PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପ୍ରେସ୍‌ ଛକ ହତ୍ୟାକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ସୌମ୍ୟରଞ୍ଜନଙ୍କୁ ୨ଦିନିଆ ରିମାଣ୍ଡରେ ନେବ ପୁଲିସ

ଭୁବନେଶ୍ୱର,୨୪/୦୯: ସହିଦନଗର ଥାନା ପ୍ରେସ୍‌ ଛକ ଚିଣ୍ଟୁ ଓରଫ ନିରଞ୍ଜନ ପରିଡ଼ା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୌମ୍ୟରଞ୍ଜନ ବେହେରା ଓରଫ ମିଲୁକୁ ପୁଲିସ୍‌ ଶନିବାର ଦୁଇ ଦିନିଆ ରିମାଣ୍ଡରେ ଆଣିବ । ରିମାଣ୍ଡ ସମୟରେ ଅନ୍ୟ ଅଭିଯୁକ୍ତ ବିଷୟରେ ତଥ୍ୟ ଆଦାୟ କରିବ ବୋଲି ଜଣାପଡିଛି ।

ସୂଚନା ମୁତାବିକ, ଜାନୁଆରୀ ୧୫ ତାରିଖ ସନ୍ଧ୍ୟା ୬ଟା ବେଳେ ଗାଡ଼କଣର ଚିଣ୍ଟୁ ଓ ତାର ସାଙ୍ଗମାନେ ପ୍ରେସ୍‌ ଛକକୁ ଯାଇଥିଲେ । ସେପଟେ ବାଇକ୍‌ ସୋ’ରୁମ୍‌ରେ କାମ କରୁଥିବା ମୁଖ୍ୟ ଅଭିଯୁକ୍ତ ସୌମ୍ୟରଞ୍ଜନ, ଭଦ୍ରକର ସତ୍ୟପ୍ରକାଶ ସିଂହ ଓ ସତ୍ୟପ୍ରକାଶ ପାଣ୍ଡବଙ୍କ ସହ କମେଣ୍ଟ ମରାକୁ ନେଇ ମାରପିଟ ହୋଇଥିଲା । ଫଳରେ ଚିଣ୍ଟୁଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ସତ୍ୟପ୍ରକାଶ, ସୌମରଞ୍ଜନ ଓ ଅନ୍ୟ ଜଣେ ଯୁବକ । ପୁଲିସ୍‌ ସତ୍ୟପ୍ରକାଶ ସିଂହ ଓ ସତ୍ୟପ୍ରକାଶ ପାଣ୍ଡବଙ୍କୁ ଗିରଫ କରିଥିଲା । ସେବେଠାରୁ ଫେରାର ହୋଇ ଯାଇଥିଲା ସୌମ୍ୟରଞ୍ଜନ । ଗତକାଲି ସୌମ୍ୟରଞ୍ଜନର ଜେଲ୍‌ରେ ଟିଆଇ ପରେଡ୍‌ ହୋଇଥିଲା । ସାକ୍ଷୀମାନେ ସୌମ୍ୟଙ୍କୁ ଚିହ୍ନଟ କରିଥିଲେ । ପୁଲିସ୍‌ ୫ ଦିନ ରିମାଣ୍ଡ ଆବେଦନ କରିଥିଲା ।

ସମ୍ବନ୍ଧିତ ଖବର