PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଉଦଘାଟନୀ ମୁକାବିଲାରେ ଗୁଜରାଟର ଆକର୍ଷଣୀୟ ବିଜୟ; ୫ ଓ୍ବିକେଟରେ ହାରିଲା ଚେନ୍ନାଇ ସୁପର କିଙ୍ଗ୍‌ସ

Image Courtesy: IPL twitter

ଅହମ୍ମଦାବାଦ,୩୧/୦୧: ଲୋକପ୍ରୀୟ କ୍ରିକେଟ ଲିଗ୍‌ ଆଇପିଏଲ ୨୦୨୩ର ପ୍ରଥମ ତଥା ଉଦ୍ଘାଟନି ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗସ୍‌ ଓ ଗୁଜରାଟ ଟାଇଟନ୍ସ। ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ। ତେବେ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୭୮ରନ୍‌ କରିଥିଲା ଚେନ୍ନାଇ ସୁପର କିଙ୍ଗ୍‌ସ। ତେବେ ତମାମ ମ୍ୟାଚ୍‌ରେ ଦଳ ଚେନ୍ନାଇକୁ ୫ ଓ୍ବିକେଟରେ ହରାଇଥିବା ବେଳେ ଏଥିରେ ଶୁବମାନ ଗିଲ୍‌ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ମହମ୍ମଦ ସାମି ଓ ଜେସେଫ ଦୁଇ ଦୁଇଟି ଓ୍ବିକେଟ ନେବରେ ସଫଳ ହୋଇଥିଲେ।

ଗୁଜରାଟ ଟାଇଟନ୍ସ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିବା ବେଳେ ଦଳକୁ ୩.୫ ଓଭର ବେଳକୁ ପ୍ରଥମ ଝଟ୍‌କା ଲାଗିଥିଲା। ରାଜବର୍ଦ୍ଧନ ହଙ୍ଗରଗେକରଙ୍କ ବୋଲିଂରେ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ ରିଦ୍ଧିମନ ଶାହା। ସେ ୨ଟି ଚୌକା ଓ ୨ଟି ଛକା ସହିତ ୧୬ ବଲ୍‌ରେ ୨୫ ରନ୍‌ କରିଥିଲେ। ପରେ ମୈଦାନକୁ ଓହ୍ଲାଇଥିଲେ ସାଇ ସୁଦର୍ଶନ। ଦଳ ୫ ଓଭର ପରେ ୧ ୱିକେଟ୍ ହରାଇ ୫୬ ରନ୍ ସଂଗ୍ରହ କରିଥିଲା। ତେବେ ୯.୩ ଓଭର ବେଳକୁ ଗୁଜୁରାଟକୁ ଦ୍ୱିତୀୟ ଝଟ୍‌କା ଲାଗିଥିଲା। ୧୭ ବଲରେ ୨୨ ରନ୍ କରି ପାଭିଲିୟନ ଫେରିଥିଲେ ସାଇ ସୁଦର୍ଶନ। ରାଜବର୍ଦ୍ଧନ ତାଙ୍କୁ ଆଉଟ୍‌ କରିଥିଲେ। ୧୨.୧ ଓଭର ବେଳକୁ ଦଳ ତୃତୀୟ ଓ୍ବିକେଟ ହରାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ବଲ୍‌ରେ ୮ ରନ୍‌କରି ରବିନ୍ଦ୍ର ଜାଡ଼େଜାଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ।

ଦଳ ପକ୍ଷରୁ ଶୁବମାନ ଗିଲ୍‌ ଅର୍ଦ୍ଧଶତକ କରିଥିଲେ ବି ୧୪.୫ ଓଭର ବେଳକୁ ଶୁବମନ ଗିଲ୍‌ଙ୍କୁ କ୍ୟାଚ୍‌ ଆଉଟ କରିଥିଲେ ଋତୂରାଜ ଗାଏକଓ୍ବାଡ। ଗିଲ୍‌ ୩୬ ବଲ୍‌ରେ ୬ଟି ଚୌକା ଓ ୩ଟି ଛକା ସହିତ ୬୩ ରନ୍‌ କରି ପାଭିଲିୟନ ଫେରିଥିଲେ।ଦଳ ୧୬ ଓଭର ପରେ ୧୪୫5 ରନ୍ ସଂଗ୍ରହ କରିଥିଲା ଦଳକୁ ଜିତିବା ପାଇଁ ୨୪ ବଲରେ ୩୪ ରନ୍ ଆବଶ୍ୟକତା ରହିଥିଲା। କିନ୍ତୁ ଅଚାନକ୍‌ ୫ମ ଓ୍ବିକେଟ ହରାଇବା ପରେ ମ୍ୟାଚ ଏକ ରୋମାଞ୍ଚକର ସ୍ତରକୁ ଆସିଥିଲା। ବିଜୟ ଶଙ୍କର ୨୭ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଜିତିବା ପାଇଁ ଗୁଜୁରାଟକୁ ଆବଶ୍ୟକତା ଥିଲା ୧୨ ବଲରେ ୨୩ ରନ୍। ତେବେ ଅନ୍ତିମ ଓଭରରେ ଏହି ଲକ୍ଷକୁ ହାସଲ କରିବାରେ ସକ୍ଷମ ହୋଇଥିଲା ଟିମ୍‌ ଗୁଜରାଟ ଟାଇଟନ୍ସ।

ସମ୍ବନ୍ଧିତ ଖବର