ଅହମ୍ମଦାବାଦ,୨୮/୦୫: ୨୦୨୩ ଆଇପିଏଲ୍ର ଅନ୍ତିମ ତଥା ଫାଇନାଲ୍ ମ୍ୟାଚ୍ ରବିବାର(ମେ'୨୮ ତାରିଖ) ଖେଳାଯାଇ ଥାଆନ୍ତା କିନ୍ତୁ ଏହା ବର୍ଷା କାରଣରୁ ବାତିଲ ହୋଇଛି। ଆସନ୍ତାକାଲି ଅର୍ଥାତ୍ ସୋମବାର ରିଜର୍ଭ ଡେ'ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି।
{"id":579509,"sizeSlug":"full","linkDestination":"none"}
ତେବେ ଆଜିର ମ୍ୟାଚ୍କୁ ନେଇ କ୍ରିକେଟ ପ୍ରେମୀ ତଥା ଦର୍ଶକଙ୍କ ମନରେ ଉତ୍କଣ୍ଠା ଥିବା ବେଳେ ବର୍ଷା ଯୋଗୁ ସବୁକିଛି ଧୁଳିସାତ୍ ହୋଇଯାଇଥିଲା। ତେବେ ଫାଇନାଲ ମ୍ୟାଚ୍ ପାଇଁ ଆସନ୍ତାକାଲି ଅର୍ଥାତ୍ ସୋମାବାରକୁ ରିଜର୍ଭ ରଖାଯାଇଛି। ଆସନ୍ତାକାଲି ଗୁଜରାଟର ଅହମ୍ମଦାବାଦ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ।