PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ଉଦାହରଣ ସୃଷ୍ଟି କଲେ ଆଇଟିବିପି ଯବାନ; ମାଇନସ୍ ୨୦ ଡିଗ୍ରୀ ତାପମାତ୍ରାରେ କରିଲେ ଯୋଗ

ନୂଆଦିଲ୍ଲୀ ୨୧।୬: ଆଜି ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ଯୋଗ କରି ଜନସାଧାରଣଙ୍କୁ ଯୋଗର ଉପକାରିତା ତଥା ଯୋଗ ଜୀବନର ଏକ ଅଭିନ୍ନ ଅଙ୍ଗ ବୋଲି କହିଛନ୍ତି।

ଏହି ଅବସରରେ ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଏକ ଭିନ୍ନ ଧରଣର ଯୋଗ କରି ଚର୍ଚ୍ଚାରେ ରହିଛନ୍ତି । ଯୋଗକୁ ସ୍ମରଣୀୟ କରିବା ପାଇଁ ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଏଭଳି ପ୍ରୟାସ କରିଛନ୍ତି । ସେମାନେ ଆଜି ଦିଗାରୁ ନଦୀରେ ଯୋଗ କରିଛନ୍ତି । ଏହି ଯୋଗ କାର୍ଯ୍ୟକ୍ରମରେ ଶତାଧିକ ଯବାନ ସାମିଲ ହୋଇଛନ୍ତି ।

ସେହିପରି ଏଟିଏସ ଲୋହିତପୁରରେ ଆଇଟିବିପିର ଯବାନମାନେ ଯୋଗ କରୁଥିବା ବେଳେ ସାଥୀରେ କୁକୁରମାନେ ଥିବାର ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶର ରୋହତଙ୍ଗ ପାସରେ ମାଇନସ୍ ୨୦ ଡିଗ୍ରୀ ତାପମାତ୍ରାରେ, ସମୁଦ୍ର ପତନଠାରୁ ୧୪୦୦୦ ଫୁଟ ଉଚ୍ଚରେ ଯବାନମାନେ ଯୋଗ କରିଛନ୍ତି ।

ସିକ୍କିମରେ ଆଇଟିବିପିର ଯବାନମାନେ ଓପି ଦୋରଜିଆଠାରେ ୧୯୦୦୦ ଫୁଟ ଉଚ୍ଚ ପାହାଡରେ ଯୋଗ କରିଛନ୍ତି । ଏଠାରେ ଏବେ ତାପମାତ୍ରା ମାଇନସ ୧୫ ଡିଗ୍ରୀ ସେଲସିୟସ ଥିବା ଜଣାଯାଇଛି । ଲଦାଖରେ ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ଆଇଟିବିପିର ଯବାନମାନେ ୧୮୦୦୦ ଫୁଟ ଉପରେ ଯୋଗ କରି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି ।

ଠିକ୍ ସେହିପରି ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଂଚଳରେ ଆଇଟିବିପିର ଯବାନମାନେ ଯୋଗ କରିଛନ୍ତି । ଯବାନମାନେ ବଣ ପାହାଡ଼ ଘେରା କୋଣ୍ଡାଗାଓଁଠାରେ ଯୋଗ ଅଭ୍ୟାସ କରିଛନ୍ତି । ସେହିଭଳି ଜମ୍ମୁ କଶ୍ମୀରର ଲେହ ଠାରେ ମଧ୍ୟ ଯବାନମାନେ ଯୋଗ କରିଥିବା ଜଣାଯାଇଛି। ପଞ୍ଜାବର ଲୁଧିଆନାରେ ଯୋଗ ଦିବସରେ ଆଇଟିବିପିର ୨୬ ବାଟାଲିୟନ୍ ଯୋଗ କରିଛନ୍ତି। ସେହିଭଳି ହିମାଚଳ ପ୍ରଦେଶରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି।

ସମ୍ବନ୍ଧିତ ଖବର