ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କାର୍ଯ୍ୟକ୍ଷମ ହେଉନି ଇନ୍ଟେକ୍ ୱେଲ

Published By : Gurupada Nath | March 31, 2025 12:17 AM

ଜୟପୁର,୩୦/୩ : କାମ ଆରମ୍ଭର ଅଢେଇ ବର୍ଷ ବିତିଯାଇଛି । କାର୍ଯ୍ୟକ୍ଷମ ହେଉନି ସ୍ଥାନୀୟ ସତୀଗୁଡା ଡ୍ୟାମରେ ନିର୍ମିତ ଇନ୍‌ଟେକ୍‌ ୱେଲ୍‌ । ଇନଟେକ୍‌ ୱେଲ୍‌ର ସିଭିଲ୍‌ କାମ ଶେଷ ହୋଇଯାଇଛି । ବିଦ୍ୟୁତ ସଂଯୋଗ ଲାଗି ଖୁଣ୍ଟ ପୋତା ହେଇଛି । ତାର ଟଣା ଓ ଟ୍ରାନ୍ସଫର୍ମର ବସାଯାଇନି । ଯାହା ଫଳରେ ନିର୍ମାଣ କାମ ଶେଷ ହୋଇଥିଲେ ମଧ୍ୟ ଇନ୍‌ଟେକ୍‌ ୱେଲ୍‌ କାର୍ଯ୍ୟକ୍ଷମ ହୋଇପାରୁନି । ବିଦ୍ୟୁତ ବ୍ୟବସ୍ଥାରେ ବିଳମ୍ବ ଯୋଗୁ କାର୍ଯ୍ୟକ୍ଷମ ହେଉ ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସରକାରୀ ନିର୍ବାହୀ ଯନ୍ତ୍ରୀ ବିଚିତ୍ରାନନ୍ଦ ବେହେରା । ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି । ଅପରକୋଲାବ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ପରେ ସତୀଗୁଡା ଡ୍ୟାମରେ ପାଣି ଗଚ୍ଛିତ ରଖାଯାଉଛି । ଡ୍ୟାମରେ ଗଚ୍ଛିତ ପାଣି ମୋଟର ଦ୍ୱାରା ଉଠାଇ ବିଶୋଧନାଗାରାକୁ ପଠାଯାଉଛି । ପାଣି ବିଶୋଧନ ହେବା ପରେ ସହରବାସୀଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଇ ଦିଆଯାଉଛି । ସତୀଗୁଡାରେ ପାଣି ଗଚ୍ଛିତ ରହିଲେ ଯୋଗାଣରେ କୌଣସି ସମସ୍ୟା ହେଉନି । କୌଣସି କାରଣରୁ ବିଦ୍ୟୁତ ଉତ୍ପାଦନ ନହେଲେ, ଡ୍ୟାମ୍‌ରେ ପାଣି କମିଗଲେ ସମସ୍ୟା ହେଉଛି । 

ଏହି ସମସ୍ୟା ଦୂର କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା କରାଯାଇଛି । ଏଥିଲାଗି ନାକଟିଡଙ୍ଗରର ଦକ୍ଷିଣ ଦିଗରେ ସତୀଗୁଡା ଡ୍ୟାମରେ ଇନଟାକ୍‌ ୱେଲ୍‌ ନିର୍ମାଣ କରାଯାଇଛି । ଇନଟାକ୍‌ ନିର୍ମାଣ ଓ ୪୦୦ ମିଟର ମୋଟା ପାଇପ ପିଛାଇବାକୁ ୪.୩୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଅଢେଇ ବର୍ଷ ତଳେ ଇନଟେକ ୱେଲ୍‌ ନିର୍ମାଣ କାମ ଆରମ୍ଭ ହୋଇଥିଲା । ବର୍ଷେ ମଧ୍ୟରେ ନିର୍ମାଣ କାମ ଶେଷ କରିବାକୁ ବିଭାଗ ସହ ଚୁକ୍ତି କରିଥିଲା ଠିକାସଂସ୍ଥା । ସିଭିଲ କାମ ସହ ରଙ୍ଗଦିଆ ସରିଗଲାଣି । ୧୧ କେଭି ବିଦ୍ୟୁତ ସଂଯୋଗ ଲାଗି ଶୁକୁଆଗୁଡାରୁ ଇନ୍‌ଟେକ୍‌ ୱେଲ୍‌ ପର୍ଯ୍ୟନ୍ତ ଖୁଣ୍ଟ ପୋତା ସରିଛି । ଟ୍ରାନ୍ସଫର୍ମର ବସାଇବା ଲାଗି ବ୍ୟବସ୍ଥା ହୋଇଛି । ଖୁଣ୍ଟ ପୋତା ଶେଷ ହୋଇଥିଲେ ମଧ୍ୟ ତାର ଟଣାଯାଇନି । 

ଫଳରେ ମୋଟର ଏ ପର୍ଯ୍ୟନ୍ତ ବସାଯାଇନି । ବିଦ୍ୟୁତ କାମ ଶେଷ କରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଶ୍ରୀ ବେହେରା । ଶ୍ରୀ ବେହେରା କହିଛନ୍ତି, ଇନ୍‌ଟେକ୍‌ ୱେଲ କାର୍ଯ୍ୟକ୍ଷମ ହେଲେ ଜଳଭଣ୍ଡାରରେ ପାଣି କମ ରହିଲେ ମଧ୍ୟ ଯୋଗାଣରେ ଆଉ ସମସ୍ୟା ହେବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.