PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ପଞ୍ଚାୟତ ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର ୮/୩: ନେହେରୁ ଯୁବ କେନ୍ଦ୍ର ସୋନପୁର ଏବଂ ଗ୍ରାମପଂଚାୟତ ସ୍ତରୀୟ ମହିଳା ମହାସଂଘର ମିଳିତ ଆନୁକୂଲ୍ୟରେ ଜାଟେସିଂହା ଗ୍ରାମ ପଂଚାୟତ ଅନ୍ତର୍ଗତ ବଡଖମାର ମିଶନ ଶକ୍ତି ସଭାଗୃହ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି l ଉକ୍ତ ସଭାରେ ଗ୍ରାମପଂଚାୟତର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ସାଙ୍ଗକୁ ମୁଖ୍ୟ ଅତିଥି ସାମାଜିକ କର୍ମି ମୀନକେତନ ମହାକୁର, ଜିପିଆଲାଫ ସଭାପତି ସୁଜାତା ଭୋଇ, ମମତା ସାହୁ, ବ୍ୟାଙ୍କ ମିତ୍ର ଜୟନ୍ତୀ ମିଶ୍ର, ବଡଖମାର ଗାଁ କଲ୍ୟାଣ ସମିତିର ଅବାହିକା ମଞ୍ଜୁତା ତରିଆ, ପ୍ରଭୂତି ମଞ୍ଚସିନ ସଭାରେ ଲାଲବାହାଦୁର ଯୁବକସଂଘ ସଂପାଦକ ଗଦାଧର ବାଦୀ ସଭା ପରଚଳନା କରଥିଲେ l

ମହିଳା ମାନଙ୍କ ଅଧିକାର, ଓ ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନେବା ପ୍ରଭୁତି ଆଲୋଚନା କରାଯାଇଛି l ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଛି l ବିନୋଦିନୀ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶ୍ରୀମତୀ ପ୍ରିୟଙ୍କା ବେହେରା, ରଶ୍ମିତା ପଧାନ, ସସ୍ମିତା ପଧାନ ସିଆରପି ଭଉଣୀମାନେ ସହଯୋଗ କରିଥିଲେ । ନେହେରୁ ଯୁବକେନ୍ଦ୍ର ପ୍ରତିନିଧି ଆଶିଷ କୁମାର ସାହୁ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଉଧ୍ୟେସ୍ୟ ଆଲୋକପାତ କରିଥିଲେ l