ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ମଣିପୁର ହିଂସା : ସୁରକ୍ଷାକର୍ମୀ ବେଶରେ ଆସି ୩ ସାଧାରଣ ନାଗରିକଙ୍କୁ ହତ୍ୟା କଲେ ଉଗ୍ରବାଦୀ...

ନୂଆଦିଲ୍ଲୀ : ମଣିପୁରର ପଶ୍ଚିମ ଇମ୍ଫାଲ ଜିଲ୍ଲାର ଏକ ଗାଁରେ ଉଗ୍ରବାଦୀ ମାନେ ତିନିଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି । ସୁରକ୍ଷା କର୍ମୀ ଭାବରେ ଆସି ଏହି ହତ୍ୟାକାଣ୍ଡ ଘଟାଇଥିବା ଦାବି କରିଛି ଏକ ଉଗ୍ରବାଦୀ ଗୋଷ୍ଠୀ । ପୋଲିସ ଅଧିକାରୀ କହିଛନ୍ତି ଯେ, ସର୍ଚ୍ଚ ଅପରେସନ ବାହାନା କରି ତିନିଜଣ ଲୋକଙ୍କୁ ଘରୁ ବାହାରକୁ ଡକାଇ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ତିନିଜଣଙ୍କର ମୃତ୍ୟୁ ଘଟିଛି।

କାଙ୍ଗପୋକି ଏବଂ ଇମ୍ଫାଲ ପଶ୍ଚିମ ଜିଲ୍ଲା ସୀମାରେ ଅବସ୍ଥିତ ଏକ ଗ୍ରାମରେ ଏହି ଘଟଣା ଘଟିଥିବା ଅଧିକାରୀ କହିଛନ୍ତି । ଅଧିକାରୀ କହିଛନ୍ତି ଯେ ଏହି ଉଗ୍ରବାଦୀ ମାନେ ମେଟେଇ ସମ୍ପ୍ରଦାୟର ବୋଲି ଜଣାପଡିଛି । ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଗୁଳିର ଶବ୍ଦ ଶୁଣି ନିୟମିତ ଭାବେ ଗାଁରେ ପାଟ୍ରୋଲିଂ କରୁଥିବା ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ସେତେବେଳକୁ ଉଗ୍ରବାଦୀ ମାନେ ପଳାଇ ଯାଇଥିଲେ ।

ଗତ ୨୪ ଘଣ୍ଟା ମଧ୍ୟରେ ମଣିପୁରର ପୂର୍ବ ଇମ୍ଫାଲ, କାକାଚିଙ୍ଗ୍, ଟେଙ୍ଗନୌପାଲ ଏବଂ ବିଷ୍ଣୁପୁର ଜିଲ୍ଲାରୁ ୫୭ ଟି ଅସ୍ତ୍ର, ୧୫୮୮ ଗୁଳି ଏବଂ ୨୩ ଟି ବୋମା ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୯୫୩ ଟି ଅସ୍ତ୍ର, ୧୩୩୫୧ ଗୁଳି ଏବଂ ୨୨୩ ଟି ବୋମା ଉଦ୍ଧାର କରାଯାଇଛି ।ଅନ୍ୟ ପକ୍ଷରେ ସିବିଆଇ ମଣିପୁର ହିଂସାର ୬ ମାମଲାର ଯାଞ୍ଚ ପାଇଁ ଡିଆଇଜି ରାଙ୍କର ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛି । ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.