ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

DDCAକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ ; ‘ଷ୍ଟାଡିୟମକୁ ଉଡ଼ାଇଦେବେ ପାକିସ୍ତାନୀ ସ୍ଲିପର ସେଲ୍…’

Published By : Prameya | May 9, 2025 4:33 PM

ନୂଆଦିଲ୍ଲୀ,୯/୫ :   ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫କୁ ଏକ ସପ୍ତାହ ଲାଗି ସ୍ଥଗିତ ରଖାଯାଇଛି । ଭାରତ- ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(BCCI)ର ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । BCCIର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହି କଥାର ସୂଚନା ଦେଇଛନ୍ତି ।

ଏହା ମଧ୍ୟରେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ(DDCA) କୁ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଛି । ଯେଉଁଥିରେ କୁହାଯାଇଛି କି, ଆମ ପାକିସ୍ତାନ ସମର୍ଥକ ସ୍ଲିପର ସେଲ୍ ପୂରା ଭାରତରେ ଉପସ୍ଥିତ ଅଛନ୍ତି । ଆମେ ତାଙ୍କୁ ‘ଅପରେସନ ସିନ୍ଦୂର’ର ବଦଲାରେ ଆକ୍ଟିଭ କରିବୁ । ଆମେ ଆପଣଙ୍କ ଷ୍ଟାଡିୟମରେ ଧମାକା କରିବୁ । DDCAଏହି ଇମେଲ ବିଷୟରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଛି ।

ଏହା ପୂର୍ବରୁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବମରେ ଉଡ଼ାଇବାକୁ ଧମକ ମିଳିଥିଲା । ଗୁଜୁରାଟ କ୍ରିକେଟ ଆସୋସିଏସନ(GCA)ର ଅଫିସିଆଲ ଇମେଲକୁ ଧମକ ପଠାଯାଇଥିଲା ‘ଆମେ ଆପଣଙ୍କ ଷ୍ଟାଡିୟମକୁ ଉଡ଼ାଇ ଦେବୁ’। ସେତେବେଳେ ପାକିସ୍ତାନ ନାଁରେ ଇମେଲ ପଠାଯାଇଥିଲା, ଯାହା ପରେ ସାଇବର କ୍ରାଇମ୍ ଟିମ୍ ଯାଞ୍ଚ ସମ୍ଭାଳି ଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.