PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

IPL ୨୦୨୩ ଉଦ୍ଘାଟନି ସମାରୋହରେ ଦୁଲୁକିଲା  ନରେନ୍ଦ୍ର ମୋଦୀ ଷ୍ଟାଡିୟମ: ଅରିଜିତ୍‌ ସିଂହଙ୍କ ଧୁନ୍‌ରେ ଝୁମିଲେ ଦର୍ଶକ; ଚାର୍‌ଚାନ୍ଦ ଲଗାଇଲେ ରଶ୍ମିକା-ତମନ୍ନା

ଅହମ୍ମଦାବାଦ,୩୧/୦୩: କ୍ରିକେଟ ମହାକୁମ୍ବ ଆଇପିଏଲ ୨୦୨୩ର ଉଦ୍ଘଘାଟନି ସନ୍ଧ୍ୟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାର୍‌ଚାନ୍ଦ୍‌ ଲଗାଇଚନ୍ତି ବଲିଉଡ୍‌ ଓ ସାଉଥ୍‌ ତାରାକା। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ସହ ଆଇପିଏଲର ୧୬ତମ ସଂସ୍କରଣ ଅର୍ଥାତ୍ ଆଇପିଏଲ ୨୦୨୩ ଆରମ୍ଭ ହୋଇଛି । ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲା ପୂର୍ବରୁ ମନୋରଞ୍ଜନରେ ଦୁଲୁକିଲା ପୂରା ଷ୍ଟାଡିୟମ।

କଣ୍ଠଶିଳ୍ପୀ ଅରିଜିତ୍ ସିଂ ଓ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ରସ୍ମିକା ମନ୍ଦାନାଙ୍କ ଜୋରାଦାର ପ୍ରଦର୍ଶନରେ ଝୁମିଛନ୍ତି ଅଗଣିତ ଦର୍ଶକ। ପ୍ରାୟ ୪ ବର୍ଷ ପରେ ବିସିସିଆଇ ଆଇପିଏଲର ଓପନିଂ ସେରେମନି ଆୟୋଜନ କରିବାରେ ସଫଳ ହୋଇଛି । ଶେଷ ଥର ପାଇଁ ୨୦୧୮ରେ ଦର୍ଶକ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହର ଦେଖିବାର ସୁଯୋଗ ପାଇଥିଲେ।

ଉଦଘାଟନୀ ସମାରୋହରେ ଅରିଜିତ୍ ସିଂହଙ୍କ ଗୀତରେ ପୂରା ଷ୍ଟାଡିୟମ ଝୁମିଥିଲା । ‘ଏ ମେରେ ୱତନ’, ‘ଲେହରା ଦୋ’ ଏବଂ ‘ବନ୍ଦେ ମାତରମ୍’ ପରି ଗୀତରେ ଷ୍ଟାଡିୟମରେ ଉପସ୍ଥିତି ଦର୍ଶକଙ୍କ ମନୋରଞ୍ଜନ କରାଇଥିଲେ । ଏହା ପରେ ସେ ‘କେସରିଆ’ ଏବଂ ‘ଚନ୍ନା ମେରେ ଆ’ ଗୀତରେ ମଧ୍ୟ ଦର୍ଶକକୁ ମତୁଆଲା କରାଇଥିଲେ ।

ସମ୍ବନ୍ଧିତ ଖବର