PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ବର୍ଷାରୁ ରକ୍ଷା ପାଇବା ପାଇଁ ଏମିତି ଉପାୟ ଆପଣାଇଲେ ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ ୫/୭: ବର୍ଷା ଦିନେ ରାସ୍ତା ଘାଟ ସବୁଠି ପାଣି ହୋଇଯାଏ । କିଛି ସ୍ଥାନରେ ରାସ୍ତାରେ ବଡ ବଡ ଗାତ ମଧ୍ୟ ଥାଏ । ଯାହା ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଥାଏ । ଏମିତି ଅନେକ ଭିଡିଓ ଆପଣ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିଥିବେ । କେଉଁଠି ଗାଡି ଚାଳକ ଜାଣି ନପାରି ରାସ୍ତାରେ ପାଣିଥିବା ଗାତରେ ପଡିଯାଉଛି ତ ଆଉ କେଉଁଠି ରାସ୍ତା କି ନଈ ଜଣାପଡୁନି । ତେବେ ପୁଣି ଏମିତି ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି । ଜଣେ ଯୁବକ ବର୍ଷାରେ ନିଜକୁ ରକ୍ଷା କରିବା ପାଇଁ ଏକ ଉପାୟ ଆପଣାଇଛନ୍ତି । ଅନେକ ଏହି ଭିଡିଓ ଦେଖି ଯୁବକଙ୍କ ବୁଦ୍ଧିକୁ ପ୍ରଶଂସା କରୁଛନ୍ତି ।

ବର୍ଷା ସମୟରେ ଘରୁ ବାହାରିବା ଏକ କାଠିକର ପାଠ ହୋଇଯାଏ । ଡ୍ରାଇଭ୍ କରିବା ସମୟରେ ଚାଳକ ଓଦା ହୋଇଯାଏ । ଯାହା ଫଳରେ ଅସୁସ୍ଥ ହେବାର ମଧ୍ୟ ସମ୍ଭାବନା ଥାଏ । ତେବେ ଏହି ଯୁବକ ଜଣକ ଏଥିରୁ ରକ୍ଷା ପାଇଯିବେ କାରଣ ସେ ଭଲ ଉପାୟଟି ଆପଣାଇଛନ୍ତି । ଦେଖନ୍ତୁ ଏହି ଭାଇରାଲ ଭିଡିଓ…

ଭିଡିଓରେ ଦେଖାଯାଉଛି ଯୁବକ ଜଣକ ସାଇକେଲ ଚଲାଇ ଯାଉଛନ୍ତି । କିନ୍ତୁ ସେ ଉପରେ ଏକ ଛାତ ଭଳି କରିଦେଇଛନ୍ତି ଯାହା ଫଳରେ ସେ ବର୍ଷାରେ ଓଦା ହେବେନି । ତେବେ ଭିଡିଓ ଭାଇରାଲ ହେବା ପରେ କିଛି ୟୁଜର୍ସ ତାଙ୍କୁ ପ୍ରଶଂସା କରିବା ସହ ଆଉ କିଛି ତାଙ୍କ ମଜା ଉଡାଇଛନ୍ତି । ଭିଡିଓକୁ ପ୍ରାୟ ୬ ଲକ୍ଷ ଲୋକ ଦେଖିସାରିଲେଣି ।