PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ବିଶ୍ବର ସବୁଠାରୁ ଧନୀ ବିଲେଇ ଚୌପେଟ୍, ମଡେଲିଂ ସହ ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ

ନୂଆଦିଲ୍ଲୀ,୨୧।୨: ଅନ୍ତର୍ଜାତୀୟ ଫ୍ୟାଶନ ଡିଜାଇନର କାର୍ଲ ଳଜେରଫେଲ୍ଡଙ୍କର ପ୍ୟାରିସରେ ୮୫ ବର୍ଷରେ ଦୁଇ ଦିନ ପୂର୍ବରୁ ପରଲୋକ ହୋଇସାରିଛି। କୁହାଯାଉଛି ଯେ ସେ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ରୋଗରେ ପୀଡିତ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ପ୍ୟାରିସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁକୁ ନେଇ ହଲିଉଡରୁ ନେଇ ଅନଃର୍ଜାତୀୟ ଫ୍ୟାଶନ୍ ଜଗତରେ ଶୋକର ଲହରୀ ଖେଳି ଯାଇଛି। ଅନ୍ୟପକ୍ଷେ ତାଙ୍କ ମୃତ୍ୟୁ ପରେ ତାଙ୍କର ପୋଷା ବିଲେଇ ଚୌପେଟି ବିଶ୍ବର ସବୁଠାରୁ ଧନୀ ପଶୁଙ୍କ ମଧ୍ୟରେ ସ୍ଥାନ ପାଇଛି।କାର୍ଲଙ୍କ ମୃତ୍ୟୁ ପରେ ତାଙ୍କର ବିଲେଇ ୧୫୦ ମିଲିୟନ ପାଉଣ୍ଡ (ପ୍ରାୟ ୧୩୯୫ କୋଟି) ଟଙ୍କାର ମାଲିକାଣୀ ହୋଇଯାଇଛି। କାର୍ଲଙ୍କ ଏହି ବିଲେଇ ପୂର୍ବରୁ ହିଁ ଫ୍ୟାଶନ୍ ଜଗତର ସବୁଠାରୁ ନାମୀ ବିଲେଇ। କିଛି ସାକ୍ଷାତକାରରେ କାର୍ଲ ଉତ୍ତରାଧିକାରୀ ଭାବରେ ଏହି  ବିଲେଇର ନାଁ ନେଇସାରିଛନ୍ତି।

source: https://www.jagran.com

  ନିଜର ଜିଦଖୋର ମିଜାଜ୍ ଓ ବିବାଦୀୟ ବୟାନକୁ ନେଇ ଚର୍ଚାରେ ରହୁଥିବା କାର୍ଲ ତାଙ୍କ ବିଲେଇକୁ କିନ୍ତୁ ଖୁବ୍ ଅଧିକ ଭଲ ପାଉଥିଲେ। ଏପରିକି ସେ ତାଙ୍କର ବିଲେଇକୁ  ବିବାହ କରିବାକୁ ମଧ୍ୟ ଗୋଟେ ଥର ନିଜର ଇଛା ପ୍ରକାଶ କରିସାରିଛନ୍ତି। ତାଙ୍କର ଏହି ବିଲେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଷ୍ଟାଟସ୍ ଅପଡେଟ୍ ମଧ୍ୟ କରିଥାଏ।  ଟ୍ବିଟରରେ ୨୭୦୦୦, ଫେସବୁକରେ ୧୨୭୬ ଓ ଇନଷ୍ଟାଗ୍ରାମରେ ୧୨୦୦୦୦ ଫଲୋଅର୍ସ ରହିଛନ୍ତି।


source: https://www.jagran.com

  ବିଲେଇର ପସନ୍ଦ –ନାପସନ୍ଦର  ସମ୍ପୂର୍ଣ୍ଣ ଧ୍ୟାନ ରଖିବାକୁ କାର୍ଲ ତାଙ୍କର ଏହି ବିଲେଇ ପାଇଁ ଅନେକ କର୍ମଚାରୀ ମଧ୍ୟ ରଖିଥିଲେ।  ସେ ତାଙ୍କ ବିଲେଇ ଦ୍ବାରା ମଡେଲିଂ କରାଉଥିଲେ। ଏହି ବିଲେଇର ଜୀନଶୈଳୀ କୌଣସି ରାଜକୁମାରୀ ଠାରୁ କମ୍ ନଥିଲା। ବିଲେଇଟି ପାଇଁ ସ୍ବତନ୍ତ୍ର ଡିନର ଟେବଲ, ଆଇପ୍ୟାଡ୍, ରହିଛି। କାର୍ଲ ଏହି ବିଲେଇ ନାଁରେ ଏକ ବହି ଲେଖିଛନ୍ତି। ତା ଛଡା ବହୁ ସୁପର ମଡେଲଙ୍କ ଠାରୁ ଅଭିନେତ୍ରୀଙ୍କ ସହ ବିଲେଇଟିର ଫଟୋ ରହିଛି।

ସମ୍ବନ୍ଧିତ ଖବର