ଆଇପିଏଲ ୨୦୨୩: ଗାଏକଓ୍ବାଡଙ୍କ ଚମତ୍କାର ପ୍ରଦର୍ଶନ; ଗୁଜରାଟ ଆଗରେ ୧୭୯ ରନ୍ର ବିଜୟ ଲକ୍ଷ ରଖିଲା ଚେନ୍ନାଇ ସୁପର କିଙ୍ଗ୍ସ

Image Courtesy: IPL twitter
ଅହମ୍ମଦାବାଦ;୩୧/୦୩: କ୍ରିକେଟ ମହାକୁମ୍ଭ ଆଇପିଏଲ ୨୦୨୩ର ୧୬ତମ ସଂସ୍କରଣ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗସ୍ ଓ ଗୁଜରାଟ ଟାଇଟନ୍ସ। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ। ତେବେ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୭୮ରନ୍ କରିଛନ୍ତି। ତେବେ ଗୁଜରାଟ ଆଗରେ ୧୭୯ ରନ୍ର ବିଜୟ ଲକ୍ଷ ରଖିଛି ଚେନ୍ନାଇ ସୁପରକିଙ୍ଗ୍ସ।
ପ୍ରଥମରୁ ମୈଦାନକୁ ଓହ୍ଲାଇଥିଲେ ଋତୁରାଜ ଗାଇକଓ୍ବାର୍ଡ ଓ ଡେଭୋନ କନଓ୍ବେ। କିନ୍ତୁ ଦଳିୟ ସ୍କୋର ମାତ୍ର ୧୪ ରନ୍ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟ୍କା ଲାଗିଥିଲା। ମହମ୍ମଦ ସାମୀଙ୍କ ଦ୍ବାରା ଆଉଟ ହୋଇ ପାଭିଲିୟନ ଫେରିଥିଲେ ଡେଭୋନ କନଓ୍ବେ। ପରେ ୫୦ ରନ୍ ବେଳକୁ ଦଳକୁ ଦ୍ବିତୀୟ ଝଟ୍କା ଲାଗିଥିଲା। ମୋଇନ ଅଲ୍ଲୀଙ୍କୁ ଆଉଟ୍ କରିଥିଲେ ରାସିଦ୍ ଖାନ୍। ସେ ୧୭ ବଲ୍ରେ ୨୩ ରନ୍ କରି ଆଉଟ୍ ହୋଇଥିଲେ। ତେବେ ୭.୪ ଓଭର ବେଳକୁ ଦଳକୁ ତୃତୀୟ ଝଟ୍କା ଲାଗିଥିଲା। ବେନ ଷ୍ଟୋକ୍ସଙ୍କୁ ଆଉଟ୍ କରି ପାଭିଲିୟନ ପଠାଇ ଦ୍ବି୍ତୀୟ ଓ୍ବିକେଟ ହାସଲ କରିଥିଲେ ରାସିଦ୍ ଖାନ୍। ଷ୍ଟୋକ୍ ମାତ୍ର ୬ ଟି ବଲରେ ୭ ରନ୍ କରି ଆଉଟ୍ ହୋଇଥିଲେ।
ତେବ ଦଳକୁ ୧୨.୫ ଓଭରରେ ୪ର୍ଥ ଝଟ୍କା ଲାଗିଥିଲା। ଅମ୍ବାତି ରାଇଡ଼ୁ ୧୨ ବଲ୍ରେ ୧୨ ରନ୍ କରି ଜେସୁଆ ଲିଟିନଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ତେବେ ଦଳ ୧୭ ଓଭର ବେଳକୁ ୧୫୧ ରନ୍ କରିଥିବା ବେଳେ ୫ମ ଝଟ୍କା ଲାଗିଥିଲା। ୪୯ ରନ୍ରେ ୯୨ ରନ୍ କରି ଗାଇକ୍ବାର୍ଡ ଆଉଟ୍ ହୋଇଥିଲେ। ସେ ୯ଟି ଛକା ସହିତ ୪ଟି ଚୌକା ସଂଗ୍ରହ କରିଥିଲେ। ତେବେ ଗାଇକ୍ବାର୍ଟଙ୍କ ପରେ ପରେ ଦଳକୁ ୬ଷ୍ଠ ଝଟ୍କା ଲାଗିଥିଲା। ରବିନ୍ଦ୍ର ଜାଡ଼େଜା ମାତ୍ର ୧ ରନ୍ କରି ପାଭିଲିୟନ ଫେରିଥିଲେ। ଏହାପରେ ଶିବମ୍ ଦୁବେ ରଶିଦ୍ ଖାନ୍ଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଏଥିସହିତ ଦଳ ୭ମ ଓ୍ବିକେଟ ହରାଇଥିଲା। ପରେ ପରେ ମହେନ୍ଦ୍ର ସିଂହ ଧୋନୀ ମୈଦାନକୁ ଓହ୍ଲାଇଥିଲେ। ସେ ଗୋଟିଏ ଚୌକା ଓ ଗୋଟିଏ ଛକା ସହିତ ୭ଟି ବଲ୍ ଖେଳି ୧୪ ରନ୍ କରିଥିଲେ।