ଆଜିଠୁ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା: ପ୍ରଦର୍ଶିତ ହେବ ୭ ରାଷ୍ଟ୍ରର ଅନ୍ୟନ୍ୟ ସାମଗ୍ରୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଜାନୁଆରୀ ୨୫ରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଭାରତ ଆନ୍ତର୍ଜାତିକ ମେଗା ବାଣିଜ୍ୟ ମେଳା ଓ ହୋମ୍ ଡେକର୍ ପ୍ରଦର୍ଶନୀ । ଜନତା ମଇଦାନଠାରେ ଫେବ୍ରୁଆରୀ ୪ ଯାଏଁ ଚାଲିବାକୁ ଥିବା ଏହି ଦ୍ୱୈତ ପ୍ରଦର୍ଶନୀକୁ ନାଲ୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ତପନ କୁମାର ଚାନ୍ଦ ଉଦ୍ଘାଟନ କରିବେ ।
ରିଅଲ୍ ଇଷ୍ଟେଟ୍ ନିର୍ମାତା ସଂଘ (ରେଡା), ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ), ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ବିସିସିଆଇ) ଓ ଜିଏସ୍ ମାର୍କେଟିଂ ଆସୋସିଏଟ୍ସ ମିଳିତ ଭାବେ ଏହି ମେଳାକୁ ଆୟୋଜନ କରୁଛନ୍ତି । ଗୁରୁବାର ଏ ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରେଡା ସଭାପତି ତପନ କୁମାର ମହାନ୍ତି କହିଛନ୍ତି, ଏହି ମେଳାରେ ଭାରତର ୧୪ଟି ରାଜ୍ୟ ଭାଗ ନେବେ । ସେହିଭଳି ଭାରତ ସମେତ ମୋଟ୍ ୭ଟି ରାଷ୍ଟ୍ରର ବ୍ୟବସାୟିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରି ସେମାନଙ୍କ ଅନନ୍ୟ ଉôପାଦକୁ ପ୍ରଦର୍ଶନ କରିବେ । ବାଂଲାଦେଶ ଓ ଆଫଗାନିସ୍ତାନ ମେଳାର କଣ୍ଟ୍ରି ପାର୍ଟନର ଥିବା ବେଳେ ଥାଇଲାଣ୍ଡ, ତୁର୍କୀ, ପାକିସ୍ତାନ ଓ ଶ୍ରୀଲଙ୍କାର ବ୍ୟବସାୟୀମାନେ ମଧ୍ୟ ନିଜ ନିଜର ଉôପାଦ ପ୍ରଦର୍ଶନ କରିବେ । ଏଥିପାଇଁ ମୋଟ୍ ୩୩୦ଟି ଷ୍ଟଲ୍ ପଡ଼ିବ । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ୟୁସିସିଆଇ ମହାନିର୍ଦ୍ଦେଶକ ରାଜେନ୍ ପାଢ଼ି, ରେଡା ସମ୍ପାଦକ ଜିତୁ ସିଂହ ଓ ଅଶୋକ ଚିଞ୍ଚେଲା ପ୍ରମୁଖ ଉପସ୍ଥିତ ଥିଲେ ।