PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଫାଇନାଲ୍‌ ପାଇଁ ଘାତକ ଅସ୍ତ୍ର ପ୍ରସ୍ତୁତ କରିଛି ଚେନ୍ନାଇ; ଅନେକ ବଡ଼ ମ୍ୟାଚ୍‌ରେ ଦେଖାଇଛି ଦମ୍‌

Image Courtesy: KreedOn

  • ଫାଇନାଲ ପାଇଁ ଚେନ୍ନାଇର ଘାତକ ବୋଲର୍
  • କ୍ୟାପ୍‌ଟେନ୍‌ ଧୋନୀଙ୍କ ସେ ବିଶ୍ବାସୀ ବୋଲର୍
  • ଅନେକ ବଡ଼ ବଡ଼ ମ୍ୟାଚ୍‌ରେ ସେ ଦେଖାଇଛନ୍ତି ତାଙ୍କ ଘାତକ ବୋଲିଂର କମାଲ୍‌

ନୂଆଦିଲ୍ଲୀ,୨୫/୦୫: ଆଇପିଏଲ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଆକର୍ଷଣୀୟ ପ୍ରଦର୍ଶନ କରି ଆଇପିଏଲ ୨୦୨୩ର ଫାଇନାଲରେ ସ୍ଥାନ ଅଧିକାର କରିସାରିଛି। ଚେନ୍ନାଇ ପ୍ରଥମ କ୍ବାଲିଫାୟରରେ ଗୁଜରାଟ ଟାଇଟନ୍ସକୁ ୧୫ ରନ୍‌ରେ ହରାଇଥିଲା। ଏବେ ଦ୍ବିତୀୟ କ୍ବାଲିଫାୟର ଜିତିବା ଟିମ୍‌ ଚେନ୍ନାଇ ବିପକ୍ଷରେ ମୈଦାନରେ ରହିବ। ଚେନ୍ନାଇ ଫାଇନାଲରେ ସ୍ଥାନ ପକ୍କା କରିସାରିଛି। ଏବେ ଟିମ୍‌ ପାଖରେ ଏମିତି ବୋଲର ଅଛନ୍ତି, ଯେ କି ପାଖାପାଖି ସବୁ ବଡ଼ ମ୍ୟାଚ୍‌ରେ ଘାତକ ବୋଲିଂ କରିଆସୁଛନ୍ତି। ଆମେ କହୁଛୁ ଦୀପକ ଚହରଙ୍କ କଥା। ଚହରଙ୍କ ଠାରୁ ପୁଣି ଥରେ ଏକ ଧମାକାଦାର ପ୍ରଦର୍ଶନର ଆଶା ରହିବ।

Mahi with Chahar

ଚେନ୍ନାଇର ଦ୍ରୂତ ବୋଲର ଦୀପକ ଚହର ଅନେକ କ୍ଷେତ୍ରରେ ଆକର୍ଷଣୀୟ ପ୍ରଦର୍ଶନ କରିସାରିଛନ୍ତି। ବଡ଼ବଡ଼ ମ୍ୟାଚ୍‌ରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଆସିଛନ୍ତି। ଏମିତିକି ତାଙ୍କର ପ୍ଳେ ଅଫ୍‌ରେ ମଧ୍ୟ ଭଲ ପ୍ରଦର୍ଶନ ରହିଆସିଛି। ଚହର ଚଳିତ ସିଜିନ୍‌ର ୯ଟି ମ୍ୟାଚ୍‌ରେ ୧୨ ଟି ଓ୍ବିକେଟ ନେଇଛନ୍ତି। ତେବେ ଯଦି ପ୍ଳେ-ଅଫ୍‌ କଥା କହିବା ତେବେ ସେ ଅଧିକ ପ୍ରଭବୀ ସାବ୍ୟସ୍ତ ହୋଇଛନ୍ତି। ଏହି ସିଜିନର ପ୍ରଥମ କ୍ବାଲିଫାୟରରେ ଚହର ୪ ଓଭରରେ ୨୯ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଏହାପୂର୍ବରୁ, ୨୦୨୧ର ଫାଇନାଲ ମ୍ୟାଚରେ ସେ ୪ ଓଭରରେ ୩୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

Deepak Chahar

ଦୀପକ ଚହର ୨୦୧୯ ପ୍ଲେ ଅଫ୍ ମ୍ୟାଚ୍‌ରେ ଘାୂତକ ବୋଲିଂ କରିଥିଲେ। ସେ ପ୍ରଥମ କ୍ବାଲିଫାୟରରେ ଗୋଟିଏ ୱିକେଟ୍ ଏବଂ ଦ୍ୱିତୀୟ କ୍ବାଲିଫାୟରରେ ୨ଟି ୱିକେଟ୍ ନେଇଥିଲେ। ଏହାପୂର୍ବରୁ ସେ ୨୦୧୮ ପ୍ଲେ ଅଫ୍ ମ୍ୟାଚ୍‌ରେ ଚମତ୍କାର ବୋଲିଂ ମଧ୍ୟ କରିଥିଲେ। ଚହର ଆଇପିଏଲ୍ ୨୦୨୩ର ଅନ୍ତିମ ମ୍ୟାଚ୍‌ରେ ବିପକ୍ଷ ଦଳ ପାଇଁ  ଘାତକ ସାଜିପାରନ୍ତି ବୋଲି ଅନୁମାନ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କୁ ବହୁତ ବିଶ୍ୱାସ କରନ୍ତି। ଯେତେବେଳେ ଜଣେ ଖେଳାଳି ଅଧିନାୟକଙ୍କ ଫେଥ୍‌ଲିଷ୍ଟରେ ଥାଏ, ସେତେବେଳେ ସମ୍ପୃାକ୍ତ ଖେଳାଳୀଙ୍କର ଆତ୍ମବିଶ୍ୱାସ ଆହୁରି ବଢ଼ିଯାଏ। ତେଣୁ ଏହା ସମ୍ଭବ ଯେ ଫାଇନାଲରେ ଚହର ଭଲ ପ୍ରଦର୍ଶନ କରିବେ। ଚଳିତ ସିଜିନର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍‌ ଗୁଜୁରାଟ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯିବ। ଏଥିରେ ଯେଉଁ ମ୍ୟାଚ୍ ଜିତିବ ସେ ଦଳ ଫାଇନାଲରେ ପହଞ୍ଚିବ।

ଏହି ଖବର ଉପରେ ନଜର ପକାନ୍ତୁ: ଚେନ୍ନାଇ ପାଇଁ ରାମବାଣ ସାବ୍ୟସ୍ତ ହୋଇଛନ୍ତି ଏହି ୫ ବୋଲର, କ୍ୟାପଟେନ୍‌ ଧୋନିଙ୍କୁ କରିନାହାନ୍ତି ନିରାଶ

ସମ୍ବନ୍ଧିତ ଖବର