ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଆଇପିଏଲ୍‌ର ବାକି ମ୍ୟାଚ୍‌ ପାଇଁ ଖେଳସୂଚୀ ଜାରି, ଜୁନ୍‌ ୩ରେ ଫାଇନାଲ୍‌

Published By : Tapas Panda | May 12, 2025 10:41 PM

Image Courtesy: Social Media

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ବିସିସିଆଇ ମେ’ ୯ ରେ ଆଇପିଏଲକୁ ୧ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା।  ମେ’ ୮ ରେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ  ମ୍ୟାଚ୍ ମଝିରୁ ବନ୍ଦ ହୋଇଥିଲା । ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ସହମତି ପରେ ବିସିସିଆଇ ବାକି ମ୍ୟାଚ୍ ପାଇଁ ଏକ ନୂତନ କାର୍ଯ୍ୟସୂଚୀ ଘୋଷଣା କରିଛି । ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଲିଗ୍ ମେ’ ୧୭ ରୁ ପୁଣି ଆରମ୍ଭ ହେବ । ମୋଟ ୧୭ ମ୍ୟାଚ୍ ୬ଟି ସ୍ଥାନରେ ଖେଳାଯିବ । ଏହା ବ୍ୟତୀତ ଜୁନ୍ ୩ ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।

ବିସିସିଆଇ ବାକି ମ୍ୟାଚ୍ ଗୁଡ଼ିକୁ 6ଟି ସ୍ଥାନରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ବେଙ୍ଗାଲୁରୁ, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ, ଅହମ୍ମଦାବାଦ ଏବଂ ଜୟପୁରରେ ବାକି ମ୍ୟାଚ୍‌ ହେବ । ବାକି ଲିଗ୍‌ ମ୍ୟାଚ୍ ମେ ୧୭ରୁ ମେ’ ୨୫ ପର୍ଯ୍ୟନ୍ତ ଖେଳାଯିବ । ଏଥିମଧ୍ୟରୁ ୨ଟି  ଡବଲ୍ ହେଡର ମ୍ୟାଚ୍‌ ଅନୁଷ୍ଠିତ ହେବ । ଏହା ବ୍ୟତୀତ ପ୍ଲେଅଫ୍ ମ୍ୟାଚ୍ ମେ’ ୨୯ ରୁ ଆରମ୍ଭ ହେବ ଏବଂ ଫାଇନାଲ୍ ମ୍ୟାଚ୍  ଜୁନ୍ ୩ରେ ଖେଳାଯିବ । କିନ୍ତୁ ବିସିସିଆଇ ଏପର୍ଯ୍ୟନ୍ତ ପ୍ଲେଅଫ୍ ମ୍ୟାଚ୍ ପାଇଁ ସ୍ଥାନ ସ୍ଥିର କରିନାହିଁ । ଏହା ପରେ ଘୋଷଣା କରାଯିବ ।

ମେ ୨୭ ତାରିଖ ସିଜିନର ଶେଷ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହା ପରେ କ୍ଵାଲିଫାୟର ୧ ମେ ୨୯ ତାରିଖ ଖେଳାଯିବ। ଏଲିମିନେଟର ମ୍ୟାଚ୍ ମେ ୩୦ ତାରିଖ ଓ ଦ୍ଵିତୀୟ କ୍ଵାଲିଫାୟର ଜୁନ ୧ ତାରିଖ ଖେଳାଯିବ। ଜୁନ ୩ ତାରିଖ ଫାଇନାଲ୍ ମ୍ୟାଚ୍ ଖେଳାଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.