଥିଲା। ଘଟଣା ଭବିଷ୍ୟତରେ ପୁନରାବୃତ୍ତି ନହୁଏ ସେଥିପାଇଁ ଆଡଭାଇଜାରୀ ମଧ୍ୟ ଜାରି କରାଯାଇଛି। ଗତ କିଛି ଦିନ ତଳେ ମାଥିଲି ଥାନାରେ ନୂଆ ଭାବେ ଯୋଗ ଦେଇଥିବା ଅଧିକାରୀ ଓ ଅନ୍ୟ ପୁଲିସ ପୁନର୍ବାର ବଳରାମ ପୂଜାରୀ ପାଖକୁ ଯାଇ କେସ ସମ୍ପୂକ୍ତି ବିଷୟରେ କହିଥିଲେ। ଗିରଫ କରିବା ଯୋଜନାରେ ଥିଲେ କିନ୍ତୁ ପରିବାର ଓ ଗ୍ରାମବାସୀ ପ୍ରତିବାଦ କରିବାରୁ ଗିରଫ କରିନପାରି ଫେରି ଆସିଥିଲେ।
ମାଲକାନଗିରି ଜିଲ୍ଲାର ବିଶିଷ୍ଟ ଆଦିବାସୀ ନେତା ଓ ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦା ଅଦାଲତର ସମସ୍ତ କାଗଜ ପତ୍ର ନେଇ ନିର୍ଦ୍ଦୋଷ ବଳରାମଙ୍କୁ ଆଉ ଗିରଫ ନକରି ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ବିନକରଣ ରେ ଦୀର୍ଘ ୩ମାସ ଜେଲରେ ରହିବା ନେଇ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାମାଜିକ କର୍ମୀ ଶ୍ରୀ ବୁରୁଦା ଦାବି କରିଛନ୍ତି।