ମୁମ୍ବାଇ ୧୭/୦୪: ଚଳିତ ଆଇପିଏଲ୍‌ରେ ବସିସିଆଇ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ ଜାରି କରାଯାଇଛି । ହାଇଦ୍ରାବାଦର ଜନୈକ ବ୍ୟବସାୟୀଙ୍କ  ଠାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ସତର୍କ  କରାଯାଇଛି । ସମସ୍ତ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌, ଖେଳାଳି, ଅମ୍ପାୟାର, ଭାଷ୍ୟକାର ଏପରିକି  ଟୁର୍ଣ୍ଣାମେଣ୍ଟ(ଆଇପିଏଲ୍‌) ସହ ଜଡ଼ିତ ସମସ୍ତ  ବ୍ୟକ୍ତି ବିଶେଷଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଉକ୍ତ  ବ୍ୟବସାୟୀଙ୍କ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି । 

ବିସିସିଆଇର ଦୁର୍ନୀତି ଓ ସୁରକ୍ଷା  ୟୁନିଟ୍‌(ଏସିଏସୟୁ) ପକ୍ଷରୁ ମିଳିଥିବା ସୂଚନା  ଅନୁଯାୟୀ ହାଇଦ୍ରାବାଦରେ ଅବସ୍ଥାନ କରୁଥିବା  ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବ୍ୟକ୍ତିଗତ ଭାବେ ବହୁ ଖେଳାଳିଙ୍କ ସହ ଯୋଗାଯୋଗ କରୁଛନ୍ତି ।  ଉକ୍ତ ବ୍ୟକ୍ତଜଣଙ୍କ ପୂର୍ବରୁ ଅନେକ ବୁକିଙ୍କ ସହ ସମ୍ପର୍କ ରଖିଛନ୍ତି ଓ ଦୁର୍ନିତିରେ ଜଡ଼ିତ ରହିଥିବା ବିସିସିଆଇ ନିକଟରେ ଖବର ରହିଛି । ସେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ କୋଲକାତା ନାଇଟ ରାଇଡର୍ସର କିଛି ଖେଳାଳିଙ୍କ ସହ ଯୋଗାଯୋଗ କରିଥିବା ଜଣା ପଡ଼ିଛି ।

ଗର୍ଲଫ୍ରେଣ୍ଡ ସୋଫିଙ୍କ ସହିତ ବାବା ବାଗେଶ୍ୱରଙ୍କ ଆଶୀର୍ବାଦ ନେଲେ ଶିଖର ଧଓ୍ବନ, ଫଟୋ ଭାଇରାଲ୍