ଅହମ୍ମଦାବାଦ,୨୯/୦୫: ବର୍ଷା ଯୋଗୁ ରବିବାର ଆଇପିଏଲ୍ ଫାଇନାଲ ଖେଳ ସମ୍ଭବ ହୋଇ ନଥିଲା । ତେଣୁ ସୋମବାର ରାତି ୭ଟା ୩୦ ମିନିଟରୁ ମ୍ୟାଚ୍ ଆରମ୍ଭ ହେବ । ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍କୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ଦର୍ଶକମାନେ ମଧ୍ୟ ଷ୍ଟାଡିୟମକୁ ପ୍ରବେଶ କରି ସାରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ବର୍ଷା । ଥମିବାର ନାଁ ଧରି ନଥିଲା । ମଝିରେ ମଝିରେ ବର୍ଷା ଥମି ଯିବାରୁ ମ୍ୟାଚ୍ ଆରମ୍ଭ ନେଇ ଆଶା ସଂଚାର ହୋଇଥିଲା । କିନ୍ତୁ ପୁଣି କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଯାଉଥିଲା । ବର୍ଷାର ଏହି ଲୁଚକାଳି ଖେଳ ଜାରି ରହିଥିଲା । ଶେଷରେ ମ୍ୟାଚ୍ ରେଫରୀ ସ୍ଥିତି ସମୀକ୍ଷା ପରେ ଅମ୍ପାୟାର ମାନଙ୍କ ସହ ଆଲୋଚନା କରି ରାତି ୧୦.୫୨ ମିନିଟରେ ମ୍ୟାଚ୍କୁ ସ୍ଥଗିତ ଘୋଷଣା କରିଥିଲେ । ପୂର୍ବରୁ ଫାଇନାଲ ମ୍ୟାଚ୍ ପାଇଁ ‘ରିଜର୍ଭ ଡେ’ ବ୍ୟବସ୍ଥା ରହିଥିଲା । ତେଣୁ ସୋମବାର ଫାଇନାଲ ଖେଳାଯିବ ।
wp:embed {"url":"https://www.prameya.com/ipl-2023-gujarat-titans-vs-chennai-super-kings-final-fight-held-on-sunday/","type":"wp-embed","providerNameSlug":"prameya"}
୨୦୨୩ବିଶ୍ବକପରେ ୫ ଧନୀ ଖେଳାଳୀଙ୍କ ଲିଷ୍ଟରେ ଦୁଇ ଭାରତ...