PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଅଭିନବ ପ୍ରତିବାଦ, ସାଇକେଲରେ କନ୍ୟା ଘରକୁ ଆସିଲେ ବର

ଭୁବନେଶ୍ୱର,୨୦/୫ : ମୁଣ୍ଡରେ ବାହା ମୁକୁଟ । ବେକରେ ଗଜରା ହାର ।  ସାତ ଜନ୍ମର ସାଥୀକୁ ପାଛୋଟି ଆଣିବାକୁ ସାଇକେଲ ଧରି ବାହାରି ପଡିଲେ କନ୍ୟା ଘରକୁ । ପେଟ୍ରୋଲ ଦର ଅହେତୁକ ବୃଦ୍ଧିର ପ୍ରତିବାଦ କରି ଏପରି ଅଭିନବ ଢଙ୍ଗରେ ସାଇକେଲ ଚଳାଇ କନ୍ୟା ଘରକୁ ଯାଇଛନ୍ତି ୟୁନିଟ୍‌-୩ ଅଞ୍ଚଳର ଶୁଭ୍ରାଂଶୁ ସାମଲ । ଏହି ବାହାଘରକୁ ନେଇ ସୋସିଆଲ ମଡିଆରେ ବେଶ ଚର୍ଚ୍ଚା ଧରିଛି ।

ପେଟ୍ରୋଲ, ଡିଜେଲ ଦର ଏବେ ଆକାଶ ଛୁଆଁ ହୋଇଛି । ଯାହାର ସିଧା ସଳଖ ପ୍ରଭାବ ଖାଉଟି ଉପରେ ପଡ଼ୁଛି । ସାଧାରଣ ଲୋକ ପକ୍ଷେ ଏହି ଖର୍ଚ୍ଚ ଉଠାଇବା କଷ୍ଟକର ହୋଇପଡ଼ୁଛି । ସାଧାରଣ ଲୋକର ବଜେଟ ବିଗିଡ଼ି ଯାଇଛି । ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛି । ଆଉ ଏଇ ଦରବୃଦ୍ଧିକୁ ନେଇ ବିଭିନ୍ନ ଦଳ ସେମାନଙ୍କ ରାଜନୈତିକ ରୁଟି ସେକିବାରେ ମାତିଥିଲାବେଳେ ଖାଉଟି ବିଚରା ଦରବୃଦ୍ଧି ବୋଝ ତଳେ ପେଶି ହେଉଛି । ଏଭଳି ସ୍ଥିତିରେ ଭୁବନେଶ୍ୱରରେ ଶୁଭ୍ରାଂଶୁ ନିଆରା ଢଙ୍ଗରେ ଦରବୃଦ୍ଧିର ପ୍ରତିବାଦ କରି ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିଛନ୍ତି ।

ନିଜ ବିବାହକୁ ସ୍ମରଣୀୟ ତଥା ଟିକେ ନିଆରା ଢଙ୍ଗରେ କରିବାକୁ ସମସ୍ତଙ୍କ ସ୍ୱପ୍ନ । ଏଥିପାଇଁ ପ୍ରାୟ ସମସ୍ତେ ଖର୍ଚ୍ଚ କରିବାକୁ ପଛାଇ ନଥାନ୍ତି ।  ବର ବେଶରେ ସଜେଇ ହୋଇ ସମସ୍ତେ ଫୁଲ ସଜା ଦାମୀ କାରରେ ବାଜା ରୋଷଣୀରେ କନିଆ ଘରକୁ ଯାଇଥାନ୍ତି । ଶୁଭ୍ରାଂଶୁଙ୍କ ବାହାଘରରେ ସବୁ କିଛି ଅଛି । କିନ୍ତୁ ଟ୍ୱିଷ୍ଟ ଖାଲି ଏତିକି ଯେ ଦାମୀ କାରରେ ତେଲ ପୋଡିବା ଅପେକ୍ଷା କନ୍ୟା ଘରକୁ ସାଇକେଲରେ ଯିବାକୁ ସେ ବେଶୀ ପସନ୍ଦ କରିଛନ୍ତି । ଭୁବନେଶ୍ୱରର ୟୁନିଟ-୩ ଅଞ୍ଚଳର ସିପ୍ରାଙ୍କୁ ସେ ବିବାହ କରିଛନ୍ତି । କନ୍ୟାଘର ପର୍ଯ୍ୟନ୍ତ ସେ ସାଇକେଲରେ ଯାଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।