ଆଇପିଏଲ ୨୦୨୩-ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍: ଟସ୍ ଜିିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ; ଜାଣନ୍ତୁ ଚୁଡ଼ାନ୍ତ ଏକାଦଶ

ଅହମ୍ମଦାବାଦ,୨୬/୦୫: ଆଇପିଏଲ୍ ୨୦୨୩ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଶୁକ୍ରବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ବର୍ଷା କାରଣରୁ ମ୍ୟାଚ୍ ବିଳମ୍ବ ହୋଇଥିଲା। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ତେବେ ଗୁଜରାଟ ପ୍ରଥମେ ମୈଦାନକୁ ଓହ୍ଲାଇବ। ସୂଚନାଯୋଗ୍ୟ ଯେ, ପ୍ରଥମ କ୍ବାଲିଫାୟର ମ୍ୟାଚ୍ରେ ଗୁଜୁରାଟକୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅନ୍ୟପକ୍ଷରେ ମୁମ୍ବାଇ ଏଲିମିନେଟର ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଥିଲା। ବର୍ତ୍ତମାନ ଦ୍ୱିତୀୟ କ୍ବାଲିଫାୟର ହାସଲ କରିଥିବା ଦଳ ଫାଇନାଲରେ ପହଞ୍ଚିବ। ତେଣୁ ଆଜିର ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିପାରେ।
ମୁମ୍ବାଇ ଇଣ୍ଡିଆନ୍ସର ଚୁଡ଼ାନ୍ତ ଏକାଦଶ:
ଇଶାନ କିଶନ (ଓ୍ବିକେଟ କିପର), ରୋହିତ ଶର୍ମା (ଅଧିନାୟକ), କ୍ୟାମେରନ୍ ଗ୍ରୀନ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ୍ ଡେଭିଡ, କ୍ରିସ ଜୋର୍ଡାନ, ପୀୟୁଷ ଚାୱଲା, ଜେସନ ବେହେରେଣ୍ଡର୍ଫ, କୁମାର କାର୍ତ୍ତିକେୟ, ଆକାଶ ମାଧୱାଲ
ଗୁଜୁରାଟ ଟାଇଟାନ୍ସର ଚୁଡ଼ାନ୍ତ ଏକାଦଶ:
ରିଦ୍ଧିମାନ ସାହା (ଓ୍ବିକେଟ କିପର), ଶୁଭମାନ ଗିଲ, ସାଇ ସୁଦର୍ଶନ, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱାତିଆ, ରାସିଦ ଖାନ, ମୋହିତ ଶର୍ମା, ନୁର ଅହମ୍ମଦ, ମହମ୍ମଦ ଶାମି
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବ ଟିମ୍ ଗୁଜୁରାଟ ଚଳିତ ସିଜିନ୍ରେ ଚମତ୍କାର ପ୍ରଦର୍ଶନ କରିଛି। ଟିମ୍ରେ ଭଲ ବ୍ୟାଟରଙ୍କ ସହିତ ଘାତକ ବୋଲର ମଧ୍ୟ ଅଛନ୍ତି। ପାଣ୍ଡ୍ୟା ଏବଂ କୋଚ୍ ଆଶିଷ ନେହେରାଙ୍କ ରଣନୀତି ମ୍ୟାଚ୍ରେ ଅତ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇଛି। ସେ ପ୍ରଥମ କ୍ବାଲିଫାୟରରେ ଚେନ୍ନାଇଠାରୁ ପରାସ୍ତ ହୋଇଥିଲେ। କିନ୍ତୁ ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ରୋମାଞ୍ଚକର ହୋଇପାରେ। ଏଥିରେ ଶୁଭମାନ ଗିଲଙ୍କ ସହ ରାସିଦ ଖାନ ଗେମ୍ ଚେଞ୍ଜର ସାଜିପାରନ୍ତି ବୋଲି ଆଶା କରାଯାଉଛି। ରସିଦ ବୋଲିଂ ତଥା ବ୍ୟାଟିଂରେ ମଧ୍ୟ କମାଲ ଦେଖିବାକୁ ମିଳିଛି। ଏଥିସହିତ ଦଳରେ ଡେଭିଡ ମିଲର ଏବଂ ରାହୁଲ ତିୱାତିଆଙ୍କଠାରୁ ମଧ୍ୟ ଭଳ ପ୍ରଦର୍ଶନ ଆଶା ରହିବ।
ସେପଟେ ମୁମ୍ବାଇ ଇଣ୍ଡିଆନ୍ସ କଥା ଯଦି କହିବା ତେବେ, ଚଳିତ ସିଜିନ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଉତ୍ଥାନ ପତନରେ ପରିପୂର୍ଣ୍ଣ ଥିଲା। କିନ୍ତୁ ସେ ପ୍ଲେ ଅଫ୍ର ସ୍ଥାନ ପୁରା କରିଥିଲେ।ଦଳ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଥିଲା। ଏହା ପରେ, ଏଲିମିନେଟରରେ ଲକ୍ଷ୍ନୌ କୁ ପରାସ୍ତ କରିବା ପରେ ଟିମ୍ ଦ୍ୱିତୀୟ କ୍ବାଲିଫାୟରରେ ପହଞ୍ଚିଥିଲା। ବର୍ତ୍ତମାନ ଗୁଜୁରାଟ ମୁମ୍ବାଇ ଆଗରେ ଏକ ଚ୍ୟାଲେଞ୍ଜ ହୋଇ ରହିବ।ଏହି ମ୍ୟାଚରେ କ୍ୟାମେରନ୍ ଗ୍ରୀନ୍ ଦଳ ଗେମ୍ ଚେଞ୍ଜର ସାଜିପାରନ୍ତି। ଏପରିକି ସମସ୍ତଙ୍କ ନଜର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ମଧ୍ୟ ରହିବ।